Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାଣପୁରରୁ ଚୋରା କୋଇଲା ବୋଝେଇ ଟ୍ରଲର ଜବତ, ଜଣେ ଅଟକ
ଅପରାଧ

ବାଣପୁରରୁ ଚୋରା କୋଇଲା ବୋଝେଇ ଟ୍ରଲର ଜବତ, ଜଣେ ଅଟକ

November 5, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରୁ ଏକ ଚୋରା କୋଇଲା ବୋଝେଇ ଟ୍ରଲର ଜବତ ହୋଇଥିବାର ଖବର ହସ୍ତଗତ ହୋଇଛି। ସୂଚନା ମୁତାବକ ଗତକାଲି ରାତିରେ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ପାଟ୍ରୋଲିଂ କରୁଥିବା ବେଳେ କନ୍ଧ ପୁଞ୍ଜିଆମା ଇଟା ଭାଟି ନିକଟରେ ଏକ ଟ୍ରଲରରୁ କୋଇଲା ଖାଲି କରିବା ପାଇଁ ଉଦ୍ୟତ ହେଉଥିବାର ଦେଖିବାକୁ ପାଇଥିଲେ।

ତେବେ ବାଣପୁରରେ ଏତେ ପରିମାଣର କୋଇଲା ଖାଲି ହେବା ଘଟଣା ସନ୍ଦେହଜନକ ହୋଇଥିବାରୁ ତହସିଲଦାର ଗାଡ଼ି ଚାଳକଙ୍କ ଠାରୁ କାଗଜପତ୍ର ମାଗିଥିଲେ। କାଗଜରେ ଗାଡିଟି ତାଳଚେରରୁ ଲୋଡ଼ ହୋଇ ସୋନପୁର ଅଭିମୁଖେ ଖାଲି କରିବାପାଇଁ ନିର୍ଦ୍ଦେଶ ଥିବାର ତହସିଲଦାର ଜାଣିବାକୁ ପାଇଥିଲେ। ଉକ୍ତ ଗାଡ଼ିରେ ୪୨ ଟନ କୋଇଲା ଥିବା ବେଳେ ଗାଡ଼ି ଚାଳକ ଲୋଭର ବଶବର୍ତ୍ତୀ ହୋଇ କୌଣସି ଅସାଧୁ ବ୍ୟକ୍ତିଙ୍କୁ କୋଇଲା ବିକିବା ଉଦ୍ଦେଶ୍ୟରେ ବାଣପୁର ଆସିଥିବାର ତହସିଲଦାର ଜାଣିବାକୁ ପାଇଥିଲେ।

ଏ ନେଇ ତହସିଲଦାର ବାଣପୁର ଥାନାରେ ଲିଖିତ ଅଭିଯୋଗ କରିବାରୁ ପୋଲିସ ସଙ୍ଗେସଙ୍ଗେ ଘଟଣାସ୍ଥଳକୁ ଯାଇ ଗାଡିକୁ ଜବତ କରିବା ସହ ଏକ ମାମଲା ରୁଜୁକରି ଗାଡ଼ି ଚାଳକଙ୍କୁ ଅଟକ ରଖି ତଦନ୍ତ ଜାରିରଖିଛି। ତେବେ ଚୋରା କୋଇଲା କିଣିବାକୁ ଡ଼ିଲ କରିଥିବା ସେଇ ବାଣପୁରର ବେପାରି ଜଣକ କିଏ, ତାହାର ପର୍ଦ୍ଦାଫାଶ କରିବା ସହ ତାଙ୍କୁ ମଧ୍ୟ ଆଇନ ଅନୁଯାୟୀ ଦଣ୍ଡିତ କରାଯାଉ ବୋଲି ସାଧାରଣରେ ଦାବି ହେଉଛି।

ଜଣେ ଅଟକ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ରେଳରେ ବିଦ୍ୟୁତୀକରଣ ଦ୍ୱାରା ଡିଜେଲ ବ୍ୟବହାର ୧୭୮ କୋଟି ଲିଟରକୁ ହ୍ରାସ

February 12, 2026

Konark Dance & Music Festival: କୋଣାର୍କ ନାଟ୍ୟ ମଣ୍ଡପରେ ଫେବୃୟାରୀ 19 ରେ ହେବ ନୃତ୍ୟ ଉତ୍ସବ

February 12, 2026

କେରଳ ରାଜ୍ୟପାଳଙ୍କ ସହ ମତବିନିମୟ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

February 12, 2026

ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଘାଟିତ: ଶିକ୍ଷାରେ ନବଚେତନାର ସ୍ପନ୍ଦନ

February 12, 2026
Latest News

ଭାରତୀୟ ରେଳରେ ବିଦ୍ୟୁତୀକରଣ ଦ୍ୱାରା ଡିଜେଲ ବ୍ୟବହାର ୧୭୮ କୋଟି ଲିଟରକୁ ହ୍ରାସ

February 12, 2026

Konark Dance & Music Festival: କୋଣାର୍କ ନାଟ୍ୟ ମଣ୍ଡପରେ ଫେବୃୟାରୀ 19 ରେ ହେବ ନୃତ୍ୟ ଉତ୍ସବ

February 12, 2026

କେରଳ ରାଜ୍ୟପାଳଙ୍କ ସହ ମତବିନିମୟ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

February 12, 2026

ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଘାଟିତ: ଶିକ୍ଷାରେ ନବଚେତନାର ସ୍ପନ୍ଦନ

February 12, 2026

ଆସନ୍ତାକାଲି ‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ-୧ ଓ ୨’ ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.