ଗୃହ ନିର୍ମାଣକୁ କେନ୍ଦ୍ରକରି ଦୁଇ ପକ୍ଷଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ, ୧୦ ଆହତ

Published: Feb 18, 2020, 7:52 pm IST

ରଞ୍ଜିତ୍‌ ପଣ୍ଡା

କୁଜଙ୍ଗ: କୁଜଙ୍ଗ ଥାନା ଅନ୍ତର୍ଗତ ଗୋପିଆକୁଦ ପଂଚାୟତର ଗୋଠଡ଼ିଆ ଗ୍ରାମରେ ଆଜି ଏକ ଗୃହ ନିର୍ମାଣ କାର୍ଯ୍ୟ ସମୟରେ  ଦୁଇ ପକ୍ଷଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିବା ଜଣାପଡ଼ିଛି। ଏଥିରେ ଉଭୟ ପକ୍ଷରୁ ୧୦ଆହତ ହୋଇଥିବା ଜଣାପଡ଼ିଛି। ଏନେଇ ସ୍ଥାନୀୟ ଥାନାରେ ଦୁଇଟି ଅଭିଯୋଗ ହୋଇଥିବା ଜଣାପଡ଼ିଛି। ଅଭିଯୋଗ ଆଧାରରେ  ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।

ପ୍ରକାଶ ଯେ, ଗୋଠଡିଆ ଗ୍ରାମର କେଶବ ଚରଣ ଦଳାଇଙ୍କ ପତ୍ନୀ କମଳା ଦଳାଇଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ବାମୀ ଏବଂ ତାଙ୍କର ପୁତ୍ର ଘରେ ଅନୁପସ୍ଥିତ ଥିବା ସମୟରେ ପଡ଼ୋଶୀ ସୁନାକର ସାହୁ, ରବି ସାହୁ, ଗନ୍ଧର୍ବ ସାହୁ, କରୁଣୀ ସାହୁ ପ୍ରମୁଖ ୫ଜଣ ହଠାତ୍ କଟୁରୀ, ଭୁଜାଲୀ ଧରି ତାଙ୍କ ଘରର ଗେଟକୁ ବାଡେଇଥିଲେ। ଗେଟ୍‌ ଭାଙ୍ଗିବାପରେ ସେମାନେ ଘରର କବାଟକୁ ମଧ୍ୟ ବାଡ଼େଇଥିଲେ। ସେ ବାଡ଼ିପଟେ ଥିବାବେଳେ ପାଟିତୁଣ୍ଡ ଶୁଣି ଘରକୁ ଆସିଥିଲେ। ମାତ୍ର ଅଭିଯୁକ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ଜାଗାକୁ ଜବର ଧଖଲକରି ଘର ନିର୍ମାଣ କରୁଥିବାରୁ ତୁରନ୍ତ ଘର ନିର୍ମାଣ ବନ୍ଦ କରିବାକୁ ସେମାନେ ଚିତ୍କାର କରି କହୁଥିଲେ। ଏଥି ସହିତ ସେମାନେ ଘରର ସମସ୍ତ ଆସବାବପତ୍ରକୁ ଭଙ୍ଗାରୁଜା କରିଥିଲ।  ତେବେ ଏହି ସମୟରେ ଅଭିଯୋଗକାରୀଙ୍କ ଦିଅର ଆସିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ପକ୍ଷରୁ ମଧ୍ୟ ଏହି ଘଟଣାରେ ଅନ୍ୟ ଏକ ଲିଖିତ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି। ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଏହି ଗଣ୍ଡଗୋଳ ହୋଇଥିବାବେଳେ ପୁଲିସ ତଦନ୍ତ ଚଳାଇଥିବା ଜଣାପଡ଼ିଛି।

Related posts