ଜୟପାଟଣା ପୋଲିସ ଦ୍ୱାରା ନକଲି ମାଓବାଦୀ ଗିରଫ

Published: Aug 9, 2020, 9:19 pm IST

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ମାଓବାଦୀ ନାଁରେ ଅର୍ଥ ଆଦାୟ କରୁଥିବା ଅଭିଯୋଗରେ ତିନି ନକଳି ମାଓବାଦୀ କୁ ଗିରଫ କରିଛି ଜୟପାଟଣା ପୋଲିସ। ପୋଲିସର ସୂଚନା ଅନୁଯାୟୀ ଜୟପାଟଣା ଥାନା ଅନ୍ତର୍ଗତ ପୁଝାରିଗୁଡା ଗ୍ରାମର ଯୁବ ବ୍ୟବସାୟୀ ତୁଳସିରାମ ନାଏକ ଙ୍କୁ ଗତ କେତେ ଦିନ ତଳେ ଫୋନରେ ମାଓବାଦୀଙ୍କ ନାମ କହି ୧୦ ଲକ୍ଷ ଟଙ୍କା ଦେବାକୁ ଧମକ ଆସିଥିଲା। ଏ ନେଇ ତୁଳସିରାମ ଜୟପାଟଣା ପୋଲିସ ର ଦ୍ୱାରସ୍ତ ହୋଇଥିଲେ।

ଅଭିଯୋଗ କୁ ଭିତ୍ତି କରି ଜୟପାଟଣା ଥାନା ଅଧିକାରିଣୀ ରଶ୍ମିତା ପ୍ରଧାନଙ୍କ ନେତୃତ୍ୱରେ ଅପରାଧୀଙ୍କୁ ଧରିବା ପାଇଁ ଏକ ଯୋଜନା କରାଯାଇଥିଲା। ଯୋଜନା ମୁତାବକ ତୁଳସିରାମ ତାଙ୍କ ସହ ଯୋଗାଯୋଗ କରିଥିବାରୁ ଗତକାଲି ତାଙ୍କୁ ୭୦ ହଜାର ଟଙ୍କା ପୁଝାରିଗୁଡାରୁ ଦୁଇ କିମି ଦୂର ଏକ ନିଛାଟିଆ ଜାଗାରେ ଦେବା କୁହାଯାଇଥିଲା। ଟଙ୍କା ଦେବା ସମୟରେ ପୂର୍ବରୁ ଛପି ରହିଥିବା ଆଇଆଇସି ରଶ୍ମିତା ପ୍ରଧାନଙ୍କ ସହ ତାଙ୍କ ଦଳ ହଠାତ ଚଢାଉକରି ତିନି ଜଣ ଯୁବକକୁ କାବୁ କରିବାରେ ସଫଳ ହୋଇଥିଲେ।

ସେମାନଙ୍କ ମଧ୍ୟରୁ ଜଣେ ଜୟପାଟଣା ଥାନା ପୁଝାରିଗୁଡା ର ଦେବପ୍ରସାଦ ନାଏକ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ କୋକସରା ଥାନା ଅନ୍ତର୍ଗତ ଗତାବନ୍ଦ ର ଗଙ୍ଗାରାମ ବେମାଲ ଓ ଅନ୍ୟ ଜଣେ ଧନସରା ର ଚନ୍ଦ୍ର ରାଉତ ବୋଲି ଜଣାପଡିଛି। ଜୟପାଟଣା ପୋଲିସ ଆଜି ତିନି ଜଣଙ୍କୁ କୋଭିଡ଼ ପରୀକ୍ଷା କରି କୋର୍ଟ ଚାଲାଣ କରିଯିବା ପ୍ରକାଶ କରିଛନ୍ତି।

Related posts