Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାଲୁଗାଁରେ ଗୋଷ୍ଠୀ ସଂଘର୍ଷ, ୬ ଗିରଫ
ଅପରାଧ

ବାଲୁଗାଁରେ ଗୋଷ୍ଠୀ ସଂଘର୍ଷ, ୬ ଗିରଫ

November 22, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁରେ ଗୋଷ୍ଠୀ ସଂଘର୍ଷ, ୬ ଗିରଫ
ବାଲୁଗାଁରେ ଗୋଷ୍ଠୀ ସଂଘର୍ଷ, ୬ ଗିରଫ

ବାଲୁଗାଁ: ବାଲୁଗାଁ ଏନଏସି ଅନ୍ତର୍ଗତ ଆଇବି ରୋଡ ଓଭର ବ୍ରିଜ ନିକଟରେ ପାଟଣା ସାହି ଓ କୁଲାକୁଣ୍ଢେଇ ନୂଆଗାଁର କିଛି ଯୁବକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଉଗ୍ରରୂପ ଧାରଣ କରିଥିବା ବେଳେ ଗୋଟିଏ ଚା ପାନ ଦୋକାନ ଭଙ୍ଗାରୁଜା ହୋଇଥିବା ଜଣାପଡିଛି। ଖବର ମୁତାବକ ବାଲୁଗାଁ ପାଟଣା ସାହିର ସନ୍ତୋଷ ବେହେରା ତଳ ଦିନେ ଉମାମହେଶ୍ୱର ମନ୍ଦିର ଯାଉଥିବା ବେଳେ ପୂଜା କରିବାକୁ ନେଇ କୁଲାକୁଣ୍ଢେଇ ନୂଆଗାଁର କିଛି ଯୁବକଙ୍କ ସହ ଝଗଡା ହୋଇଥିଲା। ସେବେ ଠାରୁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା।

ତେବେ ସେହି ଘଟଣାକୁ କେନ୍ଦ୍ର କରି ଶୁକ୍ରବାର ସନ୍ଧ୍ୟାରେ ନିଜ ଚା ପାନ ଦୋକାନରେ ସନ୍ତୋଷ ବେପାର କରୁଥିବା ବେଳେ କୁଲାକୁଣ୍ଢେଇ ନୂଆଗାଁର କିଛି ଯୁବକ ଅତର୍କିତ ଆକ୍ରମଣ କରିବା ସହ୍ ଦୋକାନ ଭଙ୍ଗାରୁଜା କରିଥିଲେ। ଖବର ପ୍ରଚାରିତ ହେବା ପରେ ସଂଘବଦ୍ଧ ହୋଇ ପାଟଣା ସାହି ଓ କୁଲାକୁଣ୍ଢେଇ ନୂଆଗାଁ ମଧ୍ୟରେ ହାତାହାତିରୁ ସଙ୍ଘର୍ଷରେ ପରିଣତ ହୋଇଥିଲା।

ଉଭୟ ପକ୍ଷରୁ ଢେଲା, ପଥର ଫୋଫଡା ଫିଙ୍ଗା ସାଙ୍ଗକୁ ଠେଙ୍ଗା ବାଡିରେ ରଣଭୂମି ପାଲଟି ଥିଲା। ଘଟଣା ସ୍ଥଳରେ ପିସିଆର ଓ ପୋଲିସ ସହାୟତା ୧୧୨ ଗାଡି ପହଞ୍ଚି ଗୋଷ୍ଠୀ ସଙ୍ଘର୍ଷକୁ ନିୟନ୍ତ୍ରଣ କରିବାକୁ ପ୍ରୟାସ କରିଥିଲେ। ମାତ୍ର ଘଟଣା କ୍ରମଶଃ ଉଗ୍ରରୂପ ନେବାରେ ଖବରପାଇ ଘଟଣା ସ୍ଥଳରେ ବାଲୁଗାଁ ଥାନାଧିକାରୀ ଜୟ ପ୍ରକାଶ ପରିଡ଼ା ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିବା ବେଳେ ବିଶୃଙ୍ଖଳା ରୋକିବା ପାଇଁ ପୋଲିସ କର୍ମଚାରୀ ମୁତୟନ କରାଯାଇଥିଲା।

