Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ: ୨୫୧ କେଜି ଗଞ୍ଜେଇ ଜବତ, ୨ ଗିରଫ
ଅପରାଧ

ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ: ୨୫୧ କେଜି ଗଞ୍ଜେଇ ଜବତ, ୨ ଗିରଫ

August 7, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ: ୨୫୧ କେଜି ଗଞ୍ଜେଇ ଜବତ, ୨ ଗିରଫ
ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ: ୨୫୧ କେଜି ଗଞ୍ଜେଇ ଜବତ, ୨ ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଜଙ୍ଗଲ ମଧ୍ୟରେ ବ୍ୟାପକ ଗଞ୍ଜେଇ ମହଜୁଦ୍ ରଖି ବ୍ୟବସାୟ ଉଦ୍ଦେଶ୍ୟରେ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଘଟଣା ସ୍ଥଳରେ ପୋଲିସ ଅଚାନକ ଚଢାଉ କରି ଦୁଇ କ୍ୟୁଣ୍ଟାଲ ୫୧ କେଜି ଗଞ୍ଜେଇ ଧରିବାରେ ସକ୍ଷମ ହୋଇଛି। ପୋଲିସ ସୂତ୍ରରୁ ଏକ ପ୍ରେସ ବିବୃତ୍ତରୁ ଜଣାପଡ଼ିଛି ଯେ, ଗଜପତି ଜିଲ୍ଲା ଆର.ଉଦୟଗିରି ଥାନାର ଏସ.ଆଇ ଲକ୍ଷ୍ମଣ ବେଶ୍ରା ୪ ତାରିଖ ସକାଳ ସମୟରେ ଥାନାର କର୍ମଚାରୀଙ୍କ ସହିତ ଥାନା ଗାଡ଼ିରେ ଆର.ଉଦୟଗିରି ଥାନା ଅନ୍ତର୍ଗତ ସମ୍ବଲପୁର, କିରାମା, ନିଧୂଗୁଡି ଏବଂ ତବରସାହି ଗ୍ରାମ ଅଞ୍ଚଳରେ ପାଟ୍ରୋଲିଂ ଏବଂ ଏକ୍ସାଇଜ୍ ୱାରେଣ୍ଟ ଚଢାଉ ସମୟରେ ସେ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଲେ ଯେ, ତବରସାହିର କିଛି ଗ୍ରାମବାସୀ ଗୁପ୍ତ ଭାବରେ ନିଶାଦ୍ରବ୍ୟ ଗଞ୍ଜେଇ ବ୍ୟବସାୟ କରୁଛନ୍ତି ଏବଂ କିରାମା ପଞ୍ଚାୟତ ଅନ୍ତର୍ଗତ ତବରସାହି ଗ୍ରାମ ପଛ ପାର୍ଶ୍ଵରେ ରେ ଥିବା ଜଙ୍ଗଲରେ ବିପୁଳ ପରିମାଣରେ ଗଞ୍ଜେଇ ମହଜୁଦ ରଖିଛନ୍ତି।

ଏଭଳି ସୂଚନା ପାଇବା ସଙ୍ଗେ ସଙ୍ଗେ ସେ ତୁରନ୍ତ ଥାନା କର୍ମଚାରୀଙ୍କ ସହିତ ତବରାସାହି ଗ୍ରାମ ନିକଟସ୍ଥ ପଛ ପାର୍ଶ୍ଵ ଜଙ୍ଗଲକୁ ଖୋଜା ଖୋଜି ତଥା ଚଢାଉ ପାଇଁ ଘଟଣାସ୍ଥଳକୁ ଯାଇଥିଲେ ଏବଂ ସେଠାରେ ସେ ଦେଖିବା ସହ ଜାଣିବାକୁ ପାଇଥିଲେ ଯେ ଘଟଣା ସ୍ଥଳରେ ଦୁଇଜଣ ବ୍ୟକ୍ତି ବଡ଼ ଜରି ବସ୍ତାରେ ଗଞ୍ଜେଇ ସବୁ ପ୍ୟାକିଂ କରୁଥିଲେ। ଘଟଣା ସ୍ଥଳରେ ପୋଲିସ ଦଳ ଆସିବା ଦେଖି ଉଭୟେ ଗଞ୍ଜେଇ ବ୍ୟାଗ ଗୁଡ଼ିକ ଘଟଣା ସ୍ଥଳରେ ଛାଡି ଜଙ୍ଗଲ ଆଡ଼କୁ ଦୌଡ଼ି ପଳାଇଥିଲେ।

ଏହା ଦେଖି ସେ ଏବଂ ତାଙ୍କ ସହିତ ଥ‌ିବା କର୍ମଚାରୀ ମାନେ ସେମାନଙ୍କୁ ପିଛା କରିଥିଲେ ଏବଂ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ଏଥିରେ ଧାରା ପଡ଼ିଥିବା ଅଭିଯୁକ୍ତ ଅଭିନାଥ ରାଇକା (୪୪), ଉଲାସା ରାଇକାଙ୍କ ପୁଅ ଏବଂ ଜାଖ୍ୟା ଗମାଙ୍ଗ (୫୫), ସ୍ବର୍ଗତ ଲୁକା ଗମାଙ୍ଗ ଙ୍କ ପୁଅ ଏବଂ ଉଭୟେ ଗଜପତି ଜିଲ୍ଲା ଆର. ଉଦୟଗିରି , ଥାନା ଅନ୍ତର୍ଗତ ତାବରାସାହି ଗ୍ରାମର ଳ । ଅଭିଯୁକ୍ତ ମାନଙ୍କ ଠାରୁ ଘଟଣା ସ୍ଥଳରେ ପୋଲିସ ପକ୍ଷରୁ ୮ ଗୋଟି ବଡ଼ ଜରି ବସ୍ତାରେ ଭର୍ତ୍ତି ଥିବା ମୋଟ ୨୫୧-କେଜି ଅର୍ଥାତ୍‌ ୨ କ୍ରିଣ୍ଟାଲ ୫୧ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରା ଯାଇଥିଲା । ଏହି ମାମଲାରେ ଆର. ଉଦୟଗିରି ଥାନା କେସ ନଂ ୧୪୩/୨୦୨୬ ତା:-୪/୮/୨୦୨୬ ୟୁ/ଏସ ୨୦(ବି)(ii)(ସି) ଏନଡିପିଏସ ଆକ୍ଟ ୧୯୮୫ ପ୍ରକାରେ ଉଭୟ ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟକୁ ପଠାଇ ଦିଆ ଯାଇଥିବା ପୋଲିସ ପକ୍ଷରୁ ଜଣାଯାଇଛି।

ଆର.ଉଦୟଗିରି ଥାନା ଗଜପତି ଜିଲ୍ଲା ଗଞ୍ଜେଇ ଜବତ ଚୋରା ଚାଲାଣ
Share. Facebook Twitter LinkedIn Email WhatsApp Copy Link

Related Posts

TMC ବିବାଦରେ ରାହୁଲ-ରିଜିଜୁ ମୁହାଁମୁହିଁ: ‘କଂଗ୍ରେସ ନିଜେ ଭସ୍ମାସୁର’ କହି ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ

September 19, 2026

ମଧ୍ୟପ୍ରଦେଶ ଟ୍ରାଜେଡି : ମୁଖ୍ୟମନ୍ତ୍ରୀଙ୍କ ଶୋକ, ପରିବାରକୁ ୫ ଲକ୍ଷ ଲେଖାଏ ସହାୟତା ଘୋଷଣା

September 19, 2026

ଭାରତୀୟ ସଂସ୍କୃତି ଓ ସଭ୍ୟତାରେ ଦିବ୍ୟାଙ୍ଗମାନଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ : ବାଚସ୍ପତି

September 19, 2026

ତିଗିରିଆ ଆଦିବାସୀ ଆଶ୍ରମ ବିଦ୍ୟାଳୟରେ ବ୍ରିକ୍‍-ଆଇଏଲ୍‌ଏସ୍ ପକ୍ଷରୁ ସ୍ୱଚ୍ଛତା ଅଭିଯାନ ଆୟୋଜିତ

September 19, 2026
Latest News

TMC ବିବାଦରେ ରାହୁଲ-ରିଜିଜୁ ମୁହାଁମୁହିଁ: ‘କଂଗ୍ରେସ ନିଜେ ଭସ୍ମାସୁର’ କହି ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ

September 19, 2026

ମଧ୍ୟପ୍ରଦେଶ ଟ୍ରାଜେଡି : ମୁଖ୍ୟମନ୍ତ୍ରୀଙ୍କ ଶୋକ, ପରିବାରକୁ ୫ ଲକ୍ଷ ଲେଖାଏ ସହାୟତା ଘୋଷଣା

September 19, 2026

ଭାରତୀୟ ସଂସ୍କୃତି ଓ ସଭ୍ୟତାରେ ଦିବ୍ୟାଙ୍ଗମାନଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ : ବାଚସ୍ପତି

September 19, 2026

ତିଗିରିଆ ଆଦିବାସୀ ଆଶ୍ରମ ବିଦ୍ୟାଳୟରେ ବ୍ରିକ୍‍-ଆଇଏଲ୍‌ଏସ୍ ପକ୍ଷରୁ ସ୍ୱଚ୍ଛତା ଅଭିଯାନ ଆୟୋଜିତ

September 19, 2026

“ପରିବେଶ ଓ ଜଳବାୟୁ ଗତିଶୀଳତାର ଭବିଷ୍ୟତ” ଶୀର୍ଷକ ଅନ୍ତର୍ଜାତୀୟ ସମ୍ମିଳନୀର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ

September 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.