ଡିସିଡବ୍ଲୁ ଅଧ୍ୟକ୍ଷ ସ୍ଵାତୀ ମାଲିୱାଲଙ୍କ ଘର ଉପରକୁ ଆକ୍ରମଣ, ଯାନବାହନ ଭଙ୍ଗାରୁଜା

Published: Oct 17, 2022, 12:54 pm IST

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା ଆୟୋଗ (ଡିସିଡବ୍ଲୁ) ଅଧ୍ୟକ୍ଷ ସ୍ଵାତୀ ମାଲିୱାଲ ଅଭିଯୋଗ କରିଛନ୍ତି ଯେ, କିଛି ଦୁର୍ବୃତ୍ତ ତାଙ୍କ ଘରେ ପଶି ଗାଡି ଭଙ୍ଗାରୁଜା କରିଛନ୍ତି। ଏହି ଘଟଣା ଘଟିବା ବେଳେ ସେ ଘରେ ନଥିଲେ। ସେ ଏହି ଆକ୍ରମଣକୁ ଭୟ କରିବେ ନାହିଁ ବୋଲି ମାଲିୱାଲ କହିଛନ୍ତି। ସେ କହିଛନ୍ତି ଯେ, ସେ ଏହି ପ୍ରସଙ୍ଗରେ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିବେ।

ସ୍ଵାତୀ ମାଲିୱାଲ ଟ୍ୱିଟ କରି କହିଛନ୍ତି ଯେ, “କିଛି ସମୟ ପୂର୍ବରୁ କିଛି ଆକ୍ରମଣକାରୀ ମୋ ଘରେ ପ୍ରବେଶ କରି ତାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ମୋର ଏବଂ ମା’ଙ୍କ କାର ଭାଙ୍ଗି ଘର ଭିତରକୁ ଯିବାକୁ ଚେଷ୍ଟା କରିଥିଲା। ସୌଭାଗ୍ୟବଶତଃ ଆମେ ଦୁହେଁ ଘରେ ନଥିଲୁ।

କିଛି ଦିନ ପୂର୍ବରୁ ମାଲିୱାଲ ଅଭିଯୋଗ କରିଥିଲେ ଯେ, ତାଙ୍କୁ ଦୁଷ୍କର୍ମ ଧମକ ଦିଆଯାଉଛି। ନିକଟରେ ମିଠୁ ଅଭିଯୁକ୍ତ ସାଜିଦ ଖାନଙ୍କୁ ବିଗ ବସ୍‌ରୁ ବାହାର କରି ଦିଆଯାଉ ବୋଲି କେନ୍ଦ୍ର ସୂଚନା ତଥା ପ୍ରସାରଣ ମନ୍ତ୍ରୀଙ୍କୁ ଦିଲ୍ଲୀ ମହିଳା ଆୟୋଗର ମୁଖ୍ୟ ସ୍ଵାତୀ ମାଲିୱାଲ ଚିଠି ଲେଖିଥିଲେ। ଏହା ପରେ ସ୍ଵାତୀଙ୍କୁ ଦୁଷ୍କର୍ମ ଧମକ ଦିଆଯାଉଛି ବୋଲି ସେ ଟ୍ବିଟ କରି ସୂଚନା ଦେଇଥିଲେ।

Related posts