ଟାଙ୍ଗୀ/ବାଣପୁର: ଆଜି ଖୋର୍ଦ୍ଧା ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ଟାଙ୍ଗୀ ରେଞ୍ଜ ଅବକାରୀ ରାଧାକାନ୍ତ ଭୋଇଙ୍କ ତତ୍ୱାବଧାନରେ ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲିଙ୍କ ନେତୃତ୍ୱରେ ଆଜି ଦୁଇଟି ସ୍ଥାନରେ ଚଢାଉ କରାଯାଇଥିଲା। ବାଣପୁର ଥାନା ଅନ୍ତର୍ଗତ ତୁମ୍ବୁରାପୁଟ ଗ୍ରାମରେ ଚଢାଉ କରାଯାଇ କାର୍ତ୍ତିକ କୁମାର ସେଠି ଙ୍କୁ ଗିରଫ କରିବା ସହିତ ୭୦ଲିଟର ଦେଶୀ ମହୁଲି ମଦ ଜବତ କରାଯାଇଛି ଏବଂ ଟାଙ୍ଗୀ ଥାନା ଅନ୍ତର୍ଗତ ସୋରଣ ଗ୍ରାମରେ ଚଢାଉ କରାଯାଇ ବାଦଲ ଚମ୍ପତିଙ୍କୁ ଗିରଫ କରିବା ସହ ୧୧କେଜି ଗଂଜେଇ ଜବତ କରାଯାଇଛି।
ବାଣପୁର ଥାନା ଅନ୍ତର୍ଗତ ତୁମ୍ବୁରାପୁଟ ଗ୍ରାମର କାର୍ତ୍ତିକ କୁମାର ସେଠି ଓ ଟାଙ୍ଗୀ ଥାନା ଅନ୍ତର୍ଗତ ସୋରଣ ଗ୍ରାମର ବାଦଲ ଚମ୍ପତି ଙ୍କୁ ବାଲୁଗାଁ ଅବକାରୀ ଅଧିକାରୀ ଗିରଫ କରି ସେମାନଂକୁ କେଶ ନଂ ୧୫୫/୨୫-୨୬ ଓ ୧୫୬/୨୫-୨୬ ରେ କୋର୍ଟ ଚାଲାଣ କରିଛନ୍ତି।
ଏହି ଚଢାଉ ରେ ବାଲୁଗାଁ ଅବକାରୀ ଓ ଆଇ ସି ସୁଜିତ କୁମାର ମୁଦୁଲି, ଟାଙ୍ଗୀ ଅବକାରୀ ଓ ଆଇ ସି ରମେଶ ଚନ୍ଦ୍ର ବାରିକ ଏକ ଷ୍ଟାଫ ଓ ଏ ଏସ ଆଇ ମୀନକେତନ ମହାଳିକ, ରଂଜିତା ପଟେଲ, ସୁନିତା ମହାରଣା, ଅନିଲ କୁମାର ପ୍ରଧାନ, ଅଶେଷ କୁମାର ପ୍ରଧାନ, ତୁଷାରକାନ୍ତ ଚମ୍ପତି ଓ କାଳୁ ପ୍ରଧାନ ଯୋଗ ଦେଇଥିଲେ।