ବେଆଇନ ଭାବେ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଚାଲିଥିଲା କରତକଳ, ମାଡି ବସିଲା ପୋଲିସ

Published: Apr 7, 2022, 12:21 pm IST

ଭୁବନେଶ୍ବର: ଆଜି ରାଜ୍ୟ ଭିଜିଲାନ୍ସର ଜଙ୍ଗଲ ୱିଙ୍ଗର ଅଧିକାରୀମାନେ ତିନୋଟି କରତକଳକୁ ଜବତ କରିଛନ୍ତି। ସେମାନେ ଦୀର୍ଘଦିନ ଧରି ବେଆଇନ ଭାବେ ଏହି କରତକଳ ଚଳାଇ କାଠ କାଟୁଥିଲେ। ଏହି ଖବର ପାଇଁ ଆଜି ସକାଳୁ ପୋଲିସ ବଳ ସହିତ ଏହି କରତ କଳକୁ ଜବତ କରାଯାଇଛି। ଏପରିକି ସେମାନଙ୍କଠାରୁ 10 ଲକ୍ଷ ଟଙ୍କାର ଶାଗୁଆନ କାଠ ମଧ୍ୟ ଜବତ କରାଯାଇଛି।

ଏହି ତିନୋଟି କରତକଳ ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାର ବୋଲି ଜଣାପଡିଛି। ଭିଜିଲାନ୍ସ ବିଭାଗର ସୂଚନା ଅନୁସାରେ ଦୁଇଟି କରତକଳ ହେଉଛି ଖୋର୍ଦ୍ଧା ଜିଲ୍ଲାର। ବାଲିପାଟଣ ଥାନା ଅଧିନରେ ଥିବା ହିରାପୁରରେ ଏହି ଦୁଇଟି ବେଆଇନ ଭାବେ ଚାଲୁଥିଲା। ସେହିପରି ଅନ୍ୟଟି ହେଉଛି ପୁରୀ ଜିଲ୍ଲା ଗୋପ ଥାନା ଅଦିନରେ ତିବା ଚିତାଲପୁର। ବର୍ତ୍ତମାନ ସୁଦ୍ଧା ସେହି ତିନୋଟି ସ୍ଥାନରେ ଚଢାଉ ଜାରୀ ରହିଥିବାରୁ ସବିଶେଷ ତଥ୍ୟ ମିଳିପାରି ନାହିଁ।

Related posts