Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାଲୁଗାଁରେ ଶିକ୍ଷୟିତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା: କାର୍ଯ୍ୟନୁଷ୍ଠାନ ନହେଲେ ରାଜରାସ୍ତାକୁ ଓହ୍ଲେଇବ ଶିକ୍ଷକ ସଂଘ
ଅପରାଧ

ବାଲୁଗାଁରେ ଶିକ୍ଷୟିତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା: କାର୍ଯ୍ୟନୁଷ୍ଠାନ ନହେଲେ ରାଜରାସ୍ତାକୁ ଓହ୍ଲେଇବ ଶିକ୍ଷକ ସଂଘ

August 17, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୂବନେଶ୍ବର: ଗତ କାଲି ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଥାନା ଅନ୍ତର୍ଗତ ପଞ୍ଚୁପାଲୀ ସୋମନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ମସା ମରା ଲିକ୍ୟୁଇଡି ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା ସ୍ଥଳେ ଅଳ୍ପକେ ବର୍ତ୍ତି ଯାଇଥିଲେ। ପ୍ରଥମେ ତାଙ୍କୁ ବାଲୁଗାଁ ସ୍ଥିତ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତିକରାଯାଇଥିବା ସ୍ଥଳେ ପରେ ତାଙ୍କୁ ଭୂବନେଶ୍ବର ସ୍ଥିତ କ୍ୟାପିଟାଲ୍ ହସ୍ପିଟାଲ୍ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏବେ ସେ ଚିକିତ୍ସାଧିନ ଅଛନ୍ତି।ଚିକିତ୍ସା ସମୟରେ ସେ ଆତ୍ମହତ୍ୟା କରିବାକୁ କାହିଁକି ଚାହୁଁଥିଲେ ପଚାରି ବାରୁ ସେ କହିଥିଲେ ଯେ, ପ୍ରଧାନ ଶିକ୍ଷକ ତାଙ୍କୁ ମାନସିକ ଯନ୍ତ୍ରଣା ସବୁବେଳେ ଦେଇଆସୁଛନ୍ତି। ଏହା ଅସହ୍ୟ ହୋଇଯାଇଥିବାରୁ ସେ ଆଉ ସହି ପାରିଲେ ନାହିଁ। ତେଣୁ ମାନସିକ ଭାରସାମ୍ୟ ହରାଇ ସେ ଏପରି ନିଷ୍ପତି ନେବାକୁ ବାଧ୍ୟ ହେଲେ।