ଉକ୍ତ ଘଟଣା ନେଇ ପୁଲିସ ପକ୍ଷରୁ ଉଭୟ ଗୋଷ୍ଠୀଙ୍କ ଉପରେ ତୀକ୍ଷ୍ମ ନଜର ରଖିଛି। ଏନେଇ ଆଜି ପାଟଣା ସାହିର ସନ୍ତୋଷଙ୍କ ଅଭିଯୋଗକ୍ରମେ କେଶ ନ ୩୯୬/୨୫ ରେ କୁଲକୁଣ୍ଢେଇ ନୂଆଗାଁର ସ୍ଵାଧୀନ ଜାଲି, ଆଲୋକ କୁମାର ରାଉତ, ଦୀପକ ପଲେଇ ଏବଂ ଅପରପକ୍ଷ ଦୀପକ ପଲେଇଙ୍କ ଅଭିଯୋଗ କ୍ରମେ ପାଟଣା ସାହିର ସନ୍ତୋଷ ବେହେରା, ସଞ୍ଜୟ ବେହେରା ଲିଙ୍ଗରାଜ ବେହେରାଙ୍କୁ ୩୯୭/୨୫ ରେ ପୃଥକ ଭାବେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଶ୍ରୀ ପରିଡା କହିଛନ୍ତି।

ଗୋଷ୍ଠୀ ସଂଘର୍ଷ ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ନାବାଳିକାଙ୍କୁ ଦୁଷ୍କର୍ମ ଓ ନିର୍ମମ ହତ୍ୟା ମାମଲା: ମୃତ୍ୟୁ ଦଣ୍ଡାଦେଶ ଦେଲେ ପଦ୍ମପୁର ପୋକ୍ସୋ କୋର୍ଟ

January 7, 2026

ଆସନ୍ତା ୨୦ରୁ ୨୬ ପର୍ଯ୍ୟନ୍ତ ଢେଙ୍କାନାଳ ମହୋତ୍ସବ

January 7, 2026

ଆଇଆଇଟି ଭୁବନେଶ୍ୱରରେ ଭାରତ୍ ୟୁଥ୍ ଇନୋଭେସନ୍ ଚ୍ୟାଲେଞ୍ଜ କାର୍ଯ୍ୟକ୍ରମ

January 7, 2026

ଆସନ୍ତା ୧୦ ରୁ ରାଜଧାନୀରେ ଜାତୀୟ ସ୍ତରୀୟ ଶିଶିର ସରସ ମେଳା ୨୦୨୬

January 7, 2026
Latest News

ନାବାଳିକାଙ୍କୁ ଦୁଷ୍କର୍ମ ଓ ନିର୍ମମ ହତ୍ୟା ମାମଲା: ମୃତ୍ୟୁ ଦଣ୍ଡାଦେଶ ଦେଲେ ପଦ୍ମପୁର ପୋକ୍ସୋ କୋର୍ଟ

January 7, 2026

ଆସନ୍ତା ୨୦ରୁ ୨୬ ପର୍ଯ୍ୟନ୍ତ ଢେଙ୍କାନାଳ ମହୋତ୍ସବ

January 7, 2026

ଆଇଆଇଟି ଭୁବନେଶ୍ୱରରେ ଭାରତ୍ ୟୁଥ୍ ଇନୋଭେସନ୍ ଚ୍ୟାଲେଞ୍ଜ କାର୍ଯ୍ୟକ୍ରମ

January 7, 2026

ଆସନ୍ତା ୧୦ ରୁ ରାଜଧାନୀରେ ଜାତୀୟ ସ୍ତରୀୟ ଶିଶିର ସରସ ମେଳା ୨୦୨୬

January 7, 2026

ଆଜି ଜାନୁୟାରୀ ୭ ତାରିଖ ବୁଧବାର: ୪ ଟି ରାଶି ପ୍ରତି ରହିଛି ଭଗବାନଙ୍କ ଆଶୀର୍ବାଦ

January 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.