ଆଜି କୋର୍ଟରେ ହାଜରେ ହେଲେ ବ୍ଲାକମେଲର ଅର୍ଚ୍ଚନା ନାଗ, ତାଙ୍କୁ ଦେଖିବାକୁ ଭିଡ

Published: Oct 26, 2022, 4:31 pm IST

ଭୁବନେଶ୍ବର: ଆଜି ବହୁ ଚର୍ଚ୍ଚିତ ବ୍ଲାକମେଲର ଅର୍ଚ୍ଚନା ନାଗ ଭୁବନେଶ୍ବର ଏସଡିଜିଏମ କୋର୍ଟରେ ହାଜର ହୋଇଛନ୍ତି। ତାଙ୍କୁ କଡା ସୁରକ୍ଷା ମଧ୍ୟରେ ଝାଡପଡା ଜେଲରୁ କୋର୍ଟକୁ ଅଣାଯାଇଥିଲା। ପୂର୍ବରୁ ସେ ଭିଡିଓ କନଫ୍ରେସିଂ ମାଧ୍ୟମରେ କୋର୍ଟରେ ହାଜର ହେଉଥିଲେ। ହେଲେ ଏଥର ସେ ନିଜେ କୋର୍ଟରେ ଉପସ୍ଥିତ ରହି ନିଜର ପକ୍ଷ ରଖିଥିଲେ।

ଏହାପରେ ସେ ସେହି କଡା ସୁରକ୍ଷା ମଧ୍ୟରେ ଜେଲକୁ ଫେରିଯାଇଥିଲେ। ତାଙ୍କର ଓକିଲ ଦେବାଶୀଷ ମହାପାତ୍ର କହିଛନ୍ତି ଯେ, ତାଙ୍କର ଜାମିନୀ ପାଇଁ ଶୁଣାଣି ଥିଲା। ହେଲେ ତାହା ଆଜି ଶୁଣାଣି ହୋଇପାରିଲା ନାହିଁ। ପରବର୍ତ୍ତି ସମୟ ଧାର୍ଯ୍ୟ ହେଲେ ଜାମିନୀ ପାଇଁ କୋର୍ଟକୁ ନିବେଦନ କରିବୁ ବୋଲି ସେ କହିଛନ୍ତି। ବ୍ଲାକମେଲିଂ କରି ଅର୍ଚ୍ଚନା ନାଗ ଗତ ୭ ତାରିଖରେ ଗିରଫ ହୋଇ ଜେଲରେ ଅଛନ୍ତି। ତାଙ୍କୁ ଦେଖିବା ପାଇଁ କୋର୍ଟ ପରିସରରେ ଭିଡ ପରିଲକ୍ଷିତ ହୋଇଥିଲା।

Related posts