ଦୁଷ୍କର୍ମ କାରଣରୁ ଜନ୍ମ ହୋଇଥିବା ନବଜାତର ହତ୍ୟା କରି ଗିରଫ ହେଲେ ନାବାଳିକା

Published: Feb 24, 2020, 10:31 am IST

ଗୋରଖପୁର : ଜଣେ 16 ବର୍ଷୀୟ ଯୁବତୀଙ୍କୁ ନବଜାତ ଶିଶୁ ହତ୍ୟା ମାମଲାରେ ଗିରଫ କରାଯାଇଛି। ଅଭିଯୋଗ ଅନୁସାରେ ଯୁବତୀ ଜଣକ ନିଜ ନବଜାତ ସନ୍ତାନକୁ ହତ୍ୟା କରିଥିବାର ଅଭିଯୋଗ ରହିଛି । ଯୁବତୀଙ୍କ ମା’ଙ୍କୁ ମଧ୍ୟ ଏହି ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି । ପୋଲିସ୍‌ କହିବାନୁସାରେ ଦୁଷ୍କର୍ମ ହେତୁ ନବଜାତର ଜନ୍ମ ହୋଇଥିବାରୁ ଯୁବତୀ ଓ ତାଙ୍କ ମା’ ନବଜାତର ହତ୍ୟା କରିଥିବାର ସ୍ବୀକାର କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଜାନୁଆରୀ 31 ତାରିଖରେ ପୋଲିସ୍‌ ଏକ ନବଜାତ ଶିଶୁର ଶବ ମିଳିଥିଲା। ଏହା ପରେ ଯାଞ୍ଚ କରାଯାଇଥିଲା। ପ୍ରମାଣ ଓ ସାକ୍ଷ୍ୟ ଅନୁସାରେ ପୋଲିସ୍‌ ସମ୍ପୃକ୍ତ ଯୁବତୀ ଓ ତାଙ୍କ ମା’ଙ୍କୁ ଗିରଫ କରିଛନ୍ତି। ଯୁବତୀ ଜଣଙ୍କୁ ଜୁଭେନାଇଲ୍‌ ହୋମ୍‌କୁ ପଠାଯାଇଥିବାବେଳେ ତାଙ୍କ ମା’ଙ୍କୁ ଜିଲ୍ଲା କାରାଗାରକୁ ପଠାଯାଇଛି । ପୋଲିସ୍‌ ଏବେ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିବା 30 ବର୍ଷୀୟ ବ୍ୟକ୍ତିଙ୍କୁ ଖୋଜୁଛି। ଅଭିଯୋଗ ଅନୁସାରେ ଘରୋଇ ସହାୟକ ଭାବେ କାମ କରୁଥିବା ସମ୍ପୃକ୍ତ ବ୍ୟକ୍ତି ଜଣକ ଯୁବତୀ ଜଣଙ୍କ ସହ ଦୁଷ୍କର୍ମ କରିଥିଲେ। ଏହା ପରେ ଯୁବତୀ ଜଣକ ଗର୍ଭବତୀ ହୋଇଯାଇଥିଲେ। ଯୁବତୀ ଓ ତାଙ୍କ ମା’ଙ୍କ କହିବାନୁସାରେ ଧମକ କାରଣରୁ ସେମାନେ ଅଭିଯୁକ୍ତଙ୍କ ବିରୋଧରେ କୌଣସି କେସ୍‌ କରିନଥିଲେ। ତେବେ ଦୁଷ୍କର୍ମ ଅପରାଧୀ ଜଣକ ଫେରାର୍‌ ରହିଥିବା ହେତୁ ପୋଲିସ୍‌ ତାକୁ ଖୋଜିବାରେ ବ୍ୟସ୍ତ ରହିଛି। (ଏଜେନ୍ସି)

Related posts