
ନୂଆଦିଲ୍ଲୀ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳି ପରେ ମୃତ୍ୟୁ ଘଟିଛି। ନାରା ସହରରେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଗୁଳି ଚଳାଇବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କୁ ବଞ୍ଚାଇଯାଇ ପାରିଲା ନାହିଁ। ଯେତେବେଳେ ସିଞ୍ଜୋ ଆବେଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା, ସେତେବେଳେ ସେ ଏକ ଛୋଟ ସାଧାରଣ ସଭାକୁ ସମ୍ବୋଧିତ କରୁଥିଲେ। କୁହାଯାଇଛି ଯେ, ଗୁଳି ପରେ ସେ ହୃଦଘାତରେ ପୀଡିତ ହୋଇଥିଲେ, ଯେଉଁଥିପାଇଁ ତାଙ୍କର ମୃତ୍ୟୁ ଘଟିଥିଲା। ଗଣମାଧ୍ୟମରୁ ଏହି ସୂଚନା ମିଳିଛି।
ଆମେ ଆପଣଙ୍କୁ କହିବୁ ଯେ ସିଞ୍ଜୋ ଆବେଙ୍କୁ ଗୁଳି ଚଳାଇବା ପରେ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କୁ ପ୍ରାୟ ଚାରି ରୁ ପାଞ୍ଚ ଘଣ୍ଟା ଚିକିତ୍ସା କରାଯାଇଥିଲା, କିନ୍ତୁ ଡାକ୍ତରମାନେ ତାଙ୍କୁ ସୁସ୍ଥ କରିପାରିନଥିଲେ। ତାଙ୍କ ଉପରେ ହୋଇଥିବା ଏହି ଆକ୍ରମଣକୁ ସର୍ବତ୍ର ନିନ୍ଦା କରାଯାଉଛି।
ପ୍ରକାଶ ଯେ, ଆକ୍ରମଣକାରୀ ପଛରୁ ସିଞ୍ଜୋ ଆବେଙ୍କ ଉପରକୁ ଦୁଇଟି ଗୁଳି ଚଳାଇଥିଲେ, ପରେ ଆବେ ତଳେ ପଡ଼ିଯାଇଥିଲେ। ସେଠାରେ ଉପସ୍ଥିତ ଲୋକମାନେ ସିଞ୍ଜୋ ଆବେଙ୍କୁ CPR ଦେବାକୁ ଚେଷ୍ଟା କରିଥିଲେ। ଏହା ପରେ ତାଙ୍କୁ ହେଲିକପ୍ଟର ଯୋଗେ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା। ଏହି ଆକ୍ରମଣକାରୀ ୪୧ ବର୍ଷିୟ ତେତ୍ସୁୟା ୟମଗମି ବୋଲି ଜଣାପଡିଛି। ଯାହାକୁ ପୋଲିସ ଘଟଣାସ୍ଥଳରୁ ଗିରଫ କରିଛି।