Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସିଟି ବସ୍‌ ଅଟକାଇ ଦାଦାବଟି ଆଦାୟ ଓ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ୩ ଗିରଫ
ଅପରାଧ

ସିଟି ବସ୍‌ ଅଟକାଇ ଦାଦାବଟି ଆଦାୟ ଓ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ୩ ଗିରଫ

August 29, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସିଟି ବସ୍‌ ଅଟକାଇ ଦାଦାବଟି ଆଦାୟ ଓ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ୩ ଗିରଫ
ସିଟି ବସ୍‌ ଅଟକାଇ ଦାଦାବଟି ଆଦାୟ ଓ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ୩ ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ସିଟି ବସ୍‌ ଅଟକାଇ ଦାଦାବଟି ମାଗିବା, ବସ୍‌ କର୍ମଚାରୀଙ୍କୁ ଆକ୍ରମଣ, ଟଙ୍କା ଛଡ଼ାଇ ନେବା ଓ ହତ୍ୟା ଧମକ ଦେବା ଅଭିଯୋଗରେ ବଡ଼ବଜାର ଥାନା ପୁଲିସ ୩ ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକମାନଙ୍କ ବିରୋଧରେ ପୂର୍ବରୁ ମଧ୍ୟ ବିଭିନ୍ନ ଅପରାଧିକ ମାମଲା ରହିଥିବା ପୁଲିସ କହିଛି। ଘଟଣାର ୨୪ ଘଣ୍ଟା ମଧ୍ୟରେ ପୁଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ନେଇ ଏହି ଘଟଣା ଚର୍ଚ୍ଚାରେ ରହିଛି।

୨୮ ଅଗଷ୍ଟ ରାତି ପ୍ରାୟ ୧୦ଟାରେ ‘ମା’ ବରାଳ ଦେବୀ’ ବସ୍‌ ନୂଆ ବସ୍‌ଷ୍ଟାଣ୍ଡରୁ ଦୁଦୁମା କଲୋନି ଦେଇ କୋଟାଗଡ଼ ଅଭିମୁଖେ ଯାଉଥିଲା। ଏହି ସମୟରେ ଓମ୍‌ ଦାସ, ଓମ୍‌ ପ୍ରଧାନ ଓ ରାହୁଲ ଖେତ୍ରୀ ବସ୍‌କୁ ଅଟକାଇ ହେଲ୍‌ପରଙ୍କଠାରୁ ଦାଦାବଟି ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଛି।

ହେଲ୍‌ପର ଟଙ୍କା ଦେବାକୁ ମନା କରିବା ପରେ ଅଭିଯୁକ୍ତମାନେ ବସ୍‌ର କଣ୍ଡକ୍ଟର ଓ ଡ୍ରାଇଭରଙ୍କୁ ମଧ୍ୟ ଟଙ୍କା ମାଗିଥିଲେ। ଏହାକୁ ନେଇ ବିବାଦ ହେବାରୁ ସେମାନେ ଉଭୟଙ୍କୁ ମୁଥ, ଗୋଇଠା ମାରିବା ସହ ବାଉଁଶ ବାଡ଼ିରେ ଆକ୍ରମଣ କରିଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, ଆକ୍ରମଣ ପରେ ଅଭିଯୁକ୍ତମାନେ କଣ୍ଡକ୍ଟରଙ୍କ ପକେଟ୍‌ରୁ ଜୋରଜବରଦସ୍ତି ୧ ହଜାର ଟଙ୍କା ଛଡ଼ାଇ ନେଇଥିଲେ। ଏଥିସହ ବସ୍‌ କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ପୁଲିସକୁ ଜଣାଇଲେ ହତ୍ୟା କରିଦେବାକୁ ଧମକ ଦେଇଥିଲେ। ପରେ ବସ୍‌ର କାଚ ଭାଙ୍ଗି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଘଟଣା ପରେ ବସ୍‌ କର୍ମଚାରୀ ଉମା ପ୍ରସାଦ ମିଶ୍ରଙ୍କ ଲିଖିତ ଅଭିଯୋଗ ଆଧାରରେ ୨୮ ଅଗଷ୍ଟ ରାତି ୧୧ଟା ୪୫ରେ ବଡ଼ବଜାର ଥାନାରେ କେସ୍‌ ନମ୍ବର ୬୫୧/୨୦୨୬ ରୁଜୁ ହୋଇଥିଲା। ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରାରେ ମାମଲା ରୁଜୁ କରି ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା।

ତଦନ୍ତ ସମୟରେ ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ତଥ୍ୟପ୍ରମାଣ ଆଧାରରେ ୩ ଅଭିଯୁକ୍ତଙ୍କ ବିରୋଧରେ ପ୍ରାଥମିକ ମାମଲା ଥିବା ଜଣାପଡ଼ିବା ପରେ ସେମାନଙ୍କୁ ଗିରଫ କରାଯାଇଛି।

ପୁଲିସ ଅଭିଯୁକ୍ତମାନଙ୍କ ନିକଟରୁ ଗୋଟିଏ ହିରୋ ଗ୍ଲାମର୍‌ ମୋଟରସାଇକେଲ, ଗୋଟିଏ ହିରୋ ପ୍ଲେଜର୍‌ ସ୍କୁଟି, ନଗଦ ୧ ହଜାର ଟଙ୍କା, ଗୋଟିଏ ବାଉଁଶ ବାଡ଼ି ଓ ଗୋଟିଏ ମୋବାଇଲ୍‌ ଫୋନ୍‌ ଜବତ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ରଘୁପତି ନଗର ତୃତୀୟ ଲାଇନ୍‌ର ଓମ୍‌ ଦାସ (୨୧), ପାଣିଗ୍ରାହୀ ନଗରର ଓମ୍‌ ପ୍ରଧାନ (୨୦) ଏବଂ ଲକ୍ଷ୍ମୀନୃସିଂହ ସାହି ସପ୍ତମ ଲାଇନ୍‌ର ରାହୁଲ ଖେତ୍ରୀ (୨୧)।

ପୁଲିସ ସୂଚନା ଅନୁଯାୟୀ, ଓମ୍‌ ଦାସଙ୍କ ବିରୋଧରେ ବଡ଼ବଜାର ଥାନାରେ ୨୦୨୩ରୁ ୨୦୨୬ ମଧ୍ୟରେ ମୋଟ ୭ଟି ମାମଲା ରହିଛି। ସେହିପରି ଓମ୍‌ ପ୍ରଧାନଙ୍କ ବିରୋଧରେ ୨୦୨୬ର ଗୋଟିଏ ମାମଲା ଥିବା ବେଳେ ରାହୁଲ ଖେତ୍ରୀଙ୍କ ବିରୋଧରେ ୨୦୨୫ ଓ ୨୦୨୬ରେ ଚୋରି ସମ୍ପର୍କିତ ୩ଟି ମାମଲା ରହିଛି।

ଗିରଫ ୩ ଅଭିଯୁକ୍ତଙ୍କୁ ଆଜି, ୨୯ ଅଗଷ୍ଟରେ ମାନ୍ୟବର କୋର୍ଟରେ ହାଜର କରାଯିବ। ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଆକ୍ରମଣର ସମ୍ପୂର୍ଣ୍ଣ ଘଟଣାକ୍ରମ ନେଇ ପୁଲିସର ତଦନ୍ତ ଜାରି ରହିଛି।

ଗିରଫ ଦାଦାବଟି ଆଦାୟ ସିଟି ବସ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଆଉ କିଛି ସମୟ ପରେ ଏସୀୟ କ୍ରୀଡ଼ାର କ୍ୱାର୍ଟରଫାଇନାଲ: ଜାପାନକୁ ଭେଟିବ ଟିମ୍ ଇଣ୍ଡିଆ

September 18, 2026

ପୁରୁଣା ରୂପା ଅଳଙ୍କାରକୁ ଦିଅନ୍ତୁ ନୂଆ ଲୁକ୍‌; ଜାଣନ୍ତୁ ସଫା କରିବାର ସହଜ ଉପାୟ

September 18, 2026

ପୋଲିସ କବଜାରେ ଦୁର୍ଦ୍ଦାନ୍ତ ମାଓନେତା ଅସୀମ: ମୁଣ୍ଡ ଉପରେ ଥିଲା ୨.୨୦ କୋଟିର ପୁରସ୍କାର

September 18, 2026

ପୁଅର ଚିକିତ୍ସା ପାଇଁ ଛାଡ଼ିଥିଲେ ଚାକିରି: ମହିଳା ବିଚାରପତିଙ୍କୁ ପୁନଃନିଯୁକ୍ତି ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

September 18, 2026
Latest News

ଆଉ କିଛି ସମୟ ପରେ ଏସୀୟ କ୍ରୀଡ଼ାର କ୍ୱାର୍ଟରଫାଇନାଲ: ଜାପାନକୁ ଭେଟିବ ଟିମ୍ ଇଣ୍ଡିଆ

September 18, 2026

ପୁରୁଣା ରୂପା ଅଳଙ୍କାରକୁ ଦିଅନ୍ତୁ ନୂଆ ଲୁକ୍‌; ଜାଣନ୍ତୁ ସଫା କରିବାର ସହଜ ଉପାୟ

September 18, 2026

ହଳଦିଆ ଦାନ୍ତ ନେଇ ଚିନ୍ତିତ କି? ଲୁଣ-ଲେମ୍ବୁ ଲଗାଇବା ପୂର୍ବରୁ ଜାଣନ୍ତୁ ଏହି କଥା

September 18, 2026

ପୋଲିସ କବଜାରେ ଦୁର୍ଦ୍ଦାନ୍ତ ମାଓନେତା ଅସୀମ: ମୁଣ୍ଡ ଉପରେ ଥିଲା ୨.୨୦ କୋଟିର ପୁରସ୍କାର

September 18, 2026

ପାସପୋର୍ଟ ନିୟମରେ ବଡ଼ ପରିବର୍ତ୍ତନ କଲେ ସରକାର: ବୃଦ୍ଧି ହେବ କି ଫି’?

September 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.