ଭୁବନେଶ୍ବର:କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଏଫସିଆଇ ମ୍ୟାନେଜରଙ୍କଠାରୁ ୫୦ ହଜାର ଟଙ୍କା ବଟି ନେଇ ଭବାନୀପାଟଣା ଟାଉନ ଥାନା ପୁଲିସ ଦ୍ୱାରା ୩ ଜଣ ଅଭିଯୁକ୍ତ ଗିରଫ ହୋଇ କୋର୍ଟଚାଲାଣ ହୋଇଛନ୍ତି। ସୂଚନା ଅନୁଯାୟୀ, ଜୁନାଗଡ଼ ସହରର ଦୁଷ୍ମନ୍ତ ପଣ୍ଡା, ଅନିଲ ପଣ୍ଡା ଓ ନିରଞ୍ଜନ ଶତପଥି, ଜୁନାଗଡ଼ ଏଫସିଆଇ ମ୍ୟାନେଜର ସରୋଜ ଖୁଣ୍ଟିଆଙ୍କୁ ଫସାଇ ଦେବା ଏବଂ ଭିଜିଲାନ୍ସ ଟ୍ରାପ୍ କରାଇଦେବାକୁ ଧମକ ଦେଇ ୫୦ ହଜାର ଟଙ୍କା ବଟି ନେଇଥିଲେ। ଏ ନେଇ ଶ୍ରୀ ଖୁଣ୍ଟିଆ ଭବାନୀପାଟଣା ଟାଉନ ଥାନାରେ ଅଭିଯୁକ୍ତମାନଙ୍କ ବିରୋଧରେ ଏତଲା ଦେଇଥିଲେ।
ଏତଲା ଆଧାରରେ ଟାଉନ ଥାନା ପୁଲିସ ଜୁନାଗଡ଼ର ବିଭିନ୍ନ ସ୍ଥାନରୁ ଅଭିଯୁକ୍ତମାନଙ୍କୁ ଉଠାଇ ଆଣିଥିଲା। ପୁଲିସ କେସ୍ ନମ୍ବର ୩୭୯/୨୬ ବିଏନ୍ଏସ୍ ଧାରା ୧୨୬(୨), ୩୦୮(୫) ଓ ୩୫୧ (୩) ଅନୁଯାୟୀ ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ନେଇ ଆଇଆଇସି ପ୍ରଦ୍ୟୁମ୍ନ ମହାପାତ୍ର ସୂଚନା ଦେଇଛନ୍ତି।


