ପ୍ରେମରେ ବିଫଳ ହୋଇ ଯୁବକଙ୍କ ଆତ୍ମହତ୍ୟା!: ପୋଲିସର ତଦନ୍ତ ଜାରି

Published: May 3, 2023, 1:28 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଆସ୍କା ଥାନା ଅନ୍ତର୍ଗତ ଆଲିପୁର ପଞ୍ଚାୟତ ଗବନଳା ଗ୍ରାମର ସୁନୀଲ ପାତ୍ର ନାମକ ଜଣେ ଯୁବକ ଦାଦାଙ୍କ ବାଡିପଟ ପାଇଖାନା ଘରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଖବର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଘଟଣାରୁ ପ୍ରକାଶ ଯେ, ଆତ୍ମହତ୍ୟା କରିଥିବା ସୁନୀଲ ପରିବାର ସହ ସୁରତ୍ ରେ ରହୁଥିଲେ ଓ ଉକ୍ତ ଗ୍ରାମର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଏହି କିଛି ଦିନ ତଳେ ସେ ଗାଁକୁ ଆସିଥିଲେ। କିନ୍ତୁ କ’ଣ ହେଲା ହଠାତ୍ ଦାଦା ମହେନ୍ଦ୍ର ଗୌଡ଼ଙ୍କ ଘର ବାଡିପଟେ ସେ ଆତ୍ମହତ୍ୟା କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାଇଖାନା ଘରର କବାଟ ଭାଙ୍ଗି ଶବ ଉଦ୍ଧାର କରିଥିଲା। ଏବଂ ବ୍ୟବଚ୍ଛେଦ ପାଇଁ ପଠାଇବା ସହ କେଶ୍ ନଂ ୪/୨୩ ଅନୁଯାୟୀ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପ୍ରେମ ବ୍ୟାପାରକୁ ନେଇ ଏହି ଭଳି ଘଟଣା ଘଟିଥିବା ପୋଲିସ ଅନୁମାନ କରୁଛି।

Related posts