ପୁଣି ଥରେ ଦୟା ଯାଚିକା ଆବେଦନ କଲା ନିର୍ଭୟା ଦୋଷୀ ଅକ୍ଷୟ

Published: Feb 29, 2020, 6:40 pm IST

ନୂଆଦିଲ୍ଲୀ : ନିର୍ଭୟା ଦୋଷୀମାନେ ଆଇନର ଗଳା ବାଟ ଦେଇ ଫାଶୀ ବର୍ତ୍ତିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।  ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ଅକ୍ଷୟ ଫାଶୀର ତିନି ଦିନ ପୂର୍ବରୁ ପୁଣି ଥରେ ରାଷ୍ଟ୍ରପତିଙ୍କ ନିକଟରେ ଗୁହାରି କରିଛନ୍ତି । ଦୋଷୀ ଅକ୍ଷୟ ରାଷ୍ଟ୍ରପତିଙ୍କ ନିକଟରେ ଦୟା ଯାଚିକାର ଆବେଦନ କରିଛନ୍ତି । ପୂର୍ବରୁ ଅକ୍ଷୟଙ୍କ ରାଜକ୍ଷମାକୁ ରାଷ୍ଟ୍ରପତି ଖାରଜ କରିସାରିଛନ୍ତି । ଅକ୍ଷୟଙ୍କ ସମସ୍ତ ବିକଳ୍ପ ସରିଯାଇଥିବାବେଳେ ପୁନର୍ବାର ଦୟା ଯାଚିକା ଆବେଦନ କରି ଚାଲ୍‌ ଖେଳିଛି ।

ସୂଚନାଯୋଗ୍ୟ ଯେ, ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କୁ ମାର୍ଚ୍ଚ ୩ ସକାଳ ୬ରେ ଫାଶୀ ଖୁଂଟରେ ଝୁଲାଇବା ପାଇଁ ଦିଲ୍ଲୀ ପଟିଆଲା ହାଉସକୋର୍ଟ ଡେଥ୍ ୱାରେଂଟ ଜାରି କରିଛନ୍ତି । ଅକ୍ଷୟଙ୍କ ବ୍ୟତୀତ ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ପଓ୍ବନ କୁମାର ଫାଶୀରୁ ବର୍ତ୍ତିବା ପାଇଁ ସୁପ୍ରିମ୍‌କୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ଦାୟର କରିଛନ୍ତି । ଏହି ପିଟିସନ୍‌ରେ ଫାଶୀ ଦଣ୍ଡାଦେଶ ବଦଳରେ ଆଜୀବନ ଦଣ୍ଡାଦେଶ ପାଇଁ ଅନୁରୋଧ କରିଛି । ଗତ ସାତ ବର୍ଷ ଧରି ଏହି ନିର୍ଭୟା ନ୍ୟାୟ ପାଇଁ ଆକୁଳ ଚିତ୍କାର କରୁଥିବାବେଳେ ଦୋଷୀମାନେ ଆଇନକୁ ଫାଙ୍କି ବର୍ତ୍ତି ଚାଲିଛନ୍ତି ।

Related posts