କୋଚିଂ ସେଣ୍ଟରରେ ନାବାଳିକାକୁ ଦୁଷ୍କର୍ମ, ଶିକ୍ଷକଙ୍କ ସହ 2 ଗିରଫ

Published: Jul 18, 2020, 4:43 pm IST

ଗୋଆଲିୟର(ମଧ୍ୟ ପ୍ରଦେଶ),ଗୋଆଲିୟରରେ ଘଟିଥିବା ଏକ ଦୁଃଖଦ ଘଟଣାରେ ଜଣେ ନାବାଳିକାକୁ ଏକ କୋଚିଂ ସେଣ୍ଟରରେ ଦୁଷ୍କର୍ମ କରାଯାଇଛି। କୋଚିଂ ସେଣ୍ଚର ମାଲିକ ଓ ତାର ସହଯୋଗୀ ନାବାଳିକା ଜଣକୁ ବାରମ୍ବାର ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି। ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଅଭିଯୁକ୍ତ ଜଣକ କୋଚିଂ ସେଣ୍ଟରର ଶିକ୍ଷକଙ୍କ ସହ ମିଶି ନାବାଳିକ ସହିତ ଆପତ୍ତିଜନକ ଭିଡିଓ କରି ତିନି ବର୍ଷ ହେଲା ବ୍ଲାକମେଲିଂ କରି ଆସୁଥିଲେ। ପୀଡିତା ଜଣକ ଦୁଇଥର ଗର୍ଭପାତ କରିଥିବା ମଧ୍ୟ କହିଛି। ଅଭିଯୋଗ ପାଇବାର ତିନି ଘଣ୍ଚା ମଧ୍ୟରେ ପୋଲିସ ଅଭିଯୁକ୍ତ ମୁକେଶ ଯାଦବ ଓ ରାହୁଲ ଯାଦବଙ୍କୁ ଚିହ୍ନଟ କରିବା ସହ ଗିରଫ କରିଛି।

Related posts