Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଚୋରି ଅଭିଯୋଗରେ ୨ ଗିରଫ, ୩ ବାଇକ୍ ଉଦ୍ଧାର
ଅପରାଧ

ଚୋରି ଅଭିଯୋଗରେ ୨ ଗିରଫ, ୩ ବାଇକ୍ ଉଦ୍ଧାର

September 21, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା

ରେଢ଼ାଖୋଲ: ରେଢ଼ାଖୋଲ ସହରରୁ ବାଇକ୍ ଚୋରି ଅଭିଯୋଗରେ ପୋଲିସ ୩ ଟି ଚୋରି ହୋଇଥିବା ବାଇକ୍ ଉଦ୍ଧାର କରିଥିବାବେଳେ ୨ ଜଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଥିବା ରେଢ଼ାଖୋଲ ଏସଡିପିଓ ପ୍ରଶାନ୍ତ କୁମାର ମେହେର ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି।

ପୋଲିସ୍ ସୂତ୍ରରୁ ଜଣା ପଡ଼ିଛି ଯେ, ଗତ ଅଗଷ୍ଟ ୩ ତାରିଖରେ ରେଢ଼ାଖୋଲ ତହସିଲ କାର୍ଯ୍ୟାଳୟ ସମ୍ମୁଖରୁ ଜଣେ ତହସିଲ କର୍ମଚାରୀଙ୍କ ଏକ ହୋଣ୍ଡା ବାଇକ୍ ଚୋରି ହୋଇଥିଲା। ଏନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା। ପୋଲିସ୍ ଘଟଣାଟିକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲ। ପୁଣି ଗତ ୧୦ ତାରିଖରେ ରେଢ଼ାଖୋଲ ସାପ୍ତାହିକ ବଜାରରୁ ଏକ ପେସନ ପ୍ରୋ ଗାଡ଼ି ଚୋରି ହୋଇଥିଲା। ଏନେଇ ପୋଲିସ ସହରର ସିସିଟିଭି ଫୁଟେଜରୁ ଜାଣିବାକୁ ପାଇଥିଲା ଯେ ଯୁଯୋମୁରା ଅଞ୍ଚଳର ଜଣେ ବ୍ୟକ୍ତି ଲଗାତାର ଭାବେ ରେଢ଼ାଖୋଲ ଅଞ୍ଚଳରୁ ବାଇକ୍ ଚୋରି କରିନେଉଛି।

ପୋଲିସ ଏହାର ତଦନ୍ତ କରି ଯୁଯୁମୁରା ଅଞ୍ଚଳରୁ ଗୋଟିଏ ଓ ରେଢ଼ାଖୋଲ ଅଞ୍ଚଳରୁ ୨ ଟି ଚୋରି ହୋଇଥିବା ବାଇକ୍ ଉଦ୍ଧାର କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଯୁଯୁମୁରା ଥାନା ବସିଆପଡା ଗ୍ରାମର ରାମ କୁମାର ପଣ୍ଡା ଏବଂ ଚୋରି ବାଇକ୍ କିଣିଥିବା ସୋନପୁର ଜିଲ୍ଲା ବିରମହାରାଜପୁର ଥାନା ମସିନା ପାଲି ଗ୍ରାମର ସତ୍ୟ ଘୁଟା।‌ ଅଭିଯୁକ୍ତ ରାମକୁମାର ପଣ୍ଡାଙ୍କ ନାମରେ ପୂର୍ବରୁ ରେଢ଼ାଖୋଲ, ଯୁଯୁମୁରା, ସୋନପୁର, ବୀରମହାରାଜପୁର ଓ ଉଲୁଣ୍ଡା ଥାନାରେ ଏକାଧିକ ବାଇକ୍ ଚୋରି ମାମଲା ଥିବା ଜଣାପଡିଛି। ଅଭିଯୁକ୍ତ ରାମକୁମାର ପଣ୍ଡା ବାଇକ୍ ଚୋରିକରି ୫ରୁ ୧୦ ହଜାର ଟଙ୍କାରେ ଗଞେଇ ମାଫିଆଙ୍କୁ ବିକ୍ରି କରିଥାଏ ବୋଲି ତଦନ୍ତରୁ ଜଣାପଡ଼ିଛି।

ରେଢ଼ାଖୋଲ ପୋଲିସ କେସ ନଂ ୧୬୬/୨୨ରେ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରିଛି। ଏହି ପ୍ରେସ ବିବୃତିରେ ରେଢ଼ାଖୋଲ ଥାନା ଅଧିକାରୀ ସୁରୁବାବୁ ଛତ୍ରିଆ, ତଦନ୍ତ କାରୀ ଅଧିକାରୀ ଇଶ୍ଵର ଚନ୍ଦ୍ର ନାଏକ, ସବ ଇନ୍ସପେକ୍ଟର ସଞ୍ଜୟ କୁଲୁ, ଏଏସ‌ଆଇ ମୋହନ ସାହୁ ଉପସ୍ଥିତ ଥିଲେ।

ଚୋରି ଅଭିଯୋଗ ରେଢାଖୋଲ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶା ବଜେଟ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ, ଏଥର ୩ ଲକ୍ଷ ୧୦ ହଜାର କୋଟି ଟଙ୍କା

February 20, 2026

ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରୁ ଜୀ ସାର୍ଥକରେ ଓଡିଆ ଚଳଚ୍ଚିତ୍ର “ଇନ୍ସପେକ୍ଟର ସନା” 

February 20, 2026

ବ୍ରହ୍ମପୁର ରେଳ ଷ୍ଟେସନର ପୁନଃବିକାଶକୁ ମଞ୍ଜୁରୀ

February 20, 2026

ଇଣ୍ଡିଆ ଏଆଇ ସମ୍ମିଳନୀରେ ବିରୋଧ ପ୍ରଦର୍ଶନ: ଅନେକ ଯୁବ କଂଗ୍ରେସ କର୍ମୀ ଅଟକ

February 20, 2026
Latest News

ଓଡିଶା ବଜେଟ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ, ଏଥର ୩ ଲକ୍ଷ ୧୦ ହଜାର କୋଟି ଟଙ୍କା

February 20, 2026

ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରୁ ଜୀ ସାର୍ଥକରେ ଓଡିଆ ଚଳଚ୍ଚିତ୍ର “ଇନ୍ସପେକ୍ଟର ସନା” 

February 20, 2026

ବ୍ରହ୍ମପୁର ରେଳ ଷ୍ଟେସନର ପୁନଃବିକାଶକୁ ମଞ୍ଜୁରୀ

February 20, 2026

ଇଣ୍ଡିଆ ଏଆଇ ସମ୍ମିଳନୀରେ ବିରୋଧ ପ୍ରଦର୍ଶନ: ଅନେକ ଯୁବ କଂଗ୍ରେସ କର୍ମୀ ଅଟକ

February 20, 2026

ଟ୍ରମ୍ପଙ୍କ ଇରାନକୁ ଚେତାବନୀ ପରେ କ’ଣ ରହିଛି ସୁନା ଏବଂ ରୂପା ମୂଲ୍ୟ?: ଜାଣନ୍ତୁ ଆଜିର ଦର

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.