Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାଣପୁର: ଅବସରପ୍ରାପ୍ତ ଅଧ୍ୟାପକଙ୍କ ଘରୁ ଲୁଟ୍
ଅପରାଧ

ବାଣପୁର: ଅବସରପ୍ରାପ୍ତ ଅଧ୍ୟାପକଙ୍କ ଘରୁ ଲୁଟ୍

July 15, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ପଦନପୁର ଗ୍ରାମ ଛକରେ ଥିବା ଅବସରପ୍ରାପ୍ତ ଅଧ୍ୟାପକ ଅନଙ୍ଗଭୀମ ବିଶ୍ୱାଳଙ୍କ ଘରେ ଗୁରୁବାର ବିଳମ୍ବିତ ରାତିରେ ଏକ ଲୁଟ ହୋଇଛି। ଏ ନେଇ ବାଣପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୋଲିସର ସୂଚନା ମୁତାବକ ଅନଙ୍ଗ ଏବଂ ତାଙ୍କ ପରିବାରବର୍ଗ ଗତକାଲି ରାତିରେ ଶୋଇଥିବା ବେଳେ ବିଳମ୍ବିତ ରାତ୍ରିରେ କିଛି ଦୁର୍ବୁତ୍ତମାନେ ତାଙ୍କ ଘରେ ପଶି ଲୁଟ କରୁଥିଲେ।

ତେବେ ହଠାତ ପରିବାରର ଜଣେ ସଦସ୍ୟଙ୍କ ନିଦ ଭାଙ୍ଗିଯିବାରୁ ସେ ଏହା ଜାଣିବାକୁ ପାଇଥିଲେ ଓ ଚିତ୍କାର କରିଥିଲେ। ଚିତ୍କାର ଶୁଣି ଲୁଟେରାମାନେ ଲୁଟିଥିବା ଅଳ୍ପ ଅଳଙ୍କାର ନେଇ ଫେରାର ହୋଇଯାଇଥିଲେ। ତେବେ ଲୁଟ ହୋଇଥିବା ସୁନା ଓ ରୁପା ଅଳଙ୍କାରର ମୂଲ୍ୟ ଆନୁମାନିକ ୫୦ ରୁ ୬୦ ହଜାର ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି। ଏ ସଂକ୍ରାନ୍ତରେ ବାଣପୁର ପୋଲିସ କେଶ ନମ୍ବର ୨୭୫/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରିରଖିଛି।

ତେବେ ବାଣପୁର-ବାଲୁଗାଁ ଅଞ୍ଚଳରେ କିଛି ମାସ ହେବ ରାତ୍ରି ସମୟରେ ବାଇକ ଚୋରି ଏବଂ ଜନସାଧାରଣଙ୍କ ଘରୁ ଲୁଟ ବୃଦ୍ଧି ପାଉଥିବା ବେଳେ ପୋଲିସ ରାତ୍ରିକାଳିନ ପାଟ୍ରୋଲିଂ କଡ଼ାକଡି କରିବା ପାଇଁ ସାଧାରଣରେ ଦାବି ହେଉଛି।

ବାଣପୁର ଲୁଟ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ବନ୍ୟଜନ୍ତୁ ଦ୍ୱାରା ଫସଲ ନଷ୍ଟର କ୍ଷତି ପୂରଣ ଦାବିରେ ଚାଷୀ ମୂଲିଆ ସଂଘର ବିକ୍ଷୋଭ

November 11, 2025

ବଡ ଆତଙ୍କବାଦୀ ମଡ୍ୟୁଲ୍‌ର ପର୍ଦ୍ଦାଫାସ୍: ୭ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ

November 10, 2025

ବଡ଼ ଆତଙ୍କବାଦୀ ଯୋଜନା ପଣ୍ଡ: ୩୬୦ କିଲୋ ବିସ୍ଫୋରକ ସହ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

November 10, 2025

ଜାତୀୟ ସ୍ତରୀୟ ଭଲିବଲ୍ ପ୍ରତିଯୋଗିତା ପାଇଁ ଶିବପ୍ରସାଦଙ୍କ ମଧ୍ୟପ୍ରଦେଶ ଯାତ୍ରା

November 10, 2025
Latest News

Nuapada Bypoll: ପୂର୍ବାହ୍ନ ୧୧:୦୦ ସୁଦ୍ଧାର ମତଦାନର ହାର ୩୨.୫୧% ରହିଛି

November 11, 2025

ନୂଆପଡା ମତଦାନ ପୂର୍ବରୁ କାହିଁକି ପୂଜାପାଠ କଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ

November 11, 2025

Bihar Assembly Voting: ସକାଳ  ୯ ଟା ସୁଦ୍ଧା ବିହାରରେ ୧୪.୫୫ ପ୍ରତିଶତ ମତଦାନ

November 11, 2025

ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଗୁଜବ ଉପରେ ଝିଅଙ୍କ ପ୍ରତିକ୍ରିୟା: ସ୍ୱାସ୍ଥ୍ୟ ଅପଡେଟ୍ ଦେଲେ ଇଶା ଦେଓଲ

November 11, 2025

Nuapada Voting: ସକାଳ ୯:୦୦ ସୁଦ୍ଧା ମତଦାନର ହାର ୧୪.୯୯ ପ୍ରତିଶତ

November 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.