ବେଆଇନ ବାଣ ଦୋକାନରେ ଚଢାଉ: ବ୍ୟବସାୟୀ ଗିରଫ

Published: Jun 8, 2023, 12:53 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋବିନ୍ଦ ନଗର ଗ୍ରାମର ସି ଏଚ୍ ରାମୁ ରେଡ଼ି ନାମକ ଜଣେ ବ୍ୟକ୍ତିଙ୍କୁ ବାଣ ବିକ୍ରି କରୁଥିବା ଅଭିଯୋଗ ରେ ଗୋଳନ୍ଥରା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ଥାନା ଅଧିକାରୀ ବିବେକାନନ୍ଦ ମହନ୍ତଙ୍କ ସୁଚନା ଅନୁଯାୟୀ, ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ନିଜେ ଥାନା ଅଧିକାରୀ ମହନ୍ତ ଏକ ଟିମ୍ ଗଠନ କରି ରାମୁ ରେଡ଼ିଙ୍କ ଦୋକାନ ଉପରେ ଚଢ଼ାଉ କରି ପ୍ରାୟ ୬୦ ହଜାର ଟଙ୍କାର ବାଣ ଜବତ କରିଛନ୍ତି ଓ ଏକ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଛନ୍ତି।

ପ୍ରକାଶ ଥାଉକି ଗାଁ ଲୋକଙ୍କ ଆପତ୍ତି ସତ୍ତ୍ୱେ ଗତ କିଛି ବର୍ଷ ହେଲା ରାମୁ ବେଆଇନ ଭାବେ ବାଣ ବ୍ୟବସାୟ କରୁଥିଲା।

Related posts