ଅଭିନେତ୍ରୀଙ୍କ ଅସ୍ତ୍ରୋପଚାରର କିଛି ଘଣ୍ଟା ପରେ ହେଲା ମୃତ୍ୟୁ, ଗୁରୁତର ଅଭିଯୋଗ ଆଣିଲା ପରିବାର

Published: May 17, 2022, 1:32 pm IST

ବାଙ୍ଗାଲୋର: ଜଣାଶୁଣା କନ୍ନଡ ସିରିଏଲ ଅଭିନେତ୍ରୀ ଚେତନା ରାଜଙ୍କର ୨୧ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ଚେତନା ବାଙ୍ଗାଲୋରର ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କୁହାଯାଉଛି ଯେ, ମେ ୧୬ ତାରିଖରେ ଚେତନାଙ୍କୁ ‘ଫ୍ୟାଟ୍ ଫ୍ରି’ ଅସ୍ତ୍ରୋପଚାର ପାଇଁ ବାଙ୍ଗାଲୋରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅସ୍ତ୍ରୋପଚାର ପରେ ଚେତନା କିଛି ଅସୁବିଧାର ସମ୍ମୁଖୀନ ହେବାକୁ ଲାଗିଲେ ଏବଂ କିଛି ଘଣ୍ଟା ପରେ ତାଙ୍କର ଦେହାନ୍ତ ହେଲା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚେତନାଙ୍କ ଅପରେସନ୍ ମଇ ୧୬ ତାରିଖ ସକାଳେ କରାଯାଇଥିଲା। ଅଭିନେତ୍ରୀ ତାଙ୍କ ସାଙ୍ଗମାନଙ୍କ ସହିତ ଡାକ୍ତରଖାନାରେ ପହଞ୍ଚିଥିଲେ। ଏହି ବିଷୟରେ ମଧ୍ୟ ତାଙ୍କ ପରିବାର ଲୋକଙ୍କୁ ଜଣାନଥିଲା। ଅସ୍ତ୍ରୋପଚାର ପରେ ସନ୍ଧ୍ୟାରେ ଅଭିନେତ୍ରୀ କିଛି ଶାରୀରିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଅଭିନେତ୍ରୀଙ୍କ ଫୁସଫୁସରେ ପାଣି ଭରିବା ଆରମ୍ଭ କଲା ଏବଂ କିଛି ସମୟ ପରେ ଅଭିନେତ୍ରୀଙ୍କ ମୃତ୍ୟୁ ହେଲା।

ଚେତନାଙ୍କ ମୃତ୍ୟୁ ଖବର ପାଇ ତାଙ୍କ ପରିବାର ଗଭୀର ଚକିତ ହୋଇଯାଇଛନ୍ତି। ଡାକ୍ତରଙ୍କ ଅବହେଳା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଅଭିଯୋଗ କରିଛି। ଡାକ୍ତରଙ୍କ ଅବହେଳା ହେତୁ ସେମାନଙ୍କ ଝିଅ ପ୍ରାଣ ହରାଇଥିବା ପରିବାର ସଦସ୍ୟ କହିଛନ୍ତି। କେବଳ ଏତିକି ନୁହେଁ, ଅଭିନେତ୍ରୀଙ୍କ ପରିବାର ମଧ୍ୟ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

Related posts