୬୦୦ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

Published: Aug 2, 2023, 11:23 am IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ଲଙ୍ଗଳଦେଇ ଗ୍ରାମ ଛକରେ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ୬୦୦ କିଲୋ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଖଲିକୋଟ ଥାନା ଅନ୍ତର୍ଗତ କେଶପୁରର ହର୍ଷ ବାରିକ ନାମକ ଜଣେ ଯୁବକକୁ ଅବକାରୀ ବିଭାଗ ଗିରଫ କରିଛି।

ସୁଚନା ଅନୁଯାୟୀ ପୁର୍ବରୁ ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ଅବକାରୀ ଗୁଇନ୍ଦା ନୀରିକ୍ଷକ ହ୍ରୁଦୟ ସାମନ୍ତଙ୍କ ନେତୃତ୍ଵରେ ବିଭାଗୀୟ କର୍ମଚାରୀ ମାନେ ଲଙ୍ଗଳଦେଇ ଗ୍ରାମ ଛକରେ ଏକ ମହିନ୍ଦ୍ରା ପିକ୍ଅପ୍ ଗାଡ଼ିକୁ ଅଟକାଇ ଯାଞ୍ଚ କରିବା ବେଳେ ସେଥିରୁ ୬୦୦ କିଲୋ ଗଞ୍ଜେଇ ବାହାରି ଥିଲା। ଉକ୍ତ ଗଞ୍ଜେଇ ଗଜପତି ଜିଲ୍ଲା ଜିରାଙ୍ଗ ଅଞ୍ଚଳରୁ ଏହି ରାସ୍ତା ଦେଇ ବ୍ରହ୍ମପୁର ଚାଲାଣ କରୁଥିବା ଗିରଫ ଯୁବକ ଠାରୁ ପ୍ରକାଶ। ଜବତ ଗଞ୍ଜେଇର ମୁଲ୍ୟ ୬୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି।

Related posts