Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ମୃତ୍ୟୁର ମାସକ ପରେ ମାଟି ତଳୁ କଢ଼ା ହେଲା ଶବ
ଅପରାଧ

ମୃତ୍ୟୁର ମାସକ ପରେ ମାଟି ତଳୁ କଢ଼ା ହେଲା ଶବ

October 10, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଲୁହୁରାଚଟି ପଣ୍ଡକିପାଲି ଗାଁର ଅମୃତ ବର୍ଗେଙ୍କରମାସେ ତଳେ ମୃତ୍ୟୁ ହୋଇଥିଲା। ପରମ୍ପରା ଅନୁଯାୟୀ ପରିବାର ଲୋକେ ତାଙ୍କ ମୃତଦେହକୁ ଗାତ ଖୋଳି ପୋତି ଦେଇଥିଲେ। କିନ୍ତୁ ଅମୃତ ବର୍ଗେଙ୍କୁ ହତ୍ୟା କରାଯାଇଥିବା ନେଇ ଶୁକ୍ରବାର ସେମାନେ ଅଭିଯୋଗ କରିବାରୁ ଶନିବାର ତାଙ୍କ ମୃତଦେହକୁ ଗାତରୁ ବାହାର କରାଯାଇଛି। ବ୍ୟବଚ୍ଛେଦ ପାଇଁ ମୃତଦେହକୁ ବୁର୍ଲା ବଡ଼ ଡାକ୍ତରଖାନାକୁ ପଠାଯାଇଛି।

ସେପ୍ଟେମ୍ବର ମାସ ୮ ତାରିଖରେ ରଜନୀ ସାହୁ ନାମକ ଜଣେ ବ୍ୟକ୍ତି ଅମୃତ ବର୍ଗେଙ୍କୁ ବିଲରେ କାମ କରିବାକୁ ଘରୁ ଡାକି ନେଇଥିଲେ। ସେମାନେ ବାଇକ୍‌ରେ ଯାଇଥିଲେ। ହେଲେ ପ୍ରାୟ ୧୫ ମିନିଟ୍ ପରେ ରଜନୀ ଆସି ଅମୃତ ଚେତଶୁନ୍ୟ ହୋଇ ଯାଇଥିବା ନେଇ ତାଙ୍କ ପରିବାରକୁ ଖବର ଦେଇଥିଲେ। ଏହା ସହିତ ଅମୃତଙ୍କ ପତ୍ନୀ ଓ ଝିଅଙ୍କୁ ବାଇକ୍‌ରେ ବସାଇ ଘଟଣାସ୍ଥଳକୁ ନେଇଥିଲେ ରଜନୀ। ସେମାନେ ପହଞ୍ଚିବା ପରେ ଏକ ଅଟୋରେ ଅମୃତଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ମାସେ ପରେ ଅମୃତ ବର୍ଗେଙ୍କ ମୃତ୍ୟୁ ଘଟଣା ନେଇଥିଲା ନୂଆମୋଡ଼। ତାଙ୍କୁ ମାରି ଦିଆଯାଇଥିବା ନେଇ ଅଭିଯୋଗ କରିଥିଲେ ତାଙ୍କ ପତ୍ନୀ। ସେ ପ୍ରଥମେ ଏକଥା ତାଙ୍କ ଝିଅଙ୍କୁ କହିଥିଲେ। ଏହା ପରେ ଗତକାଲି ଏ ସଂପର୍କରେ ସୋହେଲା ଥାନାରେ ଅଭିଯୋଗ କରାଯାଇଥିଲା। ପୁଲିସ୍ ମାମଲା ରୁଜୁ କରି ଶନିବାର ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୋତା ଯାଇଥିବା ଶବକୁ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅମୃତଙ୍କ ଝିଅ କହିଛନ୍ତି ଯେ ବାପାଙ୍କ ମୃତଦେହ ଡାକ୍ତରଖାନାରେ ଥିବା ବେଳେ ରଜନୀ ସାହୁ ତାଙ୍କ ମା’ଙ୍କୁ ଏହି ଘଟଣା ବିଷୟରେ କାହାକୁ ନ ଜଣାଇବାକୁ କହିଥିଲା। ସେ ତାଙ୍କୁ ମାରିଦେବାକୁ ଧମକ ଦେବା ସହିତ ଟଙ୍କା ଲୋଭ ଦେଖାଇ ମାମଲାକୁ ରଫାଦଫା କରିବାକୁ ପ୍ରୟାସ କରିଥିଲେ। ମା’ ସେତେବେଳେ ଡରିଯାଇ ଏସବୁ କଥା କହି ନଥିଲା ବେଳେ ଏବେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ତାଙ୍କ ପରିବାରର ପରମ୍ପରା ଅନୁଯାୟୀ ସେମାନେ ତାଙ୍କ ବାପାଙ୍କ ମୃତଦେହକୁ ପୋତିବାକୁ ବ୍ୟବସ୍ଥା କରୁଥିବା ବେଳେ ରଜନୀ ସାହୁ ଓ ତା’ ସହଯୋଗୀମାନେ ଶବକୁ ପୋଡ଼ିବା ପାଇଁ ବାରମ୍ବାର କହିଥିଲେ। କିନ୍ତୁ ଆମେ ସମସ୍ତେ ମୃତଦେହକୁ ପୋତାଯିବ ବୋଲି କହିବାରୁ ସେମାନେ ଚୁପ୍ ରହିଥିଲେ। ବରଗଡ଼ ଏସ୍‌ପି ରବୀନ୍ଦ୍ରନାଥ ଶତପଥୀ କହିଛନ୍ତି ଯେ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଅମୃତ ବର୍ଗେଙ୍କୁ ରଜନୀ ସାହୁ ଓ ତାଙ୍କର ସହଯୋଗୀମାନେ ପିଟି ପିଟି ମାରି ଦେଇଛନ୍ତି। କିନ୍ତୁ ସେହି ସମୟରେ ଘଟଣାସ୍ଥଳ ଆଖପାଖରେ ଲୋକେ କହିଛନ୍ତି ଯେ ଅମୃତ ବର୍ଗେ କାମ କରୁଥିବା ବେଳେ ଅଚେତ ହୋଇପଡ଼ିଯାଇଥିଲେ। ତେଣୁ ତାଙ୍କ ମୃତଦେହକୁ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ତଦନ୍ତ ଶେଷ ହେବା ପରେ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଯିବ।

