Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଯୁବକଙ୍କ ବେକ କାଟି ବିଭତ୍ସ ହତ୍ୟା
ଅପରାଧ

ଯୁବକଙ୍କ ବେକ କାଟି ବିଭତ୍ସ ହତ୍ୟା

October 4, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Youth brutally murdered by having his throat slit.
Youth brutally murdered by having his throat slit.

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ନିମଖଣ୍ଡି ଥାନା ଅଞ୍ଚଳରେ ଘଟିଛି ବିଭତ୍ସ ହତ୍ୟାକଣ୍ଡ। ଶନିବାର ବିଳମ୍ବିତ ରାତିରେ ନିମଖଣ୍ଡି ଗ୍ରାମ ପ୍ରାଥମିକ ବିଦ୍ୟାଳୟଠାରେ ଯୁବକଙ୍କ ବେକ କାଟି ହତ୍ୟା କରାଯାଇଥିବା ଭଳି ଘଟଣା ସାମ୍ନାକୁ ଆସିଛି। ଗ୍ରାମର ବିପ୍ରନାୟକଙ୍କ ପୁତ୍ର ଟୁନା ନାୟକ(୨୫)ଙ୍କୁ ଉକ୍ତ ଗ୍ରାମର ରାଘବ ସାହୁ ଓରଫ ବିଟୁ ସାହୁ ଏବଂ ତାଙ୍କ ସମର୍ଥକ ମିଳିତ ଭାବେ ଧାରୁଆ ଅସ୍ତ୍ରରେ ବେକ କାଟି ହତ୍ୟା କରିଥିବା ଜଣାପଡିଛି। ଘଟଣା ସ୍ଥଳରେ ବ୍ରହ୍ମପୁର ଏସ୍‌ପି ଅଭିନବ ସୋନଖର, ସଦର ଏସଡିପିଓ ଶୁଭ୍ରାଂଶୁ ଶେଖର ପରିଡା ଓ ନିମଖଣ୍ଡି ଥାନା ଅଧିକାରୀ କୃଷ୍ଣ ସାହା ପହଞ୍ଚି ତଦନ୍ତ କରି ଫେରିଛନ୍ତି।

ଏସପି ଶ୍ରୀ ସୋନଖର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଅଭିଯୁକ୍ତ ବିଟୁଙ୍କ ସହ ନିମଖଣ୍ଡି ବଡ଼ ସାହିର ବାସିନ୍ଦା ଟୁନା ନାୟକଙ୍କ ମଧ୍ୟରେ ପୂର୍ବରୁ ସୁସମ୍ପର୍କ ଥିଲା। କିନ୍ତୁ ବିଳମ୍ବିତ ରାତିରେ ଏକ ଘରେ ଉଭୟ ନିଶା ପାନ କରିଥିବା ବେଳେ କୌଣସି କାରଣକୁ ନେଇ ଟୁନା ଏବଂ ବିଟୁଙ୍କ ମଧ୍ୟରେ ବଚସା ହୋଇଥିଲା। ପ୍ରଥମେ ଟୁନା ବିଟୁକୁ ଆକ୍ରମଣ କରିଥିଲା। ଏଥିରେ ବିଟୁ ଉତ୍‌କ୍ଷିପ୍ତ ହୋଇ ତା ଗାଡିରେ ରଖିଥିବା ଧାରୁଆ ଅସ୍ତ୍ରରେ ଟୁନାର ବେକକୁ ଆକ୍ରମଣ କରିଥିଲା। ପରେ ଟୁନାଙ୍କ ସମ୍ପର୍କୀୟ ଘରକୁ ଦୌଡ଼ି ପଳେଇଥିଲା ଅଭିଯୁକ୍ତ। ଆକ୍ରମଣରେ ଟୁନାର ବେକରୁ ପ୍ରଚୁର ରକ୍ତସ୍ରାବ ହେବା କାରଣରୁ ପ୍ରାଣ ହରାଇଥିଲା। ଅଭିଯୁକ୍ତ ବିଟୁର ନିମଖଣ୍ଡି ଅଞ୍ଚଳରେ ଫାଷ୍ଟଫୁଡ଼ ଦୋକାନ ଥିବା ବେଳେ ଟୁନା ଗ୍ରିଲ ଦୋକାନରେ କାମ କରୁଥିବା ପରିବାର ଲୋକେ କହିଛନ୍ତି । ଅନ୍ୟପଟେ ଟୁନାର ନାମରେ ନିମଖଣ୍ଡି ଏବଂ ସଦର ଥାନାରେ ୮ଟି ଅପରାଧିକ ମାମଲା ଥିବା ପୁଲିସ ସୂଚନା ଦେଇଛି।

