Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସବୁ କମୁଛି, କମୁନି ମଦ କାରବାର, ରାସ୍ତାକୁ ଓହ୍ଲାଇଲେ ଗାଁ ମହିଳା, ଶୋଇଛି ତିର୍ତ୍ତୋଲ ଅବକାରୀ ବିଭାଗ
ଅପରାଧ

ସବୁ କମୁଛି, କମୁନି ମଦ କାରବାର, ରାସ୍ତାକୁ ଓହ୍ଲାଇଲେ ଗାଁ ମହିଳା, ଶୋଇଛି ତିର୍ତ୍ତୋଲ ଅବକାରୀ ବିଭାଗ

July 9, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି
ଜଗତସିଂହପୁର : ଦୃତ ଗତିରେ ବୃଦ୍ଧି ପାଉଥିବା କରୋନା ମହାମାରୀରୁ ଲୋକଙ୍କୁ ରକ୍ଷା କରିବା ପାଇଁ ପ୍ରାୟ ପ୍ରତିଦିନ ଲକଡାଉନ୍ ,ସଟଡାଉନ୍ ପରି ବିଭିନ୍ନ କଟକଣା ଲାଗୁ କରାଯାଉଛି। ଜୀବନ ଜୀବିକା ପାଇଁ ସବୁଠି ସଂଘର୍ଷ। ହେଲେ କଟକଣାକୁ ଫୁ କରି ତିର୍ତ୍ତୋଲ ବ୍ଲକ ଅଞ୍ଚଳର ଗାଁ ଗହଳିରେ ଚୋରା ମଦ ବ୍ୟବସାୟୀଙ୍କ ମଧ୍ୟରେ ଚାଲିଛି ଏକରକମ ପ୍ରତିଯୋଗିତା, ବହୁଛି ମଦର ବନ୍ୟା।

ଏଥିଯୋଗୁଁ ଗାଁ ଗହଳିରେ ବଢୁଛି ମଦୁଆଙ୍କ ଉପଦ୍ରବ । ଚୋରା ମଦ ବେପାରୀଙ୍କ ଠାରୁ ମାସିକ ମୋଟା ଅଙ୍କର ବଟି ନେଇ ଘୋଡା ମୁହଁରେ ଦାନା ବାନ୍ଧିଲା ପରି ତିର୍ତ୍ତୋଲ ଅବକାରୀ ବିଭାଗ ନିଷ୍କ୍ରିୟ ହୋଇଯାଇଥିବା କୁହାଯାଉଛି। ଅନ୍ୟପକ୍ଷରେ ଗାଁରେ ଚୋରାମଦ ଦୋକାନ ବନ୍ଦ କରିବାକୁ ଅଣ୍ଟା ଭିଡିଛନ୍ତି ମହିଳା। ଏପରି ଏକ ଘଟଣା ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ କନକପୁର ପଞ୍ଚାୟତର ଝଙ୍କଡ଼ ଶାରଳା ମନ୍ଦିର ନିକଟ କୁଟିଲୋ ଗ୍ରାମଦୟାଲପୁର ଗାଁରେ।

ଅଭିଯୋଗ ଅନୁଯାୟୀ ଗାଁରେ ପ୍ରମୋଦ ଦାସ ନାମରେ ଜଣେ ବ୍ୟକ୍ତି ଦୀର୍ଘ ଦିନ ଧରି ଦେଶୀ ଓ ବିଦେଶୀ ମଦ ଚୋରାରେ ବିକ୍ରି କରି ଆସୁଥିବାରୁ ଗାଁରେ ମଦୁଆଙ୍କ ଉପଦ୍ରବ ଦିନକୁ ଦିନ ବଢୁଥିବା ଅଭିଯୋଗ ହୋଇଥିଲା। ଏନେଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଞ୍ଚାୟତର ସମିତି ସଭ୍ୟ ଅଜୟ କୁମାର ରାଉଳ ପଚାରିବାରୁ ସେ ଉତ୍ତ୍ୟକ୍ତ ହୋଇ ସମିତି ସଭ୍ୟ ଓ ତାଙ୍କ ପରିବାରକୁ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି।

ମଦୁଆଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ଶେଷରେ ମଦ ଦୋକାନ ବନ୍ଦ କରିବାକୁ ଅଣ୍ଟା ଭିଡିଛନ୍ତି ଗାଁର ମହିଳାମାନେ। ମଦଦୋକାନ ନିକଟରେ କନକପୁର ଡାକ୍ତରଖାନା, ଶାରଳା ପବ୍ଲିକ୍ ସ୍କୁଲ୍, ପୋଷ୍ଟ ଅଫିସ୍, ପଞ୍ଚାୟତ କାର୍ଯ୍ୟାଳୟ, ଏ.ଏନ୍.ଏମ୍ ସେଣ୍ଟର, ଆର୍.ଆଇ ଅଫିସ୍ ରହିଥିବାରୁ ଲୋକେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ବୋଲି ଅଭିଯୋଗ ହେଉଛି।

