ଉଠ ବସ୍‌ ପାଇଁ ହସ୍ପିଟାଲ୍‌ରେ ପହଞ୍ଚିଲେ ଛାତ୍ରୀ

Published: Feb 25, 2020, 3:39 pm IST

ମହାରାଷ୍ଟ୍ର : ମହାରାଷ୍ଟ୍ରର ଚନ୍ଦ୍ରପୁର ସରକାରୀ ଆବାସୀୟ ବିଦ୍ୟାଳୟର ମହିଳା ଅଧ୍ୟକ୍ଷାଙ୍କ କଡା ଦଣ୍ଡାଦେଶ ପରେ ହସ୍ପିଟାଲ୍‌ରେ ପହଞ୍ଚିଛନ୍ତି ଦଶମ ଶ୍ରେଣୀର କିଛି ଛାତ୍ରୀ। ଅଧ୍ୟକ୍ଷା ଜଣକ ଛାତ୍ରୀମାନଙ୍କୁ 150ରୁ ଅଧିକ ଥର ଉଠ ବସ କରିବାକୁ ଦଣ୍ଡ ଦେଇଥିଲେ। ଯାହା ଫଳରେ ଛାତ୍ରୀମାନଙ୍କର ପାଦ, ଅଣ୍ଟା ଫୁଲିଯାଇଥିବାବେଳେ ଶରୀରରେ ଏକପ୍ରକାର ଅସହନୀୟ ଦରଜ ହୋଇଯାଇଛି। ଏହି ଘଟଣାଟି ସେତେବେଳେ ପଦାକୁ ଆସିଲା, ଯେତେବେଳେ ଛାତ୍ରୀମାନେ ଏହି କଷ୍ଟରୁ ଲାଘବ ପାଇଁ ହସ୍ପିଟାଲ୍‌ରେ ପହଞ୍ଚିଥିଲେ।

ଚନ୍ଦ୍ରପୁରର 100 କିଲୋମିଟର ଦୂର ଚିମୁର ଗାଓ୍ବର ସମାଜ କଲ୍ୟାଣ ବିଭାଗ ଦ୍ବାରା ସଞ୍ଚାଳିତ ହେଉଥିବା ଏକ ସରକାରୀ ଆବାସୀୟ ବିଦ୍ୟାଳୟରେ ପଢୁଥିବା 10ମ ଶ୍ରେଣୀର 38 ଜଣ ଛାତ୍ରୀଙ୍କୁ ସ୍କୁଲର ଅଧ୍ୟକ୍ଷା ଦଣ୍ଡ ଦେଇଛନ୍ତି । ବିଦ୍ୟାଳୟରେ ଚାଲିଥିବା ଏକ ବୈଠକ ସମୟରେ ଏହି ଛାତ୍ରୀମାନେ ଚାଲିବା କାରଣରୁ ସୃଷ୍ଟି ହେଉଥିବା ଶବ୍ଦରେ ବୈଠକରେ ଶାନ୍ତିଭଙ୍ଗ ହେଉଥିଲା। ଏଥିପାଇଁ ଅଧ୍ୟକ୍ଷା ଛାତ୍ରୀମାନଙ୍କୁ ଏନେଇ ଉଠ ବସ ହେବାର ଦଣ୍ଡ ଦେଇଥିଲେ। ସ୍କୁଲର କ୍ଲାସରୁମ୍‌ରେ ସମସ୍ତ ପିଲାଙ୍କ ସାମ୍ନାରେ ତାଙ୍କୁ ଏହି ଦଣ୍ଡ ଦେବା ସହିତ ଯଦି ଏହି ଦଣ୍ଡକୁ ପୂରଣ ନ କଲେ ପ୍ରାକ୍ଟିକାଲ୍‌ ମାର୍କ ମିଳିବ ନାହିଁ ବୋଲି ଧମକ ଦେଇଥିଲେ। ଛାତ୍ରମାନେ ବାଧ୍ୟ ହୋଇ ଅଧ୍ୟକ୍ଷାଙ୍କ ଏହି ଦଣ୍ଡକୁ ମାନିନେଇଥିଲେ । ଅଧ୍ୟକ୍ଷା ଜଣକ ଦଣ୍ଡ ଦେବା ପରେ ଗାଳି ମଧ୍ୟ ଦେଇଥିଲେ । ଏହା ପରେ ପ୍ରାକ୍ଟିକାଲ୍‌ ମାର୍କରେ ଜିରୋ ମିଳିବ ବୋଲି କହିଥିଲେ ବୋଲି ଛାତ୍ରୀମାନେ ଅଭିଯୋଗ କରିଛନ୍ତି

Related posts