ବ୍ରହ୍ମପୁର: (କୈଳାଶ ଚନ୍ଦ୍ର ଚୌଧୁରୀ): ଛତ୍ରପୁର ଥାନା ଅନ୍ତର୍ଗତ ଲଣ୍ଡା ବାଉଁଶ ଗ୍ରାମ ହନୁମାନ ମନ୍ଦିରରେ ଗତ କିଛି ଦିନ ତଳେ କିଛି ଅଳଙ୍କାର ଓ ଧାତୁ ନିର୍ମିତ ଗଦା ଚୋରି ହୋଇଥିଲା ଓ ଗ୍ରାମ କମିଟି ପକ୍ଷରୁ ଛତ୍ରପୁର ଥାନାରେ ଏତଲା ଦାଏର ହୋଇଥିଲା। ଏତଲାକୁ ଭିତ୍ତି କରି ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଏକ ଟିମ୍ ଗଠନ କରି ଘଟଣାର ଅନୁସନ୍ଧାନ ଚଳାଇ ଚୋରି ହୋଇଥିବା ପ୍ରାୟ ୫ କିଲୋ ଓଜନର ଗଦା ଉଦ୍ଧାର କରିଛନ୍ତି। ଏହା ସହ ଉକ୍ତ ଗ୍ରାମର ସନ୍ତୋଷ ଗୌଡ ଓ ଶିବ ସାହୁ ନାମକ ଦୁଇ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।