Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଅଶାନ୍ତ ହେଲା ବିଜେବି କଲେଜ ପରିସର: ଛାତ୍ରଙ୍କୁ ଆକ୍ରମଣ କଲେ ଅଣଛାତ୍ର, ୩ ଗୁରୁତର
ଅପରାଧ

ଅଶାନ୍ତ ହେଲା ବିଜେବି କଲେଜ ପରିସର: ଛାତ୍ରଙ୍କୁ ଆକ୍ରମଣ କଲେ ଅଣଛାତ୍ର, ୩ ଗୁରୁତର

April 22, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ବିଜେବି କଲେଜ ପରିସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କ୍ରିକେଟ ଖେଳକୁ ନେଇ ସେଠାରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି। ବିଜେବି କଲେଜ ପଡିଆରେ ଖେଳିବାକୁ ନେଇ ଛାତ୍ର-ଅଣଛାତ୍ର ମଧ୍ୟରେ ବିବାଦ ହୋଇଛି। ବିବାଦ ଏତେ ବଢିଯାଇଥିଲା ଯେ, ଛାତ୍ରଙ୍କ ଉପରକୁ ଅଣଛାତ୍ରମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ବିଜେବି କଲେଜ ପଡ଼ିଆରେ ଆମ୍ବେଦକର ହଷ୍ଟେଲର ଛାତ୍ରମାନେ କ୍ରିକେଟ ଖେଳୁଥିଲେ। କିନ୍ତୁ ସେହି ସ୍ଥାନରେ ଅଣଛାତ୍ରମାନେ ଖେଳିବାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା। ଯାହାପରେ ଅଣଛାତ୍ରମାନେ ଉତ୍ତେଜିତ ହୋଇ ଛାତ୍ରମାନଙ୍କ ଉପରକୁ ଆକ୍ରମଣ କରିଥିଲେ। ୧୫ରୁ ଉର୍ଦ୍ଧ୍ଵ ଅଣଛାତ୍ର ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଥିବା ବେଳେ ୩ ଜଣ ଛାତ୍ର ଗୁରୁତର ଆହତ ହୋଇଥିଲେ। ଆହତ ଛାତ୍ରମାନଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

ତେବେ ବଦଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୪ ରୁ ୫ ସନ୍ଦିଗ୍ଧଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

ଉଲ୍ଲେଖ ଥାଉ କି, ବିଜେବି କଲେଜ ଗ୍ରାଉଣ୍ଡରେ ପ୍ରତିଦିନ ଶହ ଶହ ପିଲା ଖେଳିବା ପାଇଁ ଯାଅନ୍ତି। ସେଠାରେ ଛାତ୍ରମାନଙ୍କ ସହ ଅଣଛାତ୍ରମାନେ ଦୌଡିବା, ଫୁଟବଲ, କ୍ରିକେଟ ଇତ୍ୟାଦି ଖେଳ ଖେଳିବାକୁ ଯାଇଥାନ୍ତି। ପ୍ରତିଦିନ ସକାଳୁ ସେହି ପଡ଼ିଆରେ ପ୍ରବଳ ଜନଗହଳି ହୋଇଥାଏ।

ତେବେ ଏଭଳି ଘଟଣା ପରେ ସେଠାରେ ଏକ ଅପ୍ରତିକର ପରିସ୍ଥିତି ସୃଷ୍ଟି ହୋଇଛି। ଯାହାକୁ ନେଇ ଶାନ୍ତି ଶୃଙ୍ଖଳାରେ ସକାଳୁ ବ୍ୟାୟମ କରୁଥିବା ଲୋକମାନଙ୍କ ମଧ୍ୟରେ ସଦେହ ସୃଷ୍ଟି ହୋଇଛି। ସେମାନଙ୍କ ପକ୍ଷରୁ ଏଭଳି ଘଟଣାକୁ କଡା ନିନ୍ଦା କରାଯାଇଥିବା ବେଳେ ଦୋଷୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି।

ବିଜେବି କଲେଜ ଭୁବନେଶ୍ବର
Share. Facebook Twitter LinkedIn Email WhatsApp Copy Link

Related Posts

ହତ୍ୟା, ଦୁଷ୍କର୍ମ ଏବଂ ଡକାୟତି… : CJP ‘ପଦଯାତ୍ରା’ରେ ଅପରାଧିକ ପୃଷ୍ଠଭୂମି ଥିବା ୯୮୯ ଅଭିଯୁକ୍ତ

July 28, 2026

ONGC ର ପ୍ରଥମ ଡିପ୍ୱାଟର ଏକ୍ସପ୍ଲୋରେଟରୀ ଡ୍ରିଲିଂ ଶୁଭାରମ୍ଭ

July 28, 2026

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ହେବ ଫୁଲବାଣୀ ମେଡିକାଲ କଲେଜ

July 28, 2026

‘ଆତ୍ମନିର୍ଭର ପଞ୍ଚାୟତ’ ଓ ‘ସମର୍ଥ’ ପୋର୍ଟାଲର ଶୁଭାରମ୍ଭ

July 28, 2026
Latest News

ହତ୍ୟା, ଦୁଷ୍କର୍ମ ଏବଂ ଡକାୟତି… : CJP ‘ପଦଯାତ୍ରା’ରେ ଅପରାଧିକ ପୃଷ୍ଠଭୂମି ଥିବା ୯୮୯ ଅଭିଯୁକ୍ତ

July 28, 2026

ONGC ର ପ୍ରଥମ ଡିପ୍ୱାଟର ଏକ୍ସପ୍ଲୋରେଟରୀ ଡ୍ରିଲିଂ ଶୁଭାରମ୍ଭ

July 28, 2026

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ହେବ ଫୁଲବାଣୀ ମେଡିକାଲ କଲେଜ

July 28, 2026

‘ଆତ୍ମନିର୍ଭର ପଞ୍ଚାୟତ’ ଓ ‘ସମର୍ଥ’ ପୋର୍ଟାଲର ଶୁଭାରମ୍ଭ

July 28, 2026

NEET ପ୍ରତିବାଦ: ଛାତ୍ରଛାତ୍ରୀମାନଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କଲେ ବିହାର ସରକାର

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.