Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସାବଧାନ: ଫେସବୁକ୍ ମେସଞ୍ଜରରେ ମେସେଜ ପଠାଇ ସାଇବର ଅପରାଧୀଙ୍କ ଅଭିନବ ଠକେଇ
ଅପରାଧ

ସାବଧାନ: ଫେସବୁକ୍ ମେସଞ୍ଜରରେ ମେସେଜ ପଠାଇ ସାଇବର ଅପରାଧୀଙ୍କ ଅଭିନବ ଠକେଇ

October 7, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ସାଇବର ଅପରାଧୀଙ୍କ ଦିନକୁ ଦିନ ଅପରାଧର ତରିକା ବଦଳିବାରେ ଲାଗିଛି। କେତେବେଳେ ସେମାନେ କେଉଁ ମାଧ୍ୟମରେ ଅପରାଧ କରୁଛନ୍ତି ତାହା ଜ୍ଞାନୀ ଶିକ୍ଷିତ ଲୋକଙ୍କୁ ମଧ୍ୟ ଜାଣିବା କଷ୍ଟକର ହୋଇପଡିଛି। ନିକଟରେ ସେହିପରି ଏକ ନୂଆ ତରିକାରେ ସାଇବର ଅପରାଧୀ ବିଭିନ୍ନ ଲୋକଙ୍କୁ ଠକିଥିବାର ନଜରକୁ ଆସିଛି।

ଘଟଣାରୁ ଜଣାପଡିଛି ଯେ, ସାଇବର ଅପରାଧୀମାନେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଫେସବୁକ ମେସେଞ୍ଜରକୁ ହାକ କରି ନେଉଛନ୍ତି। ସେହି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ମେସେଞ୍ଜର ମାଧ୍ୟମରେ ସେମାନେ ତାଙ୍କର ପରିଚିତ ବ୍ୟକ୍ତିମାନଙ୍କୁ ମେସେଜ ପଠାଉଛନ୍ତି। ସେଥିରେ ସେମାନେ ପ୍ରଥମେ ଆପଣଙ୍କ ମୋବାଇଲ ନମ୍ବରଟି ଦିଅନ୍ତୁ ବୋଲି ଉଲ୍ଲେଖ କରୁଛନ୍ତି।

ଯେହେତୁ ସେହି ପ୍ରତିଷ୍ଠତ ବ୍ୟକ୍ତି ଜଣଙ୍କ ଆପଣଙ୍କ ପରିଚିତ, ତେଣୁ କାଳେ ସେ ଫୋନ ନମ୍ବର ହଜାଇ ଦେଇଥିବେ ଭାବି ଆପଣ ତାଙ୍କୁ ନମ୍ବର ପ୍ରଦାନ କରିବେ। ଏହାପରେ ସେହି ମେସେଞ୍ଜରରୁ ମେସେଜ ଆସିବ ଯେ, ମୋର ଜଣେ ବନ୍ଧୁ ସିଆରପିଏଫ ରେ ଚାକିରୀ କରୁଛନ୍ତି। ତାଙ୍କର ବିହାରକୁ ବଦଳି ହୋଇଯାଇଛି। ସେଥିପାଇଁ ତାଙ୍କର ବହୁ ଦାମିକା ଆସବାବ ପତ୍ରକୁ ବିକ୍ରି କରିଦେବାକୁ ଚାହୁଁଛନ୍ତି। ଆପଣଙ୍କ ନମ୍ବରରେ ସେହି ବ୍ୟକ୍ତିଙ୍କୁ ଦେଉଛି ଏବଂ ଆପଣଙ୍କୁ ମଧ୍ୟ ତାଙ୍କ ନମ୍ବର ଦେଉଛି।

ଏହାପରେ ଆପଣଙ୍କ ହ୍ବାଟସପକୁ ବହୁ ଦାମୀକା ଆସବାବ ପତ୍ରର ଫଟୋ ଆସିବ। ଯାହାକୁ ଦେଖିଲେ ଆପଣ ଚମକି ପଡିବେ। ଏହାର ମୂଲ୍ୟ ଆପଣ ହିସାବ କଲେ ତାହା 10 ଲକ୍ଷ ଟଙ୍କାରୁ ଅଧିକ ହେବ ସିନା କମ ହେବ ନାହିଁ। ହେଲେ ଠକ ଏହାକୁ ଦୁଇ ଲକ୍ଷରେ ଦେଇ ଦେବ ବୋଲି କହିବ।

ଲୋଭରେ ଆପଣ ଜିନିଷ କେଉଁଠି ଅଛି ବୋଲି ପଚାରିଲେ ତାହା ସିଆରପିଏଫ କ୍ୟାମ୍ପସ ଭିତରେ ଅଛି। ସିଆରପିଏଫ ଅଫିସରୁ ଅନୁମତି ନେଇ ଏହି କ୍ୟାମ୍ପସ ଭିତରୁ ଗାଡିରେ ଜିନିଷ ଲଦି ବାହାରକୁ ବାହର କରାଯିବ। ଆପଣ ଗେଟ ଆଗରେ ଆସି ଅପେକ୍ଷା କରିବା ପରେ ମୋତେ କହିଲେ ଗାଡିରେ ଲଦି ଜିନିଷ କାଢିବି।

ଏହାପରେ ଆପଣଙ୍କୁ ଠକ ଲକ୍ଷେ ଟଙ୍କା ଫୋନ ପେ କରିବାକୁ ଅନୁରୋଧ କରିବ। ଯେହେତୁ ଠକଟି ଆପଣଙ୍କ ଘନିଷ୍ଠ ବନ୍ଧୁଙ୍କ ମେସେଞ୍ଜରରୁ ଆପଣଙ୍କ ପାଖକୁ ମେସେଜ ପଠାଇଛି, ସେଥିରେ ଆପଣ ବିଶ୍ବାସ କରି ସେହି ନମ୍ବରରେ ପେମେଣ୍ଟ କରି ସିଆରପିଏଫ ଗେଟ ସାମନାକୁ ଯିବେ।

ହେଲେ ଆପଣ ତାହା ପ୍ରଦାନ କରିବା ପରେ ସେ ନମ୍ବର ସୁଇଚ ଅପ୍ ହୋଇଯିବ। ଆଉ ତାହାର କୌଣସି ଖୋଜ ଖବର ମିଳିବ ନାହିଁ। ଏହିପରି ଏକ ଘଟଣା ବର୍ତ୍ତମାନ ପଦାକୁ ଆସିବା ପରେ ସାଇବର ଥାନାରେ ସଂପୃକ୍ତ ବ୍ୟକ୍ତି ଅଭିଯୋଗ କରିଥିବାର ଜଣାପଡିଛି।

( ଏହି ଘଟଣାଟି ଭୁବନେଶ୍ବରରେ ଘଟିଛି। ହେଲେ ସେମାନେ ଉଭୟ ଓଡିଶାର ଜଣେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହୋଇଥିବାରୁ ତାଙ୍କର ନାମ ଠିକଣା ପ୍ରକାଶ କରିପାରୁ ନାହୁଁ।)

Cyber Hacker cyberattack
Share. Facebook Twitter LinkedIn Email WhatsApp Copy Link

Related Posts

ସମୁଦ୍ରରେ ଜାହାଜ ନିଖୋଜ, ତାଜା ହେଲା ବ୍ଲାକରୋଜ ସ୍ମୃତି

August 22, 2026

ବିବାହ ପ୍ରତିଶ୍ରୁତି, ଶାରୀରିକ ସମ୍ପର୍କ ପରେ ପ୍ରତାରଣା ଅଭିଯୋଗ: ଜେଲ ଗଲେ SI

August 22, 2026

ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ଥାନାରେ ହତ୍ୟା ଅଭିଯୋଗ

August 22, 2026

ଭାରତ ପ୍ରତି ସତର୍କ ରହିବାକୁ ଚେତାବନୀ ଦେଲେ ପାକିସ୍ତାନର ମନ୍ତ୍ରୀ: ଜାଣନ୍ତୁ କାରଣ

August 22, 2026
Latest News

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୩ ତାରିଖ ରବିବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

August 23, 2026

ସମୁଦ୍ରରେ ଜାହାଜ ନିଖୋଜ, ତାଜା ହେଲା ବ୍ଲାକରୋଜ ସ୍ମୃତି

August 22, 2026

ବିବାହ ପ୍ରତିଶ୍ରୁତି, ଶାରୀରିକ ସମ୍ପର୍କ ପରେ ପ୍ରତାରଣା ଅଭିଯୋଗ: ଜେଲ ଗଲେ SI

August 22, 2026

ଭାରତୀୟ ରେଳର ଆଉ ଏକ ମାଇଲଖୁଣ୍ଟ: ଗୋଟିଏ ଯାତ୍ରାରେ କଲା ୩୯୨୨ ଟନ୍ ମାଲ ପରିବହନ

August 22, 2026

“ବନ୍ଦେ ମାତରମ୍” ପ୍ରସଙ୍ଗ: ନିଜର ମତ ସ୍ପଷ୍ଟ କଲେ କଂଗ୍ରେସ ନେତା ଶଶି ଥରୁର

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.