ଉକ୍ତ ଶିକ୍ଷୟିତ୍ରୀ ଜଣଙ୍କ ୨୦୧୬ ମସିହାରେ ନିଯୁକ୍ତ ଜଣେ ଚୁକ୍ତିଭିତ୍ତିକ ଶିକ୍ଷୟତ୍ରୀ ଅଟନ୍ତି।ଯାହାଙ୍କର ନାମ ସନ୍ତୋଷୀ ବେହେରା ଅଟେ। ସେ ଯାହା ସୂଚନା ଦେଇଛନ୍ତି ପ୍ରଧାନ ଶିକ୍ଷକ ସବୁବେଳେ ଜାଣିସୁଣୀ ମାନସିକ ନିର୍ଯାତନା ଦେଇଆସୁଥିଲେ। ରବିବାରରେ ବି ବିଦ୍ୟାଳୟକୁ ଜର ଜବରଦସ୍ତ ଡାକୁଥିଲେ।ଆଉ ନ ଆସିଲେ ଚାକିରି ଖାଇଯିବେ, ଦରମା ବନ୍ଦ କରିଦେବେ ବୋଲି ଧମକ ମଧ୍ୟ ଦେଇଆସୁଥିଲେ। ଗତ ରାକ୍ଷୀ ପୂର୍ଣ୍ଣିମା ଦିନ ସରକାରୀ ଛୁଟି ଥିଲେ ମଧ୍ୟ ସମସ୍ତଙ୍କୁ ବିଦ୍ୟାଳୟ ଆସିବାକୁ ବାଧ୍ୟ କରିଥିଲେ। ରାକ୍ଷୀ ପୂର୍ଣ୍ଣିମା ଥିବାରୁ ସେଦିନ ସେହି ଶିକ୍ଷୟିତ୍ରୀ ଜଣଙ୍କ ଅନୁପସ୍ଥିତ ଥିଲେ। ତେଣୁ ପ୍ରଧାନ ଶିକ୍ଷକ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ବାରମ୍ବାର ଉତ୍ତର ଦେବାକୁ ବାଧ୍ୟ କରୁଥିଲେ। ଚଳିତ ବର୍ଷ ଜାନୁୟାରୀ ରୁ ଅଗଷ୍ଟ ମାସ ଯାଏଁ ଗୋଟିଏ ବି ଦିନ ଛୁଟି ନିମନ୍ତେ ସିଏଲ ଦେଇନଥିଲେ। ସରକାର ଛୁଟି ବ୍ୟବସ୍ଥା କରିଥିଲେ ମଧ୍ୟ ଉକ୍ତ ପ୍ରଧାନ ଶିକ୍ଷକ ସବୁବେଳେ ସମସ୍ତଙ୍କୁ ଛୁଟି ଦେବାରେ କୁଣ୍ଠାବୋଧ କରୁଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କର କୌଣସି ନିର୍ଦ୍ଦେଶନାମା ନଥାଇ ମଧ୍ୟ ଶୁକ୍ରବାର ଦିନ ସକାଳ ସ୍କୁଲ୍ କରି ସମସ୍ତଙ୍କୁ ହଇରାଣ ହରକତ୍ କରାଉଥିଲେ।

ଏହି ଖବର ଆସିବା ପରେ ଆଜି ଓଡିଶା ସରକାରୀ ହାଇସ୍କୁଲ୍ ଚୁକ୍ତିଭିତ୍ତିକ (ଇନିସିଆଲ୍ ଆପଏଣ୍ଟି) ଶିକ୍ଷକ ସଂଘ ମୁହଁ ଖୋଲିଛି। ରାଜ୍ୟ ସଂଘର ମହା ସଚିବ ବିଶ୍ବଜିତ୍ ବିଶ୍ବାଳ କହିଛନ୍ତି,ଏହି ଘଟଣା ଅନ୍ୟନ୍ତ ନିନ୍ଦନୀୟ। ଗୋଟିଏ ଶିକ୍ଷୟିତ୍ରୀଙ୍କୁ ନାନାଦି ପ୍ରକାର ମାନସିକ ଯନ୍ତ୍ରଣା ଦେବା ଭଳି ଅଭିଯୋଗ ଶିକ୍ଷୟିତ୍ରୀ ପ୍ରଧାନ ଶିକ୍ଷକ ନାମରେ ଆଣୁଛନ୍ତି। ମାନସିକ ଯନ୍ତ୍ରଣା କାହାକୁ ଦେବା ଅଦୌ ଗ୍ରହଣୀୟ ନୁହେଁ।ବିଦ୍ୟାଳୟରେ ଏସବୁର ସ୍ଥାନ ନାହିଁ।

ବିଦ୍ୟାଳୟ ଏକ ମନ୍ଦିର ଆଉ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ତାହାର ଦେଵାଦେବୀ। ତେଣୁ ପ୍ରଧାନ ଶିକ୍ଷକ ଏହିପରି କରି ଭୁଲ୍ କରିଛନ୍ତି।ରାଜ୍ୟ ସଂଘର ସଭାପତି ଶ୍ରୀଯୁକ୍ତ ପଞ୍ଚାନନ ଜେନା ମଧ୍ୟ ଏ ଘୋଟଣାକୁ ଦୃଢ ନିନ୍ଦା କରିଛନ୍ତି। ସେ କହିଛନ୍ତି ଓଡିଶାର ଯେ କୌଣସି ସ୍ଥାନରେ ବି ଯଦି ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କ ପ୍ରତି ଅନ୍ୟାୟ ହୁଏ ତାହେଲେ ରାଜ୍ୟ ସଂଘ ଚୁପ୍ ବସିବ ନାହିଁ। ଏ ବିଷୟରେ ଅବଗତ କରିବା ନିମନ୍ତେ ଆମେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ସହ ସାକ୍ଷାତ କରିବୁ ଏବଂ ତୁରନ୍ତ ସେହି ପ୍ରଧାନ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେଵା ପାଇଁ ଦାବି ପତ୍ର ଦେବୁ।

