Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାଣପୁର ଚାଞ୍ଚଲ୍ୟ ହତ୍ୟାକାଣ୍ଡର କଣ ଥିଲା କାରଣ, କାହିଁକି ମାରିଲା କାହ୍ନା ??
ଅପରାଧ

ବାଣପୁର ଚାଞ୍ଚଲ୍ୟ ହତ୍ୟାକାଣ୍ଡର କଣ ଥିଲା କାରଣ, କାହିଁକି ମାରିଲା କାହ୍ନା ??

January 26, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଣପୁର ଚାଞ୍ଚଲ୍ୟ ହତ୍ୟାକାଣ୍ଡର କଣ ଥିଲା କାରଣ, କାହିଁକି ମାରିଲା କାହ୍ନା ??

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଥିଲା ଯାହାକି ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ବାଣପୁର କଲେଜର ଯୁକ୍ତ ଦୁଇ ଛାତ୍ର ଆଶୁତୋଷ ମହାପାତ୍ରଙ୍କୁ ଅଭିଯୁକ୍ତ ଆଶୀର୍ବାଦ ପ୍ରଧାନ ଓରଫ କାହ୍ନା ଅପହରଣ ପରେ ତଣ୍ଟିଚିପି ହତ୍ୟା କରି କୂଅରେ ଫୋପାଡି ଦେଇଥିଲା। ପୋଲିସ କୂଅରୁ ଶବ ଉଦ୍ଧାର କରିବାପରେ ଅଭିଯୁକ୍ତ କାହ୍ନାଙ୍କୁ ଗିରଫ କରିଛି।

ତେବେ ଆଶୀର୍ବାଦ ଓରଫ କାହ୍ନା କଣ ପାଇଁ ଆଶୁତୋଷ ଙ୍କ ହତ୍ୟା କଲେ ତାହା ବିଷୟରେ ଗଣମାଧ୍ୟମ କୁ ପ୍ରତିକ୍ରିୟା ଦେଇଛନ୍ତି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ। ଶ୍ରୀ ବାରିକଙ୍କ ସୂଚନା ମୁତାବକ ଅଭିଯୁକ୍ତଙ୍କ ବୟାନ ଅନୁଯାୟୀ ହତ୍ୟାର ଦୁଇଟି କାରଣ ରହିଛି। ପ୍ରଥମ ହେଉଛି ପ୍ରତିଶୋଧ ଏବଂ ଦ୍ଵିତୀୟ ହେଉଛି ଟଙ୍କା।

ଆଶୀର୍ବାଦଙ୍କ କୌଣସି ଏକ ଦୁର୍ବଳ ମୁହୂର୍ତ୍ତ ର ପ୍ରମାଣ ଆଶୁତୋଷଙ୍କ ପାଖେ ପୁର୍ବରୁ ଥିଲା। ଫଳରେ ସେ ସଦାବେଳେ ଆଶୀର୍ବାଦଙ୍କୁ ବ୍ଲାକମେଲ କରୁଥିଲେ ଏବଂ ବହୁ ଟଙ୍କା ମଧ୍ୟ ତାଙ୍କଠୁ ପର୍ଯ୍ୟାୟକ୍ରମେ ନେଇଛନ୍ତି। ଆଶୁତୋଷ ଓ ଆଶୀର୍ବାଦଙ୍କ ବୟସରେ ତାରତମ୍ୟ ଥିଲେ ସୁଦ୍ଧା ଉଭୟ ସାଙ୍ଗ ପରି ମିଶୁଥିଲେ।

ତେବେ ଅନ୍ୟ ଏକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଉଭୟଙ୍କ ଯୁବତୀମାନଙ୍କ ପ୍ରତି ଦୁର୍ବଳତା ରହୁଥିଲା। ଯାହାର ଫାଇଦା ନେଇ ଉକ୍ତ ଦିନ ଆଶୀର୍ବାଦ ଓରଫ କାହ୍ନା ଆଶୁତୋଷଙ୍କୁ ଉକ୍ତ ଘରକୁ ଡାକିଥିଲେ। ସେଠାରେ ଉଭୟ ମଦ୍ୟ ପାନ କରିଥିଲେ। ଆଶୁତୋଷଙ୍କୁ ନିଶା ହେବାପରେ ବ୍ଲାକମେଲ ରେ ଅତିଷ୍ଠ ହୋଇ ପ୍ରତିଶୋଧ ପରାୟଣ ହୋଇ କାହ୍ନା ତାଙ୍କୁ ମାରିଦେଇଥିଲେ।

ଟଙ୍କା ମାଗିବା ଉକ୍ତ ହତ୍ୟାର ଦିଗ ବଦଳାଇବା ପାଇଁ କେବଳ ଉଦିଷ୍ଟ ଥିଲା। ପ୍ରକୃତରେ ପ୍ରତିଶୋଧର ରାଗ ଆଶୀର୍ବାଦଙ୍କ ମନରେ ଜଳୁଥିଲା। ଆଶୁତୋଷ ଙ୍କୁ କେମିତି ମାରିବ ସେ ନେଇ କାହ୍ନାଙ୍କ ମନରେ ଚାଲିଥାଏ ଷଡଯନ୍ତ୍ର ଏବଂ ସେହା ହିଁ ହେଲା। କିନ୍ତୁ ଅପରାଧୀ କେଉଁଠି ନା କେଉଁଠି ଅପରାଧର ସୁରାକ ଛାଡିଥାଏ। ତାହାହିଁ ପୋଲିସ ର ସନ୍ଦେହ କୁ ଆହୁରି ଦୃଢ଼ଭୂତ କଲା।

ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ, ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ା, ଟାଙ୍ଗୀ ଆଇଆଇସି ଦିଗବିଜୟ ବିଶ୍ୱାଳ ଓ ଟିମ ଉକ୍ତ ରହସ୍ୟମୟ ହତ୍ୟାକାଣ୍ଡର ଅତ୍ୟନ୍ତ ଚତୁରତାର ସହ ପର୍ଦାଫାଶ କରିବାରେ ସଫଳ ହୋଇଛନ୍ତି।

ବାଣପୁର ବାଣପୁର ହତ୍ୟାକାଣ୍ଡ ସୀତାରାମ ଅଗ୍ରୱାଲ
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ୱିନ୍ ସିଟି ଟ୍ରାଫିକ୍ ସମସ୍ୟାର ସ୍ଥାୟୀ ସମାଧାନ ଓ ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

August 19, 2026

ଆଜି ଅଗଷ୍ଟ ୧୯ ତାରିଖ: ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର, ପଢନ୍ତୁ ରାଶିଫଳ

August 19, 2026

ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ

August 18, 2026

କୋରାପୁଟର ଲକ୍ଷ୍ମୀପୁରରେ ଭୂକମ୍ପ ଝଟକା, ଭୟରେ ଘରୁ ବାହାରିଲେ ଲୋକେ

August 18, 2026
Latest News

ଟ୍ୱିନ୍ ସିଟି ଟ୍ରାଫିକ୍ ସମସ୍ୟାର ସ୍ଥାୟୀ ସମାଧାନ ଓ ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

August 19, 2026

ଆଜି ଅଗଷ୍ଟ ୧୯ ତାରିଖ: ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର, ପଢନ୍ତୁ ରାଶିଫଳ

August 19, 2026

ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ

August 18, 2026

କୋରାପୁଟର ଲକ୍ଷ୍ମୀପୁରରେ ଭୂକମ୍ପ ଝଟକା, ଭୟରେ ଘରୁ ବାହାରିଲେ ଲୋକେ

August 18, 2026

ଚିଲିକା ଅଞ୍ଚଳର ସମାଜସେବୀ ଶଙ୍କର ପାଇକରାୟଙ୍କୁ ଏମ୍ସରେ ସାକ୍ଷାତ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

August 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.