ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର

Published: Feb 22, 2020, 10:41 am IST

ପୁଣେ : ମହାରାଷ୍ଟ୍ରର ଜଣେ ଛାତ୍ରଙ୍କୁ ଜଣେ ଶିକ୍ଷକ ଏପରି ମାଡ ମାରିଛନ୍ତି ଯେ, ଛାତ୍ର ଜଣକ ଚିକିତ୍ସିତ ହେବା ପାଇଁ ଭର୍ତ୍ତି କରାଯାଇଛି । ଗୁରୁ ଶିଷ୍ୟ ପରମ୍ପରାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ଏହି ଘଟଣାଟି ପୁଣେଠାରେ ଘଟିଛି। ପୁଣେର ଏକ ଆଧ୍ୟାତ୍ମିକ ସଂସ୍ଥାନର 11 ବର୍ଷୀୟ ଛାତ୍ର ଜଣଙ୍କୁ ଶିକ୍ଷକ ଜଣକ ମାଡ ମାରି ଘାଇଲା କରିଛନ୍ତି । ଛାତ୍ର ଜଣକ ହରିପାଠକୁ ଠିକ୍‌ ସେ ପଢି ନ ପାରିବାରୁ ଶିକ୍ଷକ ଜଣକ ବାଡିରେ ମାଡ ମାରିଛନ୍ତି। ଶିକ୍ଷକଙ୍କ ମାଡରେ ଛାତ୍ର ଜଣକ ଗୁରୁତର ହୋଇପଡିଥିବାବେଳେ ତାଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଚିକିତ୍ସିତ ପାଇଁ ଭର୍ତ୍ତି କରାଯାଇଛି। ତେବେ ଏହି ଘଟଣାରେ ପୋଲିସ୍‌ ମାମଲା ରୁଜୁ କରିଛି । ପୋଲିସ୍‌ ଆଇପିସି ଧାରା 307 ଅନ୍ତର୍ଗତ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଅଭିଯୁକ୍ତଙ୍କୁ ମଧ୍ୟ ନ୍ୟାୟିକ ହେପାଜତକୁ ନେଇ ତଦନ୍ତ ଜାରି କରିଛି ।

Related posts