ଡ୍ରିମ୍‌ଗାର୍ଲ ଷ୍ଟାଇଲ୍‌ରେ ଏଞ୍ଜେଲ୍‌ ପ୍ରିୟା ହୋଇ ଲୋକଙ୍କୁ ଠକୁଥିବା ଯୁବକକୁ ଗିରଫ କଲା ପୋଲିସ୍‌

Published: Feb 25, 2020, 11:16 am IST

ଚେନ୍ନାଇ : ‘ଡ୍ରିମ୍‌ଗାର୍ଲ’ ଷ୍ଟାଇଲ୍‌ରେ ଏଞ୍ଜେଲ୍‌ ପ୍ରିୟା ହୋଇ 300ରୁ ଅଧିକ ଲୋକଙ୍କୁ ନିଜ ଠକାମିର ଶିକାର କରିଥିବା ବ୍ୟକ୍ତିଙ୍କୁ ପୋଲିସ୍‌ ଗିରଫ କରିଛି । ପୋଲିସ୍‌ 27 ବର୍ଷୀୟ ଜଣେ ଯୁବକଙ୍କୁ ତିରୁନେଲବେଲିଠାରୁ ଗିରଫର କରିଛି । ଏହି ଯୁବକ ଜଣକ 300ରୁ ଅଧିକ ଲୋକଙ୍କୁ ଠକିଥିବାର ଅଭିଯୋଗ ରହିଛି । ଯୁବକ ଜଣଙ୍କ ଯୁବତୀଙ୍କ ଭଳି ସୁଲଳିତ କଣ୍ଠ ସ୍ବରରେ ଲୋକଙ୍କ ସହ ଫୋନ୍‌ରେ କଥା ହୋଇ ଲୋକଙ୍କୁ ଠକୁଥିଲେ । ଏହି ଯୁବକଙ୍କ ନାମ ରାଜକୁମାର ବୋଲି ଜଣାପଡିଛି । ଯୁବକଙ୍କ ବିରୋଧରେ ଆଇପିସି ଧାରା 384 506(ଆଇ) ଓ ଆଇଟି ଧାରାରେ ମାମଲା ରୁଜୁ କରି ଗିରଫ କରାଯାଇଛି । ଫ୍ରି କ୍ଲାସିଫାଏଡ୍‌ ବିଜ୍ଞାପନର ଏକ ମୋବାଇଲ୍‌ ଏପ୍‌ ଲୋକାଣ୍ଟୋ ଦ୍ବାରା ସେକ୍ସ ଚ୍ୟାଟ୍‌ର ବିଜ୍ଞାପନ କରୁଥିବାର ଅଭିଯୋଗ ରହିଛି । କିଛି ଲୋକେ ଏହି ବିଜ୍ଞାପନକୁ ଦେଖି ଯୁବକଙ୍କ ସହିତ ସମ୍ପର୍କ କରି ତା’ ଜାଲରେ ପଡିଯାଉଥିଲେ।

ମିଳିଥିବା ସୂଚନା ଅନୁସାରେ ରାଜକୁମାରଙ୍କ ବିରୋଧରେ ପ୍ରଥମ ଅଭିଯୋଗ ଚେନ୍ନାଇର ବାହାର ଅଞ୍ଚଳରୁ ମିଳିଥିଲା । ବିଜ୍ଞାପନ ଦେଖି ବ୍ୟକ୍ତି ଜଣକ ସମ୍ପୃକ୍ତ ଯୁବକଙ୍କ ସହ ସମ୍ପର୍କ କରିଥିଲେ । ଫୋନ୍‌ରେ ରାଜକୁମାର ପ୍ରିୟା ହୋଇ ତାଙ୍କ ସହ କଥା ହୋଇଥିଲେ । ପରେ 100 ଟଙ୍କାର ଡିଜିଟାଲ୍‌ ପେମେଣ୍ଟ କରି  ଏକ ଫଟୋ ପଠାଇଥିଲେ । ଏବଂ ଏକ ନ୍ୟୁଡ୍‌ ଭିଡିଓ ବଦଳରେ 1500ଟଙ୍କା ଦାବି କରିଥିଲେ । ପୀଡିତ ଜଣକ ଦେବାକୁ ମନା କରିବାରୁ ତାଙ୍କ ଭିନ୍ନ ଭିନ୍ନ ନମ୍ବରରୁ ଫୋନ୍‌ କଲ୍‌ କରି ଧମକ ମଧ୍ୟ ଦେଉଥିଲେ । ଏପରିକି ଯେଉଁମାନେ ଟଙ୍କା ଦେବାକୁ ମନା କରୁଥିଲେ ତାଙ୍କ ବିରୋଧରେ ମିଛ ଅଭିଯୋଗ କରି ଡରାଇ ଧମକାଇ ଟଙ୍କା ଆଦାୟ କରୁଥିଲା । ପୋଲିସ୍‌ ଯୁବକଙ୍କ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି । (ଏଜେନ୍ସି)

Related posts