ବରଗଡ ଜିଲ୍ଲା ବ୍ୟବଚ୍ଛେଦ ମୃତଦେହ
Share. Facebook Twitter LinkedIn Email WhatsApp Copy Link

Related Posts

ନଦୀରେ ବୁଡ଼ି ୨ ଭାଇ ମୃତ

October 10, 2026

ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଗିରଫ, ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

October 10, 2026

ରେଭେନ୍ସା ନିର୍ବାଚନ ବିବାଦ: ନାମାଙ୍କନ ନାକଚକୁ ନେଇ ଛାତ୍ରଛାତ୍ରୀଙ୍କ ଧାରଣା

October 10, 2026

କାର ସହ ଗଞ୍ଜେଇ ଜବତ: ୩ ଅଭିଯୁକ୍ତ ଗିରଫ

October 10, 2026
Latest News

ନଦୀରେ ବୁଡ଼ି ୨ ଭାଇ ମୃତ

October 10, 2026

ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଗିରଫ, ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

October 10, 2026

ମୃତ୍ୟୁର ମାସକ ପରେ ମାଟି ତଳୁ କଢ଼ା ହେଲା ଶବ

October 10, 2026

ଦିଲ୍ଲୀରେ CJP ପ୍ରତିବାଦ: ବିପଦରେ ୧୫ ଲକ୍ଷ ବ୍ୟବସାୟୀ, ୨ ହଜାର କୋଟି କ୍ଷତି ଆକଳନ

October 10, 2026

ଫ୍ଲାଏଦୁବାଇ ବିମାନରେ ଆକ୍ରମଣ ଘଟଣାରେ ଏନଆଇଏର ତଦନ୍ତ ଆରମ୍ଭ

October 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.