ଏମିତିକି ଚୋରା ମଦ ବିକ୍ରିକୁ ବିରୋଧ କରୁଥିବା କିଛି ଲୋକଙ୍କ ନାମରେ ପାଲଟା ମଦଦୋକାନୀ ଜଣଙ୍କ ଥାନାରେ ଅଭିଯୋଗ କରିଛି। ସୂଚନାନୁଯାୟୀ କିଛିଦିନ ପୂର୍ବେ ଲକଡାଉନ୍ ସମୟରେ ଉକ୍ତ ଚୋରା ମଦ ବେପାରୀଙ୍କ ଘରେ ତିର୍ତ୍ତୋଲ ଅବକାରୀ ବିଭାଗ ଅଚାନକ ଚଢାଉ କରି ୪୦ ହଜାର ଟଙ୍କାରୁ ଊର୍ଦ୍ଧ୍ବ ମଦ ଜବତ କରିବା ପରେ ମଦଦୋକାନୀକୁ ନଧରି କେସ୍ ନଦେଇ ତାଠାରୁ ପାଞ୍ଚହଜାର ଟଙ୍କା ନେଇ ଛାଡି ଦେଇଥିବା କୁହାଯାଉଛି।

ଏନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ଯଦି କେସ୍ ନକରି ମଦଦୋକାନୀ ଠାରୁ ପାଞ୍ଚହଜାର ନେଇ ଦୋକାନୀକୁ ଛାଡିଦେଲେ ତେବେ ବିଭାଗ ଜବତ କରିନେଇଥିବା ଏତେ ପରିମାଣର ମଦ କୁଆଡେ ଗଲା ବୋଲି ତିର୍ତ୍ତୋଲ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

ଅବକାରୀ ବିଭାଗ ଜଗତସିଂହପୁର ମଦ କାରବାର
Share. Facebook Twitter LinkedIn Email WhatsApp Copy Link

Related Posts

ଗୋବରରୁ ବାୟୋ-ଗ୍ୟାସ୍ ଉତ୍ପାଦନ ପାଇଁ ଦିଲ୍ଲୀରେ ବଡ଼ ପଦକ୍ଷେପ: ଏମଓୟୁ ସ୍ୱାକ୍ଷରିତ

July 15, 2026

ବାରାଣସୀରେ ୧୪,୪୪୭ କୋଟିର ୬-ଲେନ୍ ଏଲିଭେଟେଡ୍ କରିଡରକୁ କ୍ୟାବିନେଟ୍ ମଞ୍ଜୁରୀ

July 15, 2026

ଆତ୍ମନିର୍ଭର ଭାରତ ପାଇଁ ଜାତୀୟ ୟୁରିଆ ନିବେଶ ନୀତି  ୨୦୨୬କୁ କ୍ୟାବିନେଟ୍‌ ମଞ୍ଜୁରି

July 15, 2026

ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ଦ୍ୱାରା ବ୍ୟାପକ ସ୍ୱତନ୍ତ୍ର ଟ୍ରେନ ସେବା ପରିଚାଳନା

July 15, 2026
Latest News

ଗୋବରରୁ ବାୟୋ-ଗ୍ୟାସ୍ ଉତ୍ପାଦନ ପାଇଁ ଦିଲ୍ଲୀରେ ବଡ଼ ପଦକ୍ଷେପ: ଏମଓୟୁ ସ୍ୱାକ୍ଷରିତ

July 15, 2026

ବାରାଣସୀରେ ୧୪,୪୪୭ କୋଟିର ୬-ଲେନ୍ ଏଲିଭେଟେଡ୍ କରିଡରକୁ କ୍ୟାବିନେଟ୍ ମଞ୍ଜୁରୀ

July 15, 2026

ଆତ୍ମନିର୍ଭର ଭାରତ ପାଇଁ ଜାତୀୟ ୟୁରିଆ ନିବେଶ ନୀତି  ୨୦୨୬କୁ କ୍ୟାବିନେଟ୍‌ ମଞ୍ଜୁରି

July 15, 2026

ଓଡ଼ିଶା ଏବଂ ଝାଡ଼ଖଣ୍ଡର ୪ଟି ଜିଲ୍ଲା ପାଇଁ ୨ଟି ରେଳଲାଇନ ପ୍ରଶସ୍ତିକରଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି

July 15, 2026

ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ଦ୍ୱାରା ବ୍ୟାପକ ସ୍ୱତନ୍ତ୍ର ଟ୍ରେନ ସେବା ପରିଚାଳନା

July 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.