ପ୍ରେମ ପ୍ରସଙ୍ଗକୁ ନେଇ 19 ବର୍ଷୀୟ ଯୁବକଙ୍କୁ ପିଟି ପିଟି ହତ୍ୟା

Published: Sep 1, 2020, 7:15 pm IST

ଗୟା : ପ୍ରେମ କରିବା ଜଣେ ଯୁବକଙ୍କୁ ବେଶ୍‌ ମହଙ୍ଗା ପଡିଛି । ବିହାର ଗୟାରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଜଣେ ଯୁବକଙ୍କୁ ପ୍ରେମ କରିବା ବେଶ୍‌ ମହଙ୍ଗା ପଡିଛି । ପ୍ରେମିକ ଯୁବକଙ୍କୁ ଠେଙ୍ଗାରେ ମାଡ ମରାଯିବା ସହିତ ଗଳା ଚିପି ହତ୍ୟା ଯାଇଛି । ଜଣେ ଯୁବକ ପ୍ରେମ ପାଇଁ ଛଟପଟ ହୋଇ ମରିବାକୁ ପଡିଛି। ଏହିପରି ଏକ ଘଟଣା ଜିଲ୍ଲା ଇମାମଗଞ୍ଜରେ ଘଟିଛି ।

ମୃତକ ଜଣକ ଢିବର ଗ୍ରାମ ନିବାସୀ 19 ବର୍ଷୀୟ ସଂଜୀବ କୁମାର ବୋଲି ସୂଚନା ରହିଛି । ମୃତକଙ୍କ ପିତା ଓ ବୃଦ୍ଧା ଜେଜେମା’ କହିଛନ୍ତି ଯେ, ପ୍ରେମ ପ୍ରସଙ୍ଗକୁ ନେଇ ସଂଜୀବଙ୍କ ତଣ୍ଟି ଚିପି ହତ୍ୟା କରାଯାଇଛି । ସେହିପରି ମୃତକଙ୍କ ଭଉଣୀଙ୍କ କହିବାନୁସାରେ ତାଙ୍କ ଭାଇ ପଡୋଶୀରେ ବିକାଶ କୁମାରଙ୍କ ସ୍ତ୍ରୀଙ୍କ ସହିତ ପ୍ରେମ ସମ୍ପର୍କର୍ ରହିଥିଲା । ଦୁହେଁ ପ୍ରାୟ ଫୋନ୍‌ରେ କଥାବାର୍ତ୍ତା କରନ୍ତି ।

ବିକାଶ କୁମାର ଓ ତାଙ୍କ ସାଥୀ ମିଶି କରି ତାଙ୍କ ପୁଅର ହତ୍ୟା କରିଛନ୍ତି ବୋଲି ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି । ବିକାଶ ପୂର୍ବରୁ ଜୀବନରୁ ମାରିବାର ଧମକ ମଧ୍ୟ ଦେଇଥିଲେ ।  ପରିଜନଙ୍କ ଏତଲା କ୍ରମେ ପୋଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତଙ୍କ ତଲାସି ଆରମ୍ଭ କରିଛି । (ଏଜେନ୍ସି)

Related posts