
କୈଳାଶ ଚନ୍ଦ୍ର ଚୌଧୁରୀ
ବ୍ରହ୍ମପୁର: ବୁଗୁଡ଼ା ଥାନା ଅନ୍ତର୍ଗତ କରସିଂ ଠାରେ ବୁଗୁଡ଼ା ପୋଲିସ ଓ ବ୍ରହ୍ମପୁର ଅବକାରୀ ବିଭାଗ ସ୍ବତନ୍ତ୍ର ଦଳର ମିଳିତ ଉଦ୍ୟମରେ ଚଢାଉ କରି ଦୁଇଟି କାର୍ ରେ ଚାଲାଣ ହେଉଥିବା ୧୭୨ କିଲୋ ଗଞ୍ଜେଇ ଜବତ କରିଛନ୍ତି। ଏହି ଚାଲାଣ ଅଭିଯୋଗରେ କୋଦଳାର ପବିତ୍ର ବିଷୋୟୀ, ଦୁଃଖୀଶ୍ୟାମ ବିଷୋୟୀ ଓ ବବ୍ରୁ ପ୍ରଧାନ ସମେତ ବାହାର ଜିଲ୍ଲାର ଜଣକୁ ଗିରଫ କରାଯାଇଛି।
ବୁଗୁଡ଼ା ପୋଲିସର ସହାୟତା ରେ ଅବକାରୀ ବିଭାଗ ଉପଅଧିକ୍ଷକ କୁବେର ସେଠୀ, ନୀରିକ୍ଷକ ହ୍ରୁଦୟ ସାମନ୍ତ, ସମେତ ଅନ୍ୟାନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ। ଅଭିଯୁକ୍ତ ମାନଙ୍କ ବିରୋଧରେ ବ୍ରହ୍ମପୁର ଅବକାରୀ କେଶ୍ ନଂ ୨୩୭/୨୩ ଓ ୨୩୮/୨୩ ଅନୁଯାୟୀ ମାମଲା ରୁଜୁ କରାଯାଇଛି।