ଚୋରି କରିବାକୁ ଘରେ ପଶିଲା ଚୋର, ଚୋରି ନ କରି କରିଲା ଏହି କାମ

Published: Feb 28, 2020, 12:40 pm IST

କର୍ଣ୍ଣାଟକ : କର୍ଣ୍ଣାଟକ ଜିଲ୍ଲାର ଦକ୍ଷିଣ କନ୍ନଡଠାରେ ଏକ ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳିଛି। ଘଟଣାଟି ଶୁଣି ଆପଣଙ୍କୁ ଯେତିକି ଆଶ୍ଚର୍ଯ୍ୟ ଲାଗିବ, ତା’ଠୁ ଅଧିକ ଲାଗିବ ହସ । ଏଠାରେ ଜଣେ ଚୋର ଘରକୁ ଚୋରି କରିବାକୁ ଆସିଥିଲା । କିନ୍ତୁ ଚୋରି ନ କରି ଏମିତି କିଛି କରି ଧରାପଡିଗଲା ।

ଉପ୍ପିନୀଗଣ୍ଡୀ ଥାନା ସୀମାରେ ରହିଥିବା ଉଲ୍ଲାସ ଜଙ୍କସନ୍‌ରେ ଏମିତି ଏକ ଚୋରିର ଘଟଣା ସାମ୍ନାକୁ ଆସିଛି । ଜଣେ ଚୋର ମଦ ପିଇ ଜଣକ ଘରେ ଚୋରି କରିବାକୁ ପଶିଥିଲା ।  ଘରେ ପଶି ଚାବି ଖୋଜିଥିଲା । ଚାବି ପାଇବା ପରେ ଚୋର ଚୋରି ନ କରି ହାତରେ ଚାବି ଧରି ଘରେ ପଡିଥିବା ସୋଫା ଉପରେ ଶୋଇ ପଡିଲା। ଘରର ମାଲିକ କହିବାନୁଯାୟୀ ଯେତେବେଳେ ସେ ସକାଳୁ ଉଠିଲେ ସେତେବେଳେ ଦେଖିଲେ ତାଙ୍କ ଛାତର ଟାଇଲ୍‌ ଭାଙ୍ଗିଯାଇଛି । ଜଣେ ଅଜଣା ଲୋକ ସୋଫା ଉପରେ ଗାଢା ନିଦରେ ଶୋଇଛି । ଏହା ପରେ ଘରର ମାଲିକ ଜଣକ ତାକୁ ବାଡିରେ ମାରି ଉଠାଇବା ସହିତ ପୋଲିସ୍‌ରେ ଦେଇଛନ୍ତି। ପୋଲିସ୍‌ ଚୋରକୁ ଚିହ୍ନଟ କରି ମାମଲା ଦାଏର କରି ପଚରାଉଚୁରା ଜାରି ରଖିଛି ।

Related posts