ଖେଳ ହେଲା କାଳ : ନିଆଁରେ ପୋଡି ହୋଇ ତିନି ପିଲା ମୃତ

Published: Feb 23, 2020, 1:45 pm IST

ସମୀକ୍ଷା ବ୍ୟୁରୋ

ବ୍ରହ୍ମପୁର : ପାଳଗଦାରେ ନିଆଁ ଲାଗି ଗୁରୁତର ହୋଇଥିବା 4 ଶିଶୁଙ୍କୁ ମଧ୍ୟରୁ ତିନିଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଆଜି ସକାଳେ ପୋଲସରା ଥାନା ଖରିଛଟା ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲା। ଏହି ଅଗ୍ନିକାଣ୍ଡରେ 3 ଜଣ ପୁଅ ସହ ଜଣେ ଝିଅ ଗୁରୁତର ହୋଇଥିଲେ। ଶିଶୁଙ୍କ ଶରୀରର ପ୍ରାୟ ଅଶୀ ପ୍ରତିଶତ ଭାଗ ପୋଡିଯାଇଥିବା ବେଳେ ସମସ୍ତ ଗୁରୁତରଙ୍କୁ ପୋଲସରା ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।  ଚିକିତ୍ସାଧୀନ ଅବସ୍ଥାରେ ତିନିଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇ ପୁଅ ଓ ଜଣେ ଝିଅ ରହିଛନ୍ତି।  ତିନି ପିଲାଙ୍କ ନାମ ଯଥାକ୍ରମେ ସାଇରାମ ଜାନି, ଦୀପକ ଗୌଡ଼ ଓ ଇତିଶ୍ରୀ ଜାନି ।

ସୂଚନାଯୋଗ୍ୟ,  ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଖରିଛଟା ଗାଁରେ ଥିବା ଏକ ପାଳଗଦା ନିକଟରେ ଖେଳୁଥିବା ସମୟରେ ହଠାତ୍ କୌଣସି କାରଣରୁ ପାଳଗଦାଟିରେ ନିଆଁ ଲାଗି ଯାଇଥିଲା ।

Related posts