Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ମାଇକ୍ରୋଫାଇନାନସ୍ କର୍ମଚାରୀ ଠାରୁ ଡକାୟତି ଘଟଣା: ୫ ଅଭିଯୁକ୍ତ ଗିରଫ
ଅପରାଧ

ମାଇକ୍ରୋଫାଇନାନସ୍ କର୍ମଚାରୀ ଠାରୁ ଡକାୟତି ଘଟଣା: ୫ ଅଭିଯୁକ୍ତ ଗିରଫ

September 17, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: କିଛି ଦିନ ତଳେ ନାକଟିଦେଉଳ ଥାନା ଚରଡପଶି ଠାରେ ଦିନ ଦି ପ୍ରହରରେ ଜନୈକ ମାଇକ୍ରୋ ଫାଇନାନସ୍ କର୍ମଚାରୀଙ୍କ ଠାରୁ ଛୁରୀ ଦେଖାଇ ନଗଦ ଟଙ୍କା ଲୁଟ୍ କରି ଅପରାଧିମାନେ ଫେରାର ହେବାରେ ସକ୍ଷମ ହୋଇଥିଲେ। ନାକଟିଦେଉଳ ପୋଲିସ୍‌କୁ ଏହା ମୁଣ୍ଡ ବ୍ୟଥାର କାରଣ ହୋଇଥିଲା। ଗତକାଲି ପୋଲିସ୍ ଟିମ୍ ଏହି ଡକାୟତି ମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଆଜି ରେଢାଖୋଲ ଏସଡିପିଓ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଏହି ଡକାୟତି ମାନଙ୍କ ସଂପର୍କରେ ତଥ୍ୟ ପ୍ରଦାନ କରିଥିଲେ।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଗତ ୮/୯/୨୦୨୨ ତାରିଖରେ ନାକଟିଦେଉଳ ଥାନା ଚରଡପଶି ନିକଟରେ ନାକଟିଦେଉଳ ଠାରେ ଥିବା ମାଇକ୍ରୋଫାଇନାନସ୍ କଂପାନୀର ଫିଲଡ୍ ଅଫିସର୍ ଆଲୋକ ସାହୁ ଘୋଷରାମାଳ ପଂଚାୟତର ରାଇଲ୍, ଘୋଷରାମାଳ, ଝାଟକିମାଳ, ଲାଣ୍ଡିମାଳ ଆଦି ଗ୍ରାମରୁ ଏସଏଚ୍‌ଜି ଗ୍ରୁପ୍ ମାନଙ୍କ ଠାରୁ ଟଙ୍କା ଅସୁଲ କରି ଫେରୁଥିବା ବେଳେ ଡକାୟତି ମାନଙ୍କ ହାବୁଡରେ ପଡିଯାଇଥିଲେ। ଚରଡପଶି ଗ୍ରାମ ଛକ ଠାରେ ଅପରାହ୍ନ ୨.୩୦ ରୁ ୨.୪୫ ମଧ୍ୟରେ ତିନି ଜଣ ଡକାୟତି ଏକ ନୀଳ ରଙ୍ଗର ହୋଣ୍ଡା ମୋଟର ସାଇକେଲରେ ଆସି ଛୁରି ଦେଖାଇ ଆଲୋକ ସାହୁ ନାମକ ଏହି ମାଇକ୍ରୋଫାଇନାନସ୍ କର୍ମଚାରୀ ଠାରୁ ନଗଦ ୪୦ ହଜାର ସାତଶହ ପଚାଶ ଟଙ୍କା ଛଡାଇ ନେଇ ଫୋରାର୍ ହୋଇଯାଇଥିଲେ। ସଙ୍ଗେ ସଙ୍ଗେ କର୍ମଚାରୀ ଜଣଙ୍କ ରେଢାଖୋଲ ପୋଲିସ୍ ଓ ନାକଟିଦେଉଳ ପୋଲିସ୍‌କୁ ଖବର ଦେଇଥିଲେ। ଡକାୟତି ମାନେ ବ୍ୟବହାର କରୁଥିବା ଏକ ମୋଟର ସାଇକେଲ୍ କୁ ଛାଡି ପଳାଇଥିଲେ। ଏ ନେଇ ନାକଟିଦେଉଳ ଥାନା କେସ୍ ନଂ ୧୭୭ ତା ୮/୯/୨୦୨୨୧ ୟୁ/ଏସ୍ ୩୯୪ ଆଇପିସି ଧାରାରେ ମାମଲା ରୁଜୁ ହୋଇଥିଲା।

