Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସାମାନ୍ୟ ଶାଢୀ ପାଇଁ ସାତ ମାସର ସନ୍ତାନକୁ ହତ୍ୟା କଲା ମା’
ଅପରାଧ

ସାମାନ୍ୟ ଶାଢୀ ପାଇଁ ସାତ ମାସର ସନ୍ତାନକୁ ହତ୍ୟା କଲା ମା’

March 2, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
Murder mystery revel of kalimegha murder case

ଆଲିଗଡ : ମା’ର ସଂଜ୍ଞା ତିଆରି କରିବା ବଡ କଷ୍ଟକର । ସନ୍ତାନକୁ ଜନ୍ମ ଦେଇ ବଢେଇ କୁଢେଇ ମଣିଷ ତିଆରି କରିଥାଏ ମା’ । ମା’ ଭୂମିକାର ଜଟିଳ ପଣ ତଥା ନିଆରାପଣର ସଂଜ୍ଞା କିଛି ନାହିଁ । ଦୁନିଆର ସବୁଠୁ ମିଠା ଶବ୍ଦ ଓ ଏକାନ୍ତ ନିଜର ହେଉଛି ମା’ । ସନ୍ତାନର ସମସ୍ତ ଅଳି ଅର୍ଦ୍ଦଳି ସହିବା ସହିତ ସେହି ସନ୍ତାନ ପାଇଁ ସାରା ଦୁନିଆ ସହ ଯୁଦ୍ଧ କରିବାକୁ ବି ପସ୍ତାଏ ନାହିଁ ମା’ । ଦୁନିଆର ସବୁଠୁ ବଡ଼ ଯୋଦ୍ଧା ହେଉଛି ଏହି ମା’ । କିନ୍ତୁ ଆଜିର ସମାଜରେ ଘଟୁଥିବା କିଛି ଘଟଣା ଏହାର ବ୍ୟତିକ୍ରମ କରୁଛି । ସାମାନ୍ୟ ରାଗରେ ମା’ ନିଜ ଜନ୍ମିତ ସନ୍ତାନକୁ ନୃଶଂସ ଭାବେ ହତ୍ୟା କରୁଛି ।  ଜଣେ ମା’ ସାତ ମାର ସନ୍ତାନକୁ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ହତ୍ୟା କରିବା ଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏପରି ଏକ ଘଟଣା ୟୁପିର ଆଲିଗଡଠାରେ ଘଟିଛି ।

ଆଲିଗଡଠାରେ ଜଣେ ମା’ ଜନ୍ମିତ ସାତ ମାସର ଶିଶୁକୁ ତଳେ ପିଟି ପିଟି ହତ୍ୟା କରିଛି । ଶିଶୁର ପିଇସୀ ଏହି ଘଟଣାର ଭିଡିଓ ରେକର୍ଡିଂ କରୁଥିବାବେଳେ ଶିଶୁଟିକୁ ଉଦ୍ଧାର ପାଇଁ ଚେଷ୍ଟା ନ କରିବା  ଅତ୍ୟନ୍ତ ଆଶ୍ଚର୍ଯ୍ୟର କଥା।

ତେବେ ମହିଳା ଜଣକ ସାମାନ୍ୟ ଶାଢୀ ପାଇଁ ନିଜ ସନ୍ତାନର ଜୀବନ ନେଇଛନ୍ତି । ସ୍ବାମୀ ତାଙ୍କ କଥା ନ ମାନି ତାଙ୍କୁ ଶାଢୀ କିଣି କି ନ ଦେବାରୁ ସେ ତାଙ୍କର ସମସ୍ତ ରାଗ ଏକ ନିରୀହ କୋମଳ ଶିଶୁ ଉପରେ ସାରିଛନ୍ତି । ଅଭିଯୁକ୍ତା ମହିଳା ଜଣକ ନିଜ ସାତ ମାସର ଶିଶୁକୁ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ତଳେ ପିଟି ପିଟି ହତ୍ୟା କରିଛନ୍ତି ।  ପୋଲିସ୍‌ ମହିଳାଙ୍କୁ ଗିରଫ କରିବା ପରେ ଶିଶୁର ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।  ମହିଳାଙ୍କ ସ୍ବାମୀ ଜଣକ କହିଛନ୍ତି ଯେ, ତିନି ଦିନ ଧରି ତାଙ୍କ ଦେହ ଖରାପ ଥିବାରୁ ସ୍ତ୍ରୀଙ୍କ ପାଇଁ ସେ ଶାଢୀ ଆଣିପାରିନଥିଲେ ।

ମିଳିଥିବା ସୂଚନା ଅନୁସାରେ ପାଞ୍ଚ ବର୍ଷ ପୂର୍ବରୁ ମହିଳା ଜଣକ ବିବାହ କରିଥିବାବେଳେ ବିବାହର କିଛି ଦିନ ପରେ ଏକ ପୁତ୍ରକୁ ଜନ୍ମ ଦେଇଥିଲେ । ବିବାହ ପରେ ମହିଳା ଜଣକ କିଛି ନା କିଛି କାରଣ ପାଇଁ ସର୍ବଦା ସ୍ବାମୀଙ୍କ ସହିତ ଝଗଡା କରିଥା’ନ୍ତି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଦେଶର ପରବର୍ତ୍ତୀ ଶିକ୍ଷାମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାଭିସ୍?: ସଞ୍ଜୟ ରାଉତଙ୍କ ବଡ଼ ଦାବି 

July 25, 2026

Big Breaking: ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ

July 25, 2026

କୋକରୋଚ୍ ଜନତା ପାର୍ଟିର ବଡ଼ ଘୋଷଣା: ଆସନ୍ତାକାଲି ସାରା ଦେଶରେ କରିବ ମହମବତୀ ମାର୍ଚ୍ଚ

July 25, 2026

ଛାତ୍ରଛାତ୍ରୀଙ୍କ ସ୍ୱରକୁ ଗମ୍ଭୀରତାର ସହ ଶୁଣିବା ଉଚିତ”: NEET ପ୍ରସଙ୍ଗରେ କହିଲେ ମିସ୍ ଇଣ୍ଡିଆ ୟୁନିଭର୍ସ

July 25, 2026
Latest News

ଦେଶର ପରବର୍ତ୍ତୀ ଶିକ୍ଷାମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାଭିସ୍?: ସଞ୍ଜୟ ରାଉତଙ୍କ ବଡ଼ ଦାବି 

July 25, 2026

Big Breaking: ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ

July 25, 2026

କୋକରୋଚ୍ ଜନତା ପାର୍ଟିର ବଡ଼ ଘୋଷଣା: ଆସନ୍ତାକାଲି ସାରା ଦେଶରେ କରିବ ମହମବତୀ ମାର୍ଚ୍ଚ

July 25, 2026

ଛାତ୍ରଛାତ୍ରୀଙ୍କ ସ୍ୱରକୁ ଗମ୍ଭୀରତାର ସହ ଶୁଣିବା ଉଚିତ”: NEET ପ୍ରସଙ୍ଗରେ କହିଲେ ମିସ୍ ଇଣ୍ଡିଆ ୟୁନିଭର୍ସ

July 25, 2026

“ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ବିନା କୌଣସି ବୁଝାମଣା ନାହିଁ”: ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ

July 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.