Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଯୌତୁକ ଦାବିରେ ବୋହୂ ଉପରେ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ
ଅପରାଧ

ଯୌତୁକ ଦାବିରେ ବୋହୂ ଉପରେ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ

October 12, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ଗୋତମୁଣ୍ଡା ଗ୍ରାମରେ ଏକ ଅତ୍ୟନ୍ତ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ଦାବିକୁ କେନ୍ଦ୍ର କରି ଜଣେ ଶ୍ୱଶୁର ନିଜ ବୋହୂ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏହି ବର୍ବରକାଣ୍ଡରେ ବୋହୂ ଜଣକ ସଙ୍କଟାପନ୍ନ ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଥିବାବେଳେ ଘଟଣାରେ ସମ୍ପୃକ୍ତ ଶାଶୁ ଓ ଶ୍ୱଶୁରଙ୍କୁ ଆମପାଣି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁଯାୟୀ, ଆମପାଣି ଥାନା ଅନ୍ତର୍ଗତ ଗୋତମୁଣ୍ଡା ଗ୍ରାମର ପବିତ୍ର ଲହଜଲଙ୍କ ପୁତ୍ର ଲକ୍ଷ୍ମଣ ଲହଜଲଙ୍କ ସହିତ କୋକସରା ବ୍ଲକ ଡହଗାଁର ଶଙ୍କର ପ୍ରସାଦ ନାଏକଙ୍କ କନ୍ୟା ପୁଷ୍ପାଞ୍ଜଳି ଲହଜଲ (ଗୀତାଞ୍ଜଳି)ଙ୍କର ଗତ ୨୦୨୧ ମସିହାରେ ସାମାଜିକ ଓ ବୈଦିକ ରୀତିନୀତି ଅନୁସାରେ ଶୁଭ ବିବାହ ହୋଇଥିଲା। ବିବାହ ସମୟରେ ଝିଅଙ୍କ ପରିବାର ପକ୍ଷରୁ ନିଜ ସକ୍ଷମ ଅନୁସାରେ ଯାବତୀୟ ଯୌତୁକ ସାମଗ୍ରୀ ପ୍ରଦାନ କରାଯାଇଥିଲା। ବିବାହର ପ୍ରଥମ କିଛି ମାସ ଶ୍ୱଶୁର ଘରେ ହସଖୁସିରେ ବିତିଥିବା ବେଳେ ପରବର୍ତ୍ତୀ ସମୟରେ ଶ୍ୱଶୁରଙ୍କ ଅତ୍ୟାଚାର ବୃଦ୍ଧି ପାଇବାକୁ ଲାଗିଥିଲା। ଅଧିକ ଯୌତୁକ ଦାବି କରି ଶ୍ୱଶୁର ପବିତ୍ର ଲହଜଲ ବୋହୂଙ୍କ ଉପରେ କ୍ରମାଗତ ଚାପ ପକାଇବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିଲେ।

ଦିନକୁ ଦିନ ଏହି ନିର୍ଯାତନା ସୀମା ପାର୍ କରିଥିଲା। କିଛି ଦିନ ପୂର୍ବରୁ ପୁଷ୍ପାଞ୍ଜଳିଙ୍କ ଉପରେ ଗରମ ପାଣି ଢାଳି ଦିଆଯାଇଥିବା ବେଳେ ଉଭୟ ପରିବାର ମଧ୍ୟରେ ସାମାଜିକ ସ୍ତରରେ ଆଲୋଚନା ହୋଇ ଘଟଣାର ସମାଧାନ କରାଯାଇଥିଲା। ମାତ୍ର ଗତ ୧୦ ଅକ୍ଟୋବର ଶନିବାର ସନ୍ଧ୍ୟା ପ୍ରାୟ ୬ ଘଣ୍ଟା ସମୟରେ ଶ୍ୱଶୁର ପବିତ୍ର ଲହଜଲ ପୁନର୍ବାର ବୋହୂ ପୁଷ୍ପାଞ୍ଜଳିଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଥିଲେ। ଏହି ନିଷ୍ଠୁର କାଣ୍ଡ ଘଟୁଥିବା ସମୟରେ ଘରେ ଉପସ୍ଥିତ ଥିବା ଶାଶୁ ଦୀପାବଳି ଲହଜଲ ସବୁ ଦେଖି ନୀରବଦ୍ରଷ୍ଟା ସାଜିଥିବା ବେଳେ ଦୁଇ ନଣନ୍ଦ ଜଳୁଥିବା ନିଆଁକୁ ଲିଭାଇ ପୁଷ୍ପାଞ୍ଜଳିଙ୍କ ଜୀବନ ରକ୍ଷା କରିଥିଲେ।

ଏହି ଘଟଣା ସମ୍ପର୍କରେ ସମ୍ପର୍କୀୟ ସଞ୍ଜୟ ଲହଜଲ ଝିଅଙ୍କ ପରିବାରକୁ ଅବଗତ କରାଇବା ପରେ, ଝିଅର ବାପା ଶଙ୍କର ପ୍ରସାଦ ନାଏକ ତୁରନ୍ତ ଆମପାଣି ଥାନାରେ ପହଞ୍ଚି ଲିଖିତ ଏତଲା ଦାଖଲ କରିଥିଲେ। ଅପରପକ୍ଷରେ ଗୁରୁତର ଦଗ୍ଧ ଅବସ୍ଥାରେ ପୁଷ୍ପାଞ୍ଜଳିଙ୍କୁ ପ୍ରଥମେ ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହେବାରୁ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରବର୍ତ୍ତୀ ସମୟରେ ଅଧିକ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଝିଅଙ୍କ ବାପାଙ୍କ ଏତଲାକୁ ଆଧାର କରି ଆମପାଣି ପୁଲିସ ଗୋତମୁଣ୍ଡା ଗ୍ରାମରେ ପହଞ୍ଚି ଘଟଣାର ଛାନଭିନ୍ ଆରମ୍ଭ କରିଥିଲା। ପୁଲିସ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରିବା ସହ ଏହି ଅଭାବନୀୟ ଘଟଣାରେ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ଥିବା ଶ୍ୱଶୁର ପବିତ୍ର ଲହଜଲ ଏବଂ ଶାଶୁ ଦୀପାବଳି ଲହଜଲଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ନେଇ ଆମପାଣି ଥାନା ଅଧିକାରୀ (ଆଇ.ଆଇ.ସି.) ଜ୍ୟୋତି ପ୍ରକାଶ ତାଣ୍ଡି ସୂଚନା ଦେଇଛନ୍ତି।

କଳାହାଣ୍ଡି ଜିଲ୍ଲା ବଧୂ ହତ୍ୟା ଉଦ୍ୟମ
Share. Facebook Twitter LinkedIn Email WhatsApp Copy Link

Related Posts

ବୋଲଗଡ଼ରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର: ୬୮ ଅଭିଯୋଗ ମଧ୍ୟରୁ ୭ଟିର ତତ୍କାଳ ସମାଧାନ

October 12, 2026

ସତର୍କତା ଓ କର୍ତ୍ତବ୍ୟନିଷ୍ଠା ପାଇଁ ତିନି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ପକ୍ଷରୁ ସମ୍ବର୍ଦ୍ଧନା

October 12, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱରରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

October 12, 2026

ରକ୍ତଚାପ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

October 12, 2026
Latest News

ବୋଲଗଡ଼ରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର: ୬୮ ଅଭିଯୋଗ ମଧ୍ୟରୁ ୭ଟିର ତତ୍କାଳ ସମାଧାନ

October 12, 2026

ଯୌତୁକ ଦାବିରେ ବୋହୂ ଉପରେ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ

October 12, 2026

ସତର୍କତା ଓ କର୍ତ୍ତବ୍ୟନିଷ୍ଠା ପାଇଁ ତିନି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ପକ୍ଷରୁ ସମ୍ବର୍ଦ୍ଧନା

October 12, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱରରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

October 12, 2026

ରବର୍ଟ ଇ. ହଲ୍‌ ଏବଂ ମାଇକେଲ୍‌ ଉଡ୍‌ଫୋର୍ଡଙ୍କୁ ୨୦୨୬ ଅର୍ଥଶାସ୍ତ୍ର ନୋବେଲ ପୁରସ୍କାର

October 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.