ଡକାୟତି ଦଳକୁ ଧରିବାକୁ ପୋଲିସ୍ ବିଭିନ୍ନ ସ୍ଥାନରେ ଜାଲ ବିଛାଇଥିବା ବେଳେ ଟେକନିକାଲ ଟିମ୍ , ସାଇବର ଟିମ୍ ଆଦିର ବ୍ୟବହାର କରିଥିଲା ପୋଲିସ୍। ଏପରିକି ସିସିଟିଭି ଫୁଟେଜ୍ କୁ ଆଧାର କରି ଯାଂଚ କରିଥିଲା ପୋଲିସ୍। ସମ୍ବଲପୁର ଏସ୍‌.ପିଙ୍କ ନିର୍ଦ୍ଦେଶ କ୍ରମେ ନାକଟିଦେଉଳ, କିସିଣ୍ଡା, ରେଢାଖୋଲ ଓ ଚାରମାଳ ର ପୋଲିସ୍ ଏହାର ତଦନ୍ତ ଚଳାଇଥିଲେ। ଏହି ଡକାୟତିର ମୁଖ୍ୟ ଅଭିଯୁକ୍ତ ପୂର୍ବରୁ ଭାରତ ଫାଇନାନସ୍ କଂପାନୀ ଲଇକେରାରେ କାମ କରୁଥିଲା।

ପୂର୍ବରୁ ଏହି ଅଭିଯୁକ୍ତମାନେ ବିଭିନ୍ନ ସମୟରେ ଚାରମାଳ – ଗୁହିରାଦାଦର ରାସ୍ତାରୁ ଜଣେ ମାକ୍ରୋଫାଇନାନ୍‌ସ କର୍ମଚାରୀଙ୍କ ଠାରୁ ୬୩, ୨୨୦ଟଙ୍କା , ରେଢାଖୋଲ ବୁର୍ଡା ରାସ୍ତା ରୁ ୪୦ ହଜାର ,ଜୁଜୁମୁରାରୁ ମୋହନ୍ଦେରା ରାସ୍ତା ପାଖରୁ ୨୦,୨୨୦ଟଙ୍କା ଝାଙ୍କରପାଲି ଗ୍ରାମ ନିକଟରୁ ୮୯,୭୩୯ଟଙ୍କା ଏବଂ କିସିଣ୍ଡା ଧଳପୁର ରାସ୍ତାରୁ ୬୭, ୬୮୦ ଟଙ୍କା ଡକାୟତି କରିଥିଲେ। ରମେଶ ଭୋଇ ହେଉଛି ମୁଖ୍ୟ ଅଭିଯୁକ୍ତ ଯିଏ କି କେମିତି ଟଙ୍କା ଡକାୟତି ହେବ ରାସ୍ତା, ସମୟ ସାରଣୀ ସବୁ ସ୍ଥିର କରୁଥିଲା ଏହା ପରେ ଅନ୍ୟ ସାଥି ଡକାୟତି ମାନଙ୍କୁ ସାମିଲ୍ କରୁଥିଲା।

