Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»କେନ୍ଦୁପତ୍ର ଫଡିରୁ ଲକ୍ଷାଧିକ ଟଙ୍କାର କିରାସିନୀ ଜବତ
ଅପରାଧ

କେନ୍ଦୁପତ୍ର ଫଡିରୁ ଲକ୍ଷାଧିକ ଟଙ୍କାର କିରାସିନୀ ଜବତ

September 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା

ରେଢାଖୋଲ : ଆଜି ରେଢାଖୋଲ ପୋଲିସ୍ ଲୁହାପଙ୍କ ଅଂଚଳରୁ ଲକ୍ଷାଧିକ ଟଙ୍କା ମୂଲ୍ୟର କିରାସିନୀ ଜବତ କରିଥିବା ଖବର ହସ୍ତଗତ ହୋଇଛି ।

ପ୍ରକାଶ  ଯେ, ରେଢାଖୋଲ ଥାନା ଲୁହାପଙ୍କ ପଂଚାୟତ ଅନ୍ତର୍ଗତ ରେଢାଖୋଲ କେନ୍ଦୁପତ୍ର ଡିଭିଜନର ଜାମ୍ମୁବଣିଆଁ କେନ୍ଦୁପତ୍ର ଫଡିଭିତରୁ ୧୬ ଡ୍ରମ କିରାସିନୀ(୩ହଜାର ଲିଟର ପାଖାପାଖି) ରେଢାଖୋଲ ଏସ୍‌ଡିପିଓ ହାଡିବନ୍ଧୁ ସ୍ୱାଇଁ ଜବତ କରିଥିବା ଜଣା ପଡିଛି । ଯାହାର ଆନୁମାନିକ ମୂଲ୍ୟ ୩ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ପୋଲିସ୍ କହିଛି । ଏହା ପୂର୍ବରୁ ସେଇ ଅଂଚଳରୁ ୨୪୦୦ ଲିଟର କରାସିନୀ କିଛିଦିନ ତଳେ ଜବତ ହୋଇଥିଲା । ଏହି ବେପାରରେ କେତେଜଣ ଅସାଧୁ ବ୍ୟବସାୟୀ ସମୃକ୍ତଥିବା ଅନୁମାନ କରାଯାଉଛି । ଏହି କିରାସିନୀ ରେଢାଖୋଲ ଓ ନାକଟିଦେଉଳ ଅଂଚଳର ପଂଚାୟତ ମାନଙ୍କରୁ ଅସୁଲ କରି ତାକୁ ଚୋରାରେ ଚଢାଦରରେ ବାହାରକୁ ଗାଡି ସାହାଯ୍ୟରେ ଚାଲାଣ କରୁଥିବା ଜଣାପଡିଛି ।

କରୋନା ପାଇଁ କିଛିମାସ ତଳେ କିରାସିନୀ ପଂଚାୟତ ମାନଙ୍କରେ ମାତ୍ର ୧୭ ଟଙ୍କାରେ ଖାଉଟି ମାନଙ୍କୁ ମିଳିଥିଲା । କେତେକ ପଂଚାୟତର ଖାଉଟି ମାନଙ୍କୁ ଯେତିକି ପରିମାଣରେ କିରାସିନୀ ସେ ଦାମରେ ଦେବାର ଥିଲା ତାହା ମଧ୍ୟ ଖାଉଟି ନ ପାଇ ପଂଚାୟତ କର୍ତ୍ତୃପକ୍ଷ ଅସାଧୁ ବ୍ୟବସାୟୀଙ୍କୁ ବିକ୍ରିକରିଥିବା ସନ୍ଦେହ ହେଉଛି। ଏହି କାରବାରରେ କିଛି ପୋଲିସ୍ କର୍ମଚାରୀଙ୍କୁ ହାତବାରିସି କରି ଅସାଧୁ ବ୍ୟବସାୟୀ ଅନାୟାସରେ ଏହି ବେପାର କରୁଥିବା ଅନୁମାନ କରାଯାଉଛି । ଗ୍ରାମାଂଚଳରେ ମଧ୍ୟ ଖାଉଟି ଆବଶ୍ୟକ ପରିମାଣର କିରାସିନୀ ନେଉ ନ ଥିବାରୁ ପଂଚାୟତର ଗ୍ରାମରୋଜଗାର ସେବକ ମାନେ ରାତାରାତି ଏଇ ବେପାର ମଧ୍ୟ କରୁଛନ୍ତି । ବଜାରରେ କିରାସିନୀ ଲିଟର ପିଛା ୫୦ ଟଙ୍କା ଦରରେ ବିକ୍ରି ମଧ୍ୟ ହେଉଛି । ଏପରିକି ସେ କିରାସିନୀ ପେଟ୍ରୋଲ ଓ ଡିଜେଲ ରେ ଟ୍ରକ ଡ୍ରାଇଭରମାନେ ଚୋରାରେ ନେଇ ମିଶ୍ରଣ କରୁଛନ୍ତି ।

ରେଢାଖୋଲ ପୋଲିସ୍ ଆଗାମୀ ଦିନରେ ଏଭଳି ଚଢଉ ବାରମ୍ବାର କଲେ କିରାସିନୀର କଳାବଜାର ରୋକାଯାଇପାରନ୍ତା ବୋଲି ମତପ୍ରକାଶ ପାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଜାତୀୟ ଚମ୍ପିୟାନସିପ: ବ୍ରହ୍ମପୁର କରାଟେ ଏକାଡେମୀର ଅଭୁତପୂର୍ବ ସଫଳତା

August 25, 2026

ଗ୍ଲୋବାଲ୍ ସ୍ୱୀକୃତି ପାଇଲା ୟୁପିଆଇ: କାରବାର ସଂଖ୍ୟାରେ ୧୩ ହଜାର ଗୁଣ ବୃଦ୍ଧି

August 25, 2026

ଚାଷୀଙ୍କ ସ୍ୱପ୍ନ ପୂରଣ ସରକାରଙ୍କ ଲକ୍ଷ୍ୟ: ଉପମୁଖ୍ୟମନ୍ତ୍ରୀ

August 25, 2026

ଗାନ୍ଧିମାର୍ଗରେ ଲଘୁଚାପ ବର୍ଷା ଓ ଚାଇଁ ଚାଇଁ ଖରାରେ ଶିକ୍ଷକ ସମାଜ: ସମନ୍ୱୟ ସମିତି

August 25, 2026
Latest News

ଜାତୀୟ ଚମ୍ପିୟାନସିପ: ବ୍ରହ୍ମପୁର କରାଟେ ଏକାଡେମୀର ଅଭୁତପୂର୍ବ ସଫଳତା

August 25, 2026

ଏଚ୍‌-୧ବି ଭିସା ଫି’: ନୂଆ ନିୟମ ଆଣିବା ଯୋଜନାରେ ଡିଏଚ୍‌ଏସ୍‌

August 25, 2026

ଗ୍ଲୋବାଲ୍ ସ୍ୱୀକୃତି ପାଇଲା ୟୁପିଆଇ: କାରବାର ସଂଖ୍ୟାରେ ୧୩ ହଜାର ଗୁଣ ବୃଦ୍ଧି

August 25, 2026

ଚାଷୀଙ୍କ ସ୍ୱପ୍ନ ପୂରଣ ସରକାରଙ୍କ ଲକ୍ଷ୍ୟ: ଉପମୁଖ୍ୟମନ୍ତ୍ରୀ

August 25, 2026

ଗାନ୍ଧିମାର୍ଗରେ ଲଘୁଚାପ ବର୍ଷା ଓ ଚାଇଁ ଚାଇଁ ଖରାରେ ଶିକ୍ଷକ ସମାଜ: ସମନ୍ୱୟ ସମିତି

August 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.