ଆଉ ଯଦି କାର୍ଯ୍ୟନୁଷ୍ଠାନ ନହୁଏ ତାହେଲେ ସେ ଶିକ୍ଷୟିତ୍ରୀଙ୍କୁ ନ୍ୟାୟ ଦେଵାପାଇଁ ରାଜ ରାସ୍ଥାକୁ ଓହ୍ଲାଇବୁ ବୋଲି ରାଜ୍ୟ ସଂଘର ସମସ୍ତ କର୍ମକର୍ତ୍ତା ତଥା ସଂପାଦକ ଅନ୍ତର୍ଯ୍ୟାମୀ ବେହେରା, କୋଷାଧ୍ୟକ୍ଷ ଅକ୍ଷୟ ସତନାମୀ, ପ୍ରତାପ ସାମଲ, ମାନସ ପୁହାଣ, ପ୍ରିୟବ୍ରତ ବେହେରା, ମାନସ ମିଶ୍ର, ଚିନ୍ମୟ ମିଶ୍ର, ବସନ୍ତ କୌଶଲ୍ୟ, ଦାମୋଦର ମହାନନ୍ଦ, ବିନୋଦ ମିଶ୍ର, ମନୋହର ଦାସ, ରଣଜିତ୍ ନାୟକ, ରଶ୍ମି କୁମାର ଦାସ୍, ସୁବାସ୍ ଜେନା ଆଦି କହିଛନ୍ତି।

କ୍ୟାପିଟାଲ୍ ହସ୍ପିଟାଲ୍ ବାଲୁଗାଁ ଭୂବନେଶ୍ବର
Share. Facebook Twitter LinkedIn Email WhatsApp Copy Link

Related Posts

Six Dead: କଳାହାଣ୍ଡିରେ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ଚାଲିଗଲା ଛଅ ଜୀବନ

May 26, 2026

ଆଜି ସୁନା ଓ ରୂପା ମୂଲ୍ୟରେ ବୃଦ୍ଧି ନା ହ୍ରାସ?: ଜାଣନ୍ତୁ ଭୁବନେଶ୍ଵରର ସ୍ଥିତି

May 26, 2026

‘ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟ ସହନଶୀଳତା’: QUAD ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଜୟଶଙ୍କର

May 26, 2026

ଋଣ ଛାଡ କଲେ ବିଜୟ ସରକାର

May 26, 2026
Latest News

Six Dead: କଳାହାଣ୍ଡିରେ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ଚାଲିଗଲା ଛଅ ଜୀବନ

May 26, 2026

ଆଜି ସୁନା ଓ ରୂପା ମୂଲ୍ୟରେ ବୃଦ୍ଧି ନା ହ୍ରାସ?: ଜାଣନ୍ତୁ ଭୁବନେଶ୍ଵରର ସ୍ଥିତି

May 26, 2026

‘ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟ ସହନଶୀଳତା’: QUAD ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଜୟଶଙ୍କର

May 26, 2026

ଋଣ ଛାଡ କଲେ ବିଜୟ ସରକାର

May 26, 2026

ଏକ ବର୍ଷ ମଧ୍ୟରେ ମୋଦୀ ଛାଡିବେ ଗାଦି : ରାହୁଲ ଗାନ୍ଧୀ

May 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.