ଗିରଫ ଡକାୟତି ମାନଙ୍କ ପାଖରୁ ୩ ଟି ମୋଟର ସାଇକେଲ୍‌, ୭ ଟି ମୋବାଇଲ୍ , ନଗଦ ୧୨ ହଜାର ଟଙ୍କା , ହେଲ୍ ମେଟ୍ , କପଡା, ୧ ଟି ଛୁରୀ ୧ ଟି ଟାବଲେଟ୍ ,୧ ଟି ବାଇଓମେଟ୍ରିକ୍ ଇଷ୍ଟୁମେଂଟ୍ ଜବତ କରିଛି। ଗିରଫ ଡକାୟତି ମାନେ ହେଲେ ସମ୍ବଲପୁର ଭୀମଭୋଇ ନଗର ର ସୁନୀଲ କୁମାର ବେହେରା (୩୭), ଆମ୍ବସରଭଟା ର ରମେଶ ଭୋଇ (୩୨), ସୋନପୁର ଜିଲ୍ଲା ଜଟେସିଂହାର ଗଙ୍ଗାଧର ବାଦୀ (୩୫),ସୋନପୁର କୁଡାପଡା ହରିଜନ ସାହିର ସୁଶାନ୍ତ ଲୁହା(୨୮), ସୋନପୁର କମରିଆ ଗ୍ରାମର କାହ୍ନୁଚରଣ ତାଣ୍ଡି(୨୬) ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି। ଜାମିନ୍ ନାମ ମଂଜୁର ହେବାରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଜଣା ପଡିଛି। ସୁନୀଲ କୁମାର ବେହେରା ନାମରେ ରେଢାଖୋଲ, ଚାରମାଳ, ଜୁଜୁମୋରା, ଅନୁଗୋଳ, କିଆକଟା ଓ ଛେଣ୍ଡିପଦା ଥାନା ଆଦିରେ ୮ ଟି ମାମଲା ରହିଛି। ଠିକ୍ ସେଇ ପରି ସୁଶାନ୍ତ ଲୁହା ନାମରେ ବୌଦ୍ଧର କଂଟାମାଳ ଥାନାରେ ଗୋଟିଏ ମାମଲା, ରମେଶ ଭୋଇ, ଗଙ୍ଗାଧର ବାଦୀ, କାହ୍ନୁଚରଣ ତାଣ୍ଡି , ଦୟାନିଧି ଲୁହା ନାମରେ ରେଢାଖୋଲ, ଚାରମାଳ, ନାକଟିଦେଉଳ ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଥିବା ଜଣା ପଡିଛ। ସୁନୀଲ କୁମାର ବେହେରା , ରମେଶ ଭୋଇ ନାମରେ ଜୁଜୁମୋରା ଥାନା, କିସିଣ୍ଡା ଥାନାରେ ୩ ଟି, ସୁନ୍ଦରଗଡ ଜିଲ୍ଲା ତଲସରା, ଶାସନ, ସୋନପୁର ଜିଲ୍ଲା ସୁବଳୟା ଥାନାରେ ୭ ଟି ମାମଲା ରହିଥିବା ପୋଲିସ୍ କହିଛି।

ମୁଖ୍ୟ ଅଭିଯୁକ୍ତ ସୁନୀଲ କୁମାର ବେହେରା ଏବଂ ରମେଶ ଭୋଇ ବହୁ ସମୟରେ ସୁନ୍ଦରଗଡ, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ ଆଦି ଜିଲ୍ଲାରେ ମାଇକ୍ରୋଫାଇନାସ୍ କର୍ମଚାରୀମାନଙ୍କ ଠାରୁ ବିଭିନ୍ନ ସମୟରେ ଲୁଟ୍ କରିିଥିବା ପୋଲିସ୍ କହିଛି। ଏହି ଡକାୟତି ମାନଙ୍କୁ ଧରିବା ରେ ରେଢାଖୋଲ ଏସ୍ ଡିପି ପ୍ରଶାନ୍ତ କୁମାର ମେହେର ଙ୍କ ସମେତ ରେଢାଖୋଲ ଥାନାଧିକାରୀ ସୁରୁବାବୁ ଛତ୍ରିଆ, କିସିଣ୍ଡା ଥାନାଧିକାରୀ ପ୍ରଶାନ୍ତ ସାମଲ, ଚାରମାଳ ଥାନାଧିକାରୀ ବସନ୍ତ ଦଳେଇ ଏବଂ ନାକଟିଦେଉଳ ଥାନାଧିକାରୀ ବିଭୁତି ଭୂଷଣ ଦଳାଇ ପ୍ରମୁଖ ସାମିଲ୍ ହୋଇଥିଲେ।

ଅଭିଯୁକ୍ତ ଗିରଫ ଡକାୟତି ଘଟଣା ନାକଟିଦେଉଳ ଥାନା
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.