Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବନ୍ଧୁକ ଦେଖାଇ ସୁନା ବ୍ୟବସାୟୀଙ୍କୁ ଲୁଟ: ୧୦ ଲକ୍ଷରୁ ଅଧିକ ଗହଣା ନେଇ ଫେରାର
ଅପରାଧ

ବନ୍ଧୁକ ଦେଖାଇ ସୁନା ବ୍ୟବସାୟୀଙ୍କୁ ଲୁଟ: ୧୦ ଲକ୍ଷରୁ ଅଧିକ ଗହଣା ନେଇ ଫେରାର

August 23, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୋରଡ଼ା: ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅଞ୍ଚଳରେ ସୁନା ବ୍ୟବସାୟୀଙ୍କୁ ବନ୍ଧୁକ ମୁନରେ ଲୁଟ ଘଟଣା ଚର୍ଚ୍ଚାରେ। ଦୁର୍ବୃତ୍ତମାନେ ଅତ୍ୟନ୍ତ ଚତୁରତାର ସହ ନିଶାସକ୍ତ ବ୍ୟକ୍ତି ହେବାର ଅଭିନୟ କରି ପ୍ରଥମେ ବ୍ୟବସାୟୀଙ୍କ କାର ଅଟକାଇଥିଲେ। ପରେ ବନ୍ଧୁକ ଦେଖାଇ ତାଙ୍କଠାରୁ ସୁନା ଓ ରୂପା ଗହଣା ଭର୍ତ୍ତି ବ୍ୟାଗ ଲୁଟି ଫେରାର ହୋଇଯାଇଛନ୍ତି। ଲୁଟ ହୋଇଥିବା ଗହଣାର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବ୍ୟବସାୟୀ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, କୋଷ୍ଠା ଅଞ୍ଚଳର ଗହଣା ବ୍ୟବସାୟୀ ତପନ ପରିଡ଼ା ନିକଟସ୍ଥ ସନମୁଣ୍ଢାବଣୀ ହାଟରେ ବ୍ୟବସାୟ ସାରି କାରରେ ଘରକୁ ଫେରୁଥିଲେ। ତାଙ୍କ ସହ ବିକ୍ରି ପାଇଁ ନେଇଥିବା ସୁନା ଓ ରୂପା ଗହଣା ଭର୍ତ୍ତି ଏକ ବ୍ୟାଗ ଥିଲା।

ନୂଆଝାଳିଆ ପଞ୍ଚାୟତର ନୂଆଗାଁ ପୋଖରୀ ନିକଟରେ ପହଞ୍ଚିବା ପରେ ଦୁଇଟି ବାଇକ୍‌ରେ ଆସିଥିବା ୪ ଜଣ ଦୁର୍ବୃତ୍ତ ହଠାତ୍ ତାଙ୍କ କାର ସମ୍ମୁଖକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନିଶାସକ୍ତ ବ୍ୟକ୍ତିର ଅଭିନୟ କରି ବାଇକ୍ ସହ କାର ଆଗରେ ପଡ଼ିଯାଇଥିଲେ। ଘଟଣା ଦେଖି ତପନ କାର ଅଟକାଇବା ପରେ ଅନ୍ୟ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ତାଙ୍କୁ ଭୟଭୀତ କରିଥିଲେ।

ବନ୍ଧୁକ ଦେଖାଇବା ପରେ ଦୁର୍ବୃତ୍ତମାନେ ତପନଙ୍କ ନିକଟରୁ ଗହଣା ଭର୍ତ୍ତି ବ୍ୟାଗ ଛଡ଼ାଇ ନେଇଥିଲେ। ବ୍ୟବସାୟୀଙ୍କ ଅଭିଯୋଗ ଅନୁସାରେ, ବ୍ୟାଗରେ ପ୍ରାୟ ୫ କିଲୋଗ୍ରାମ ରୂପା ଏବଂ ୬୦ ଗ୍ରାମ ସୁନା ଅଳଙ୍କାର ଥିଲା। ଲୁଟ ହୋଇଥିବା ଗହଣାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ।

ଲୁଟ ପରେ ଦୁର୍ବୃତ୍ତମାନେ ଦ୍ରୁତ ଗତିରେ ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେମାନଙ୍କ ଦୁଇଟି ବାଇକ୍‌ ମଧ୍ୟରୁ ଗୋଟିଏ ହଠାତ୍ ଷ୍ଟାର୍ଟ ହୋଇନଥିଲା। ଫଳରେ ଗୋଟିଏ ବାଇକ୍‌କୁ ଘଟଣାସ୍ଥଳରେ ଛାଡ଼ି ଅନ୍ୟ ବାଇକ୍‌ରେ ଚାରି ଜଣ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ।

ଘଟଣା ପରେ ତପନ ପରିଡ଼ା ମୋରଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ଛାଡ଼ି ଯାଇଥିବା ବାଇକ୍‌କୁ ଜବତ କରି ପୁଲିସ ଲୁଟେରାଙ୍କ ପରିଚୟ ଓ ଠିକଣା ସମ୍ପର୍କରେ ସୁରାକ୍ ଖୋଜୁଛି।

କାର ଆଗରେ ନିଶାସକ୍ତ ବ୍ୟକ୍ତିର ଅଭିନୟ କରି ଗାଡ଼ି ଅଟକାଇବା, ପରେ ବନ୍ଧୁକ ଦେଖାଇ ଗହଣା ଲୁଟିବା ଭଳି ଯୋଜନାବଦ୍ଧ ତରିକା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଲୁଟେରାଙ୍କୁ ଶୀଘ୍ର ଗିରଫ କରିବା ସହ ଲୁଟ ହୋଇଥିବା ଗହଣା ଉଦ୍ଧାର କରିବା ପୁଲିସ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ।

୧୦ ଲକ୍ଷରୁ ଅଧିକ ଗହଣା ସୁନା ବ୍ୟବସାୟୀଙ୍କୁ ଲୁଟ
Share. Facebook Twitter LinkedIn Email WhatsApp Copy Link

Related Posts

ଧ୍ରୁବ ରାଠିଙ୍କୁ ମୁକ୍ତ କଲା ଦିଲ୍ଲୀ ପୋଲିସ, ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ହାଇଭୋଲଟେଜ୍ ଆନ୍ଦୋଳନ

October 11, 2026

ପେନସନଭୋଗୀଙ୍କ ପାଇଁ ବଡ଼ ଖବର, ୫୦୦ ଟଙ୍କା ବଢ଼ିପାରେ ମାସିକ ପେନସନ

October 11, 2026

୧୫ ଅକ୍ଟୋବର ଶେଷ ତାରିଖ: PF ଜମାରେ ବିଳମ୍ବ କଲେ କମ୍ପାନୀ ଉପରେ ଲାଗିବ ସୁଧ ଓ ଜରିମାନା, ଜାଣନ୍ତୁ ECR ନିୟମ

October 11, 2026

ସିଏସ୍‌ଆର୍ ଓ ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟର ସମୀକ୍ଷା କଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ

October 11, 2026
Latest News

Jio AI Glasses: ଏହି ଚଷମା ରେ କରିହେବ ୟୁପିଆଇ ପେମେଣ୍ଟ, ମିଳିବ ଲାଇଭ କ୍ରିକେଟ କମେଣ୍ଟ୍ରି

October 11, 2026

ପ୍ରେସକ୍ରିପସନ୍ ଔଷଧ ବିଜ୍ଞାପନ ଉପରେ କେନ୍ଦ୍ରର କଟକଣା! ଅନୁମତି ବିନା ପ୍ରଚାର କଲେ ଅଡୁଆରେ ପଡ଼ିପାରନ୍ତି ଔଷଧ ବ୍ୟବସାୟୀ

October 11, 2026

ଧ୍ରୁବ ରାଠିଙ୍କୁ ମୁକ୍ତ କଲା ଦିଲ୍ଲୀ ପୋଲିସ, ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ହାଇଭୋଲଟେଜ୍ ଆନ୍ଦୋଳନ

October 11, 2026

ପେନସନଭୋଗୀଙ୍କ ପାଇଁ ବଡ଼ ଖବର, ୫୦୦ ଟଙ୍କା ବଢ଼ିପାରେ ମାସିକ ପେନସନ

October 11, 2026

୧୫ ଅକ୍ଟୋବର ଶେଷ ତାରିଖ: PF ଜମାରେ ବିଳମ୍ବ କଲେ କମ୍ପାନୀ ଉପରେ ଲାଗିବ ସୁଧ ଓ ଜରିମାନା, ଜାଣନ୍ତୁ ECR ନିୟମ

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.