ଛଅ ମାସ ଧରି ନିଖୋଜ ଥିବା ନାବାଳିକାଙ୍କୁ ଚେନ୍ନାଇରୁ ଉଦ୍ଧାର କଲା ବାଣପୁର ପୋଲିସ

Published: Sep 30, 2022, 10:12 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳର ଜଣେ ନିଖୋଜ ନାବାଳିକାଙ୍କୁ ସୁଦୂର ଚେନ୍ନାଇରୁ ଉଦ୍ଧାର କରିଛି ପୋଲିସ। ଏ ନେଇ ଆଜି ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟାରିଆ ସୂଚନା ଦେଇଛନ୍ତି। ଉକ୍ତ ନାବାଳିକା ଜଣକ ଗତ ମାର୍ଚ୍ଚ ମାସରୁ ନିଖୋଜ ଥିବା ବେଳେ ପୋଲିସ ସେବେଠାରୁ ତାଙ୍କ ଅନୁସନ୍ଧାନ ଜାରି ରଖିଥିଲା।

ତେବେ ନିକଟରେ ନାବାଳିକା ଜଣକ ଚେନ୍ନାଇରେ ଥିବା ସୂଚନା ପାଇଥିଲା ପୋଲିସ। ତେଣୁ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଓ ବାଣପୁର ଆଇଆଇସି ଜୟପ୍ରକାଶ ପରିଡାଙ୍କ ତତ୍ୱାବଧାନରେ ଏସଆଇ ଦେବସ୍ମିତା ବେହେରା ଓ ଏସଆଇ ଚନ୍ଦନ ଦାସଙ୍କ ମିଳିତ ନେତୃତ୍ୱରେ ଏକ ଟିମ ଗଠନ କରି ଚେନ୍ନାଇ ଗସ୍ତ କରିଥିଲେ।

ଆଜି ସମ୍ପୃକ୍ତ ନାବାଳିକାଙ୍କୁ ବାଣପୁର ଥାନା ଆଣିଥିବା ବେଳେ ତାଙ୍କର ବୟାନ ରେକର୍ଡ଼ ଓ ଡାକ୍ତରୀମାଇନା ହେବା ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଆଇଆଇସି ଶ୍ରୀ ପରିଡା କହିଛନ୍ତି।

Related posts