Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଆଇପିଏଲ ଜୁଆ କବଳରେ ବାଣପୁର-ବାଲୁଗାଁ ଯୁବପିଢ଼ି!, ପୋଲିସର କାର୍ଯ୍ୟାନୁଷ୍ଠାନ କେବେ?
ଅପରାଧ

ଆଇପିଏଲ ଜୁଆ କବଳରେ ବାଣପୁର-ବାଲୁଗାଁ ଯୁବପିଢ଼ି!, ପୋଲିସର କାର୍ଯ୍ୟାନୁଷ୍ଠାନ କେବେ?

May 3, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ସମ୍ପ୍ରତି ଦେଶରେ ଚାଲିଛି ଆଇପିଏଲ କ୍ରେଜ। ଯୁବକଙ୍କୁ ଠୁ ନେଇ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଆଇପିଏଲ ଦେଖିବା ପାଇଁ ମତୁଆଲା। ତେବେ କ୍ରୀଡା ପ୍ରେମୀଙ୍କ ମନକୁ ପ୍ରଫୁଲ୍ଲିତ କରିବା ଉଦ୍ଦେଶ୍ୟରେ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ବାଲୁଗାଁ ଥାନା ଅଞ୍ଚଳରେ ଏହାର ଦୁରୁପଯୋଗ ଦେଖିବାକୁ ମିଳିଛି। ବର୍ତ୍ତମାନ ଆଇପିଏଲ ସଟ୍ଟା କବଜାରେ ହଜାର ହଜାର ଯୁବପିଢ଼ି। ଅଘୋଷିତ ଗ୍ରୁପ ଗଠନ କରି ଜୁଆରେ ଲଗାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା।

ବାଣପୁର ବାଲୁଗାଁ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଏହି ଜୁଆ କ୍ରେଜ ଜୋର ଧରିଛି। ସମସ୍ତେ ଜଣେ ଜଣେ ବୁକି ସାଜୁଛନ୍ତି। ଆଇପିଏଲ ପାଇଁ ୧୦୦ ଟଙ୍କା  ଆରମ୍ଭ ହୋଇ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ସଟ୍ଟା ଲାଗେ। ତେବେ ଏହା ଦ୍ୱାରା ଯୁବପିଢ଼ି ବିପଥଗାମୀ ହେବା ସହ ଜୁଆ ନିଶାରେ ନିଜର ସର୍ବସ୍ବ ହରାଇ ବସୁଛନ୍ତି। କାହା ପାଇଁ ପୁଷମାସ ତ କାହାପାଇଁ ସର୍ବନାଶ ସାଜିଛି ଏହି ଆଇପିଏଲ ସଟ୍ଟା।

ମୋବାଇଲ କଲ ମାଧ୍ୟ୍ୟମରେ ଏମାନଙ୍କ କାରବାର ଚାଲେ। କୌଣସି ଏକ ଦଳର ଜିତିବା ଏବଂ ହାରିବା ଉପରେ ଏମାନେ ଲଗାଇଥାନ୍ତି ବାଜି। ଉକ୍ତ ଜୁଆର ବଶବର୍ତ୍ତୀ ହୋଇ ବହୁ ଯୁବକ ଦେବାଳିଆ ହୋଇ ପରିଶେଷରେ ଭିଟାମାଟି ଛାଡ଼ନ୍ତି ଏବଂ ଆଉ କେତେ ଆତ୍ମହତ୍ୟା କରନ୍ତି।

ତେବେ ବାଣପୁର ଓ ବାଲୁଗାଁ ପରି ଶିକ୍ଷିତ ସହରାଞ୍ଚଳରେ ଏପରି ଦୃଶ୍ୟ ବୁଦ୍ଧିଜୀବୀ ମାନଙ୍କୁ ବ୍ୟଥିତ କରୁଛି। ପୋଲିସ ତୁରନ୍ତ ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହାର ଚେରକୁ ମୁଳୋତ୍ପାଟନ କରୁ ବୋଲି ସାଧାରଣରେ ଦୃଢ଼ ଦାବି ହେଉଛି।

ଆଇପିଏଲ ବାଣପୁର ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ବଡବାହାଳ ଛକରୁ ଗଂଜେଇ ଜବତ: ୩ ଗିରଫ

March 14, 2026

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବଢୁଥିବା ନିଖୋଜ ବ୍ୟକ୍ତି ଘଟଣା ଉପରେ ଏନଏଚଆରସିର ଉଦବେଗ: ଓଡ଼ିଶା ସମେତ ୫ ରାଜ୍ୟକୁ ନୋଟିସ

March 13, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026
Latest News

ରାଜ୍ୟସଭା ନିର୍ବାଚନ: RJD ପାଇଁ ବଢିଲା ସମସ୍ୟା, ତିନି କଂଗ୍ରେସ ବିଧାୟକ ଗାଏବ

March 16, 2026

ବିହାରରେ କ୍ରସ୍ ଭୋଟିଂ କରିବେ ଚାରି ଏନଡିଏ ବିଧାୟକ?: ହଇଚଇ ସୃଷ୍ଟି କଲା ରାଜନୈତିକ ଦାବି 

March 16, 2026

ରାଜ୍ୟସଭା ନିର୍ବାଚନ: ଓଡ଼ିଶା, ବିହାର ଏବଂ ହରିୟାଣାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା, ଜାଣନ୍ତୁ ସଂଖ୍ୟା ଖେଳ

March 16, 2026

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.