Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ମାଲକାନଗିରି ପୋଲିସ ଦ୍ୱାରା ୩ ଜଣ ଦୁର୍ଦ୍ଧାନ୍ତ ମହିଳା ମାଓବାଦୀ ଗିରଫ
ଅପରାଧ

ମାଲକାନଗିରି ପୋଲିସ ଦ୍ୱାରା ୩ ଜଣ ଦୁର୍ଦ୍ଧାନ୍ତ ମହିଳା ମାଓବାଦୀ ଗିରଫ

December 29, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଗୁଣ୍ଠାୱାଡ଼ା ଗ୍ରାମ ନିକଟରୁ ପୋଲିସ ଜଣେ ଏରିଆ କମିଟି ସଦସ୍ୟଙ୍କ ସମେତ ୩ ଜଣ ଦୁର୍ଦ୍ଧାନ୍ତ ମହିଳା ମାଓବାଦୀକୁ ଗିରଫ କରିଛି। ଗିରଫ ମହିଳା ମାଓବାଦୀମାନେ ହେଲେ ସ୍ୱପ୍ନା ଓରଫ ଚନ୍ଦ୍ରମା ଖିଲ, ବବିତା ଓରଫ କମଳା ଖିଲ ଓ ସୁନିତା ଖିଲ ଓ ଏମାନଙ୍କ ଘର ମାଲକାନଗିରି ଜିଲ୍ଲାର ଜୋଡ଼ାମ୍ବ ଥାନା ଅନ୍ତର୍ଗତ ଧାକଡ଼ପଦର ଗ୍ରାମରେ ବୋଲି ଜଣାପଡ଼ିଛି। ଗୁଣ୍ଠାୱାଡ଼ା ଗ୍ରାମରେ କିଛି ଲୋକ ସନ୍ଦେହଜନକ ଭାବେ ବୁଲୁଥିବା ଖବର ପାଇ ଚିତ୍ରକୋଣ୍ଡା ପୋଲିସ ଏବଂ ଡି.ଭି.ଏଫ ଯବାନମାନେ ସଂପୃକ୍ତ ଅଞ୍ଚଳରେ ତଲାସୀ କରି ଏହି ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ।

ତେବେ ଅନ୍ୟମାନେ ଖସି ପଳାଇବାରେ ସକ୍ଷମ ହୋଇଥିଵା ଜଣାପଡିଛି। ଗିରଫ ମହିଳା ମାଓବାଦୀ ସ୍ୱପ୍ନା ଗତ ୨୦୧୮ ମସିହାରେ ମାଓ ସଙ୍ଗଠନରେ ସାମିଲ ହୋଇଥିବା ବେଳେ ବର୍ତମାନ ସେ ଆନ୍ଧ୍ର ଓଡିଶା ସୀମାନ୍ତ ସ୍ୱତନ୍ତ୍ର ଜୋନାଲ କମିଟିର ମିଲିଟାରୀ ପ୍ଲାଟୁନରେ ଗୁମ୍ମା ଅଞ୍ଚଳରେ କାର୍ଯ୍ୟରତ ଥିଲା ଓ ତା ନାମରେ ଓଡ଼ିଶା ସରକାର ୪ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ। ସେହିଭଳି ବବିତା ଓ ସୁନିତା ଗତ ୨୦୨୧ ମସିହାରେ ମାଓ ସଙ୍ଗଠନରେ ସାମିଲ ହୋଇଥିବା ବେଳେ ଉଭୟ ମାଓନେତା ଉଦୟର ସୁରକ୍ଷା ଦଳରେ ପାର୍ଟି ମେମ୍ବର ଭାବେ କାର୍ଯ୍ୟ କରୁଥିଲେ ଓ ଉଭୟଙ୍କ ନାମରେ ଓଡ଼ିଶା ସରକାର ୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଥିଲେ। ସ୍ୱପ୍ନା କୋରାପୁଟ, ମାଲକାନଗିରି ଜିଲ୍ଲା ସମେତ ଛତିଶଗଡ଼ ରାଜ୍ୟରେ ୬ ଟି ଗୁଳି ବିନିମୟ ଘଟଣା ଓ ଯୋଡ଼ାମ୍ବ ଗ୍ରାମରେ ଘର ପୋଡ଼ି ଘଟଣାରେ ସଂପୃକ୍ତ ଥିବା ଜଣାପଡିଛି।

ସେହିଭଳି ବବିତା ଓ ସୁନିତା ମାଲକାନଗିରି ଜିଲ୍ଲା ଓ ଛତିଶଗଡ଼ ରାଜ୍ୟରେ ୩ ଟି ଗୁଳି ବିନିମୟ ଘଟଣାରେ ସଂପୃକ୍ତ ଥିବା ଦକ୍ଷିଣା ପଶ୍ଚିମାଞ୍ଚଳ ଡି.ଆଇ.ଜି ନିତି ଶେଖର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏଥିସହ ପଚରାଉଚରା ବେଳେ ବହୁ ତଥ୍ୟ ଜଣାପଡିଛି ଓ ସେଥିନେଇ ତଦନ୍ତ କରାଯାଉଥିବା ଦକ୍ଷିଣା ପଶ୍ଚିମାଞ୍ଚଳ ଡି. ଆଇ. ଜି ନିତି ଶେଖର ପ୍ରକାଶ କରିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ଏସ.ପି ବିବେକାନନ୍ଦ ଶର୍ମା, ଅତିରିକ୍ତ ଏସ. ପି ତପନ ନାରାୟଣ ରଥଙ୍କ ସମେତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

ମହିଳା ମାଓବାଦୀ ମାଲକାନଗିରି ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଓରାଙ୍ଗଉଟାନ ଶିଶୁଙ୍କ ଚିକିତ୍ସା ଓ ସୁରକ୍ଷା ପାଇଁ ଗଠିତ ହେଲା ବୈଷୟିକ କମିଟି

September 13, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.