ମହିଳାଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ ଅଭିଯୋଗ

Published: Feb 22, 2020, 1:33 pm IST

ସମୀକ୍ଷା ବ୍ୟୁରୋ

ଭଦ୍ରକ : ଜାଗର ଜାଳି ମନ୍ଦିରରୁ ଫେରୁଥିବା ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି। ଅସୁସ୍ଥ ମହିଳା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏନେଇ ଭଣ୍ଡାରିପୋଖରୀ ଥାନାରେ ଏତଲା ଦିଆଯାଇଛି । କାଲି ରାତିରେ ମନ୍ଦିରରେ ଜାଗର ଜାଳି ପାଖ ଗାଁକୁ ଫେରୁଥିବାବେଳେ ମହିଳା ଜଣଙ୍କ ସହ ଏପରି ଅଘଟଣ ଘଟିଛି । ଏକା ଏକା ଚାଲି ଚାଲି ଫେରିବା ବେଳେ ଦୁଇଜଣ ତାଙ୍କୁ ଉଠାଇ ନେଇଥିଲେ । ନିକଟସ୍ଥ ବିଲକୁ ଟେକି ନେଇ ଗଣଦୁଷ୍କର୍ମ କରିଥିବାର ଥାନାରେ ଅଭିଯୋଗ ହୋଇଛି ।

Related posts