ପଶ୍ଚିମବଙ୍ଗ: ତୃଣମୂଳ କଂଗ୍ରେସ ବିଧାୟକ ପରେଶରାମ ଦାସଙ୍କୁ ପୋଲିସ ଗିରଫ କରିଛି। ବାରୁଇପୁର ଜିଲ୍ଲା ପୋଲିସର ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସଓଜି) ଆଜି କୋଲକାତା ବିମାନବନ୍ଦରରୁ ତାଙ୍କୁ ଗିରଫ କରିଛି।
ପୋଲିସ ଅନୁସାରେ, ବିଧାୟକଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ତଥା ଦୁଷ୍କର୍ମ ଅଭିଯୋଗ ରହିଛି। ଗିରଫ ବେଳେ ସେ ମୁମ୍ବାଇ ଯିବାକୁ ଚେଷ୍ଟା କରୁଥିବା ପୋଲିସ କହିଛି। ଗଣମାଧ୍ୟମ ଅନୁସାରେ, କ୍ୟାନିଂ ପଶ୍ଚିମର ବିଧାୟକ ପରେଶରାମ ଦାସଙ୍କ ବିରୋଧରେ ଏହା ପୂର୍ବରୁ ମଟଲା ନଦୀ କୂଳରେ ଅବୈଧ ଜବରଦଖଲ ଅଭିଯୋଗ ମଧ୍ୟ ଆସିଥିଲା। ଏଥିସହ ୨୦୨୩ ପଞ୍ଚାୟତ ନିର୍ବାଚନ ସମୟରେ ହିଂସା ପାଇଁ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ ମଧ୍ୟ ତାଙ୍କ ଉପରେ ଲାଗିଥିଲା।
ଏବେ ପୋଲିସ ତାଙ୍କୁ ପଚରାଉଚରା କରୁଛି। ମାମଲାର ତଦନ୍ତ ଜାରି ରହିଛି।