ବିଟୁ ବିଳମ୍ବିତ ରାତ୍ରରେ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ପୁଲିସ ହାତରେ ଧରା ପଡ଼ିଥିଲା। ପୁଲିସ ବିଟୁକୁ ଗିରଫ କରିଥିବା ବେଳେ ଟୁନାର ମୃତ ଶରୀରକୁ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲ ପଠାଇଛି । ଏନେଇ ନିମଖଣ୍ଡି ଥାନାରେ କେସ୍ ନଂ- ୩୧୦/୨୬ରେ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି, ସେ ନେଇ ଅଧିକ ତଦନ୍ତ ଜାରି ରହିଥିବା ଏସପି ଶ୍ରୀ ସୋନକର ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ପ୍ରେମଜନିତ କାରଣକୁ କେନ୍ଦ୍ରକରିୁ ଏଭଳି ଘଟଣା ଘଟିଥାଇପାରେ ବୋଲି ମଧ୍ୟ ଗ୍ରାମରେ ଚର୍ଚ୍ଚା ହେଉଛି।

ଗଞ୍ଜାମ ଜିଲ୍ଲା ବିଭତ୍ସ ହତ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

ଭାରସାମ୍ୟ ହରାଇ ଗଛକୁ ପିଟିଲା ‘ମୁଖ୍ୟମନ୍ତ୍ରୀ ବସ୍ ସେବା’: ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

October 4, 2026

ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଟେକାମାଡ଼

October 4, 2026

Chintan Shivir 2026: ରାଜପଥ ମନ୍ତ୍ରଣାଳୟର ଚିନ୍ତନ ଶିବିର, ଯୋଗ ଦେବାକୁ ଗୁଜୁରାଟରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

October 4, 2026

ବ୍ରହ୍ମଗିରିରେ ଗୁଳିକାଣ୍ଡ: ପାରିବାରିକ ବିବାଦରୁ ସମ୍ପର୍କୀୟ ଭାଇଙ୍କୁ ଗୁଳିମାଡ଼, ଗୁରୁତର ଯୁବକ ଭୁବନେଶ୍ୱର ସ୍ଥାନାନ୍ତର

October 4, 2026
Latest News

ଯୁବକଙ୍କ ବେକ କାଟି ବିଭତ୍ସ ହତ୍ୟା

October 4, 2026

ପ୍ରାକୃତିକ ଗ୍ୟାସ ମୂଲ୍ୟ ବଢ଼ିଲା: CNG-PNG ଠାରୁ ସାର ଓ ବିଦ୍ୟୁତ୍, କାହା ଉପରେ ପଡ଼ିବ ପ୍ରଭାବ?

October 4, 2026

ଭାରସାମ୍ୟ ହରାଇ ଗଛକୁ ପିଟିଲା ‘ମୁଖ୍ୟମନ୍ତ୍ରୀ ବସ୍ ସେବା’: ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

October 4, 2026

ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଟେକାମାଡ଼

October 4, 2026

“ଜ୍ଞାନେଶ କୁମାରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ମୁଁ ବିରୋଧ କରୁଛି”: କଂଗ୍ରେସ ସାଂସଦ

October 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.