ନାବାଳିକାଙ୍କୁ ଗଣଦୁଷ୍କର୍ମ : ଅଭିଯୁକ୍ତ ମଧ୍ୟରୁ ଜଣେ ଫେରାର୍‌

Published: Sep 20, 2020, 4:23 pm IST

ରାଜସ୍ଥାନ : ରାଜସ୍ଥାନର ଭରତପୁରଠାରେ ଜଣେ 14 ବର୍ଷୀୟା ନାବାଳିକାଙ୍କ ସହିତ ଗଣଦୁଷ୍କର୍ମ ହୋଇଥିବାର ଘଟଣା ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ପରିଜନ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ୍‌ରେ ଏତଲା ଦେଇଛନ୍ତି ।

କାମା ଥାନା ଅଞ୍ଚଳର ଏକ ଗ୍ରାମରେ ଏହି ଅଘଟଣ ଘଟିଛି । ଏଠାରେ ଶନିବାର ସନ୍ଧ୍ୟାରେ 14ବର୍ଷୀୟା ବାଳିକା କ୍ଷେତକୁ କାଠ ଆଣିବାକୁ ଯାଇଥିବାବେଳେ ଗ୍ରାମର ଦୁଇ ଯୁବକ ତାଙ୍କୁ ଜବରଦସ୍ତ ଧରି ନେଇଥିବାବେଳେ ଏକାନ୍ତ ସ୍ଥାନକୁ ନେଇ ଗଣଦୁଷ୍କର୍ମ କରିଥିଲେ । ଯୁବତୀଙ୍କ ଚିତ୍କାର ଶୁଣି କିଛି ଲୋକେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା କରିଥିଲେ । ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଅଟକ ରଖାଯାଇଥିବାବେଳେ ଅନ୍ୟ ଜଣେ ଫେରାର ହୋଇଯାଇଥିଲେ ।

ପୀଡ଼ିତାଙ୍କ ବାପା-ମା’ଙ୍କ ବୟାନ ଅନୁସାରେ ପୋଲିସ୍‌ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିବାବେଳେ ପୀଡ଼ିତାଙ୍କର ଡାକ୍ତରୀ ପରୀକ୍ଷା କରାଇଛି । (ଏଜେନ୍ସି)

Related posts