ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଆତ୍ମଘୋଷିତ ବାବା ଗିରଫ

Published: Feb 26, 2020, 4:16 pm IST

ପୁନେ : ପୁନେରେ ପୁଣି ଜଣେ ଆତ୍ମଘୋଷିତ ବାବାଙ୍କୁ ଗିରଫ କରାଯାଇଛି । ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ସୋମନାଥ କୈଳାଶ ଚଭନ ନାମକ ଏହି ଆତ୍ମଘୋଷିତ ବାବାଙ୍କୁ ଗିରଫ କରାଯାଇଛି । ଉକ୍ତ 22 ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କରିବା ସହିତ ଅନ୍ୟ 4 ଜଣ ମହିଳାଙ୍କ ସହିତ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ କରାଯାଇଛି । 5 ଜଣ ମହିଳା ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡିଛି । ଏକ ପୂଜା କରିବା ସମୟରେ ସୋମନାଥ ଏହି ମହିଳା ମାନଙ୍କ ସହିତ ଦୁର୍ବ୍ୟବହାର କରିଥିଲେ । ରାଇଗଡର ଖୈରେଓ୍ବାଡିର ଉକ୍ତ 22 ବର୍ଷୀୟ ଯୁବତୀଙ୍କ ଅଭିଯୋଗ ପରେ ସୋମନାଥଙ୍କୁ ପୋଲିସ୍‌ ଗିରଫ କରିଛି । ପରିବାରକୁ କେହି କଳାଯାଦୁ କରିଥିବା ଅଭିଯୋଗ କରି ସାଧୁ ଜଣକ ଏକ ପୂଜା କରିବା ବାହାନାରେ ଏହି କାଣ୍ଡ ଘଟାଇଥିଲେ । (ଏଜେନ୍ସି)

Related posts