Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ମିକ୍ସଚର ମେସିନ ଚୋରି କରି ବନ୍ଧାହେଲେ ଫିଲ୍ମ ପ୍ରଯୋଜକ
ଅପରାଧ

ମିକ୍ସଚର ମେସିନ ଚୋରି କରି ବନ୍ଧାହେଲେ ଫିଲ୍ମ ପ୍ରଯୋଜକ

December 12, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରୁ ଚୋରି ହୋଇଥିବା ମିକ୍ସଚର ମେସିନ କୁ ତିନି ଦିନ ପରେ ଉଦ୍ଧାର କରିବା ସହ ଚୋରି କରିଥିବା ଜଣେ ଚଳଚିତ୍ର ପ୍ରଯୋଜକ ଓ ଚୋରି ମିକ୍ସଚର ମେସିନ କୁ କମ ମୂଲ୍ୟ ରେ କିଣିଥିବା ଜଣେ କବାଡି ବାଲା ଙ୍କୁ ଗିରଫ କରିଛି ପୋଲିସ। ଗତକାଲି ଏ ସମ୍ପର୍କରେ ଖଲ୍ଲିକୋଟ ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ଆଇଆଇସି ଜଗନ୍ନାଥ ମଲ୍ଲିକ ସମସ୍ତ ସୂଚନା ଦେଇଛନ୍ତି। ଖଲ୍ଲିକୋଟ କରଣ ସାହିରେ ଚାଲିଥିବା ରାସ୍ତା କାମ ରେ ବ୍ୟବହୃତ ହେଉଥିବା ଏକ ମିକ୍ସଚର ମେସିନ ବନ କାର୍ଯ୍ୟାଳୟ ସମ୍ମୁଖରେ ରହିଥିଲା। ଗତ ୬ ତାରିଖ ରାତିରେ କୌଣସି ଦୁର୍ବୁତ୍ତ ଏହାକୁ ଚୋରି କରି ନେଇଥିଲେ। ସିସିଟିଭି ଫୁଟେଜ ରେ ଏକ ମହେନ୍ଦ୍ରା ପିକଅପ ମିକ୍ସଚର ମେସିନ କୁ ଟାଣି ନେଉଥିବା ଦେଖାଯାଇଥିଲା। ତା ପର ଦିନ ଅର୍ଥାତ ୭ ତାରିଖରେ ମାଲିକ ପ୍ରମୋଦ ସାହୁ ତାଙ୍କର ମିକ୍ସଚର ମେସିନ ଚୋରି ହୋଇଥିବା ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତି କରି ଖଲିକୋଟ ଥାନାରେ କେସ ନମ୍ବର ୭୫୯/୨୦୨୨ ଅନୁଯାୟୀ ମାମଲା ରୁଜ୍ଜୁ କରି ଅନୁସନ୍ଧାନ ଆରମ୍ଭ କରିଥିଲା ପୋଲିସ। ପ୍ରଥମେ ସିସିଟିଭି ଫୁଟେଜ ରେ ଥିବା ପୋଲସରା ଅଞ୍ଚଳର ପିକପ ଗାଡ଼ି ନମ୍ବର ଓଡ଼ି ୦୭ ଏଚ ୯୫୪୨ କୁ ଧରି ତା ଠାରୁ ସମସ୍ତ ସୂଚନା ପାଇଥିଲା ପୋଲିସ।

ଆଇଆଇସିଙ୍କ କହିବା ଅନୁଯାୟୀ, କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ମେହେନ୍ଦି ନଗର ଗ୍ରାମର ସୂତାଂଶୁ ମହାନ୍ତି (୨୬) ଜଣେ ଚଳଚିତ୍ର ପ୍ରଯୋଜକ। ତାଙ୍କର ଗୋଟିଏ ଫିଲ୍ମ ରିଲିଜ ହୋଇଥିବା ବେଳେ ଆଉ ଗୋଟିଏ ଫିଲ୍ମ ଜେଜେ ନମ୍ବର ୧ ରିଲିଜ ଅପେକ୍ଷା ରେ ରହିଛି। ଫିଲ୍ମରେ ହୋଇଥିବା କ୍ଷତିକୁ ଭରଣା କରିବା ପାଇଁ ସେ ଚୋରି ପନ୍ଥାକୁ ବାଛିଥିଲେ।ସେ ଭୁବନେଶ୍ୱରରୁ ଆସିକା ଟିକେଟ କାଟି ବସ ରେ ବସିଥିଲେ। ଖଲ୍ଲିକୋଟରେ ରାସ୍ତା କଡରେ ଥିବା ମିକ୍ସଚର ମେସିନକୁ ଦେଖିବା ପରେ ଏହାକୁ ଚୋରେଇ ନେବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ସେ ବୁଢାମ୍ବର ଜଣେ ବ୍ୟକ୍ତିଙ୍କ ଜରିଆରେ ନିଜର ମିକ୍ସଚର ମେସିନକୁ ଭୁବନେଶ୍ୱର ନେବା ପାଇଁ ପୋଲସରାର ପିକଅପ ଗାଡ଼ିକୁ ଯୋଗାଯୋଗ କରିଥିଲେ। ସୂତାଂଶୁଙ୍କ କଥାରେ ବିଶ୍ୱାସ କରି ପିକଅପ ଗାଡ଼ି ଖଲ୍ଲିକୋଟରୁ ମିକ୍ସଚର ମେସିନକୁ ଟାଣି ଭୁବନେଶ୍ୱର ମଞ୍ଚେଶ୍ୱର ନିକଟରେ ଥିବା ରାଜଧାନୀ କଣ୍ଟା ପାଖରେ ଛାଡି ଥିଲେ। ଏଥିପାଇଁ ଆବଶ୍ୟକ ଭଡା ଦେୟ ଫୋନ ପେ ରେ ଦେଇଥିଲେ ସୂତାଂଶୁ।

ଏହାପରେ ଏକ ଅଶୋକ ଲେଲ୍ୟାଣ୍ଡ ଗାଡ଼ି ନମ୍ବର ଓଡ଼ି ୦୨ ସିଏ ୨୫୫୨ ଯୋଗେ ମଞ୍ଚେଶ୍ୱର ସ୍ଥିତ କେନାଲ ବନ୍ଧ ନିକଟରେ ଥିବା ଏକ କବାଡି ଖାନାରେ ମିକ୍ସଚର ମେସିନକୁ ବିକ୍ରି କରି ଦେଲେ। କବାଡି ଖାନାର ମାଲିକ ଉତ୍ତର ପ୍ରଦେଶ ମିର୍ଜାପୁର ଜିଲ୍ଲାର କୋଟୱାଲି ଥାନା ଅନ୍ତର୍ଗତ ସବରୀ ଗ୍ରାମର କିସାନ ଗୁପ୍ତା ଏହାକୁ କିଣି ଥିବାରୁ ତାଙ୍କୁ ଗିରଫ କରିଛି ପୋଲିସ। ଉଭୟ ସୂତାଂଶୁ ଓ କିସାନଙ୍କୁ ପୋଲିସ ଗିରଫ କରିବା ସହ ଚୋରି ମିକ୍ସଚର ମେସିନକୁ ଉଦ୍ଧାର କରି ମାଲିକ ପ୍ରମୋଦ ସାହୁଙ୍କୁ ହସ୍ତାନ୍ତର କରାଯାଇଛି। ଏହାସହ ମହେନ୍ଦ୍ରା ପିକଅପ ଗାଡ଼ି କୁ ମଧ୍ୟ ତାର ମାଲିକ ଙ୍କୁ ହସ୍ତାନ୍ତର କରିଛି ପୋଲିସ।

ଖଲ୍ଲିକୋଟ ଗଞ୍ଜାମ ଚୋରି ମାମଲା
Share. Facebook Twitter LinkedIn Email WhatsApp Copy Link

Related Posts

୭ ହଜାର ଟଙ୍କା ହ୍ରାସ ପାଇଲା ରୂପା ମୂଲ୍ୟ: ଜାଣନ୍ତୁ ଆଜିର ଦର

September 28, 2026

ଉଜ୍ଜୈନ ଶାହି ମସଜିଦ ଉଚ୍ଛେଦକୁ ନେଇ ପଥରମାଡ଼: ପୋଲିସ ଗୁରୁତର, ୫ ଗିରଫ

September 28, 2026

ଯୌତୁକ ପାଇଁ ନବବଧୂଙ୍କୁ ବିଷ ଦେଇ ହତ୍ୟା ଅଭିଯୋଗ: ସ୍ବାମୀ ଅଟକ

September 28, 2026

ବିଜେଡିର ଆନ୍ଦୋଳନ ପ୍ରସଙ୍ଗ: ସରକାରଙ୍କୁ ପ୍ରସ୍ତାବ ନଦେଇ ବିରୋଧ କରିବା ଦାୟିତ୍ୱହୀନତା ବୋଲି ମନମୋହନ ସାମଲଙ୍କ କଟାକ୍ଷ

September 28, 2026
Latest News

୭ ହଜାର ଟଙ୍କା ହ୍ରାସ ପାଇଲା ରୂପା ମୂଲ୍ୟ: ଜାଣନ୍ତୁ ଆଜିର ଦର

September 28, 2026

ଉଜ୍ଜୈନ ଶାହି ମସଜିଦ ଉଚ୍ଛେଦକୁ ନେଇ ପଥରମାଡ଼: ପୋଲିସ ଗୁରୁତର, ୫ ଗିରଫ

September 28, 2026

ଯୌତୁକ ପାଇଁ ନବବଧୂଙ୍କୁ ବିଷ ଦେଇ ହତ୍ୟା ଅଭିଯୋଗ: ସ୍ବାମୀ ଅଟକ

September 28, 2026

ବିଜେଡିର ଆନ୍ଦୋଳନ ପ୍ରସଙ୍ଗ: ସରକାରଙ୍କୁ ପ୍ରସ୍ତାବ ନଦେଇ ବିରୋଧ କରିବା ଦାୟିତ୍ୱହୀନତା ବୋଲି ମନମୋହନ ସାମଲଙ୍କ କଟାକ୍ଷ

September 28, 2026

‘୪ ମାସ ମଧ୍ୟରେ ନିଷ୍ପତ୍ତି ନିଅନ୍ତୁ’: ଟିଏମସିର ନିର୍ବାଚନ ଚିହ୍ନ ଉପରେ ଇସିଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

September 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.