ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ବନବିଭାଗର ମୁନସୀ ଗିରଫ

Published: Mar 21, 2023, 8:39 am IST

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ବ୍ଲକ୍ କିସିଣ୍ଡା ଖଳାଶୁଣି ବନ୍ୟପ୍ରାଣୀ ବନାଂଚଳ ରେଞ ଅନ୍ତର୍ଗତ ସରାପାଲି ପଂଚାୟତର ମହୁଲପାଲି ଗ୍ରାମ ନିକଟରେ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ଜଣେ ମୁନସୀକୁ ବନବିଭାଗ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ବନବିଭାଗ ସୂଚନା ଦେଇଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ବନବିଭାଗର ମୁନସୀ ପ୍ରସନ୍ନ ଷଣ୍ଢ କେନ୍ଦୁପତ୍ର ମୁନସୀ ଭାବରେ କାମ କରୁଥିବା ବେଳେ କେନ୍ଦୁପତ୍ର ଅଧିକ ଅମଳ ପାଇଁ ଜଙ୍ଗଲରେ ନିଆଁ ଲଗାଇଦେଇଥିଲା। ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ମହୁଲପାଲି ଜଙ୍ଗଲରେ ଚଢଉ କରି ମୁନସୀ ପ୍ରସନ୍ନ କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଫରେଷ୍ଟର ଭୁବନେଶ୍ୱର ପାଣି ଙ୍କ ନେତୃତ୍ୱରେ ଏହି ଚଢଉ କରାଯାଇଥିଲା। କେନ୍ଦୁପତ୍ର ଅମଳ ସମୟର ପୂର୍ବରୁ ଅଧିକ କେନ୍ଦୁପତ୍ର ହେବାକୁ ଲକ୍ଷ୍ୟ ରଖି ବହୁ ସମୟରେ କେନ୍ଦୁପତ୍ର ବିଭାଗର ମୁନସୀମାନେ ଜଙ୍ଗଲରେ ନିଆଁ ଲଗାଉଥିବା ନଜିର ରହିଛି